Take a fresh look at your lifestyle.

ଭାଇରାଲ ‘ପାକିସ୍ତାନ ମୁର୍ଦ୍ଦାବାଦ’ ଡଷ୍ଟବିନ ପଛର କାହାଣୀ: କେତେ ସତ, କେତେ ମିଛ ?

0 1,071

Get real time updates directly on you device, subscribe now.

ସୋସିଆଲ ମିଡିଆରେ (Social Media) ଏକ ଡଷ୍ଟବିନର (Dustbin) ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଚିତ୍ରରେ ଡଷ୍ଟବିନରେ (Dustbin) ‘ପାକିସ୍ତାନ ମୁର୍ଦାବାଦ’ (Pakistan Murdabad) ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହା ସହିତ ଫର୍ଣ୍ଣିଚର ନିର୍ମାତା କମ୍ପାନୀ ନୀଲକମଲ (Nilkamal) ଲୋଗୋ ଏବଂ ନାମ ଏଥିରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ଏହା ତଳେ ‘ପାକିସ୍ତାନ ମୁର୍ଦାବାଦ’ (Pakistan Murdabad) ଲେଖାଯାଇଛି। ଏହି ଚିତ୍ର ସେୟାର କରିବାବେଳେ ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ନିଲକମଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଟ୍ୱିଟର ବ୍ୟବହାରକାରୀ ଶିପ୍ରା ଦତ୍ତା ଏହି ପୋଷ୍ଟରେ ଟୁଇଟ୍ କରି ଲେଖିଛନ୍ତି, “ନିଲକମଲ ପ୍ଲାଷ୍ଟିକ୍ ବାଲା ଆମକୁ ବେଶ ଖୁସି କରିଦେଇଛି”। ଏହି ଲେଖା ଲେଖିବା ପର୍ଯ୍ୟନ୍ତ ଏହି ଟ୍ୱିଟକୁ ୫୦୭ ଥର ​​ରିଟ୍ୱିଟ କରାଯାଇଛି। ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଫ୍ୟାନ କ୍ଲବ ମଧ୍ୟ ସମାନ ବାର୍ତ୍ତା ସହିତ ଏହି ପୋଷ୍ଟଟିକୁ ରି-ଟୁଇଟ୍ କରିଛନ୍ତି । ସେହିପରି ଅନେକ ସୋସିଆଲ ମିଡ଼ିଆ ୟୁଜର ଏହାକୁ ରିଟ୍ବିଟ କରିବା ସହିତ ମେସେଜ ମଧ୍ୟ କରିଛନ୍ତି।

ସୋସିଆଲ ମିଡ଼ିଆରେ ଏହାର ପ୍ରକୃତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ଆମେ ଯେତେବେଳେ ଅନୁଧ୍ୟାନ କରିଥିଲୁ। ସେତେବେଳେ ଏହାର ପ୍ରକୃତ କାରଣ କିଛି ଭିନ୍ନ କଥା ଦର୍ଶାଇଥିଲା । ଏକ ଆର୍ଟିକିଲ ଅନୁଯାୟୀ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଉଦୟପୁରର ସିଟି ରେଳ ଷ୍ଟେସନରେ ୧୦ ରୁ ୧୨ଟି ଡଷ୍ଟବିନରେ କେହି ଜଣେ ‘ପାକିସ୍ଥାନ ମୁର୍ଦାବାଦ’ ର ଷ୍ଟିକର ଲଗାଇ ଦେଇଥିଲେ। ଏହି ବିଷୟରେ ସୂଚନା ପାଇବା ମାତ୍ରେ ଅଧିକାରୀମାନେ ଏହି ଷ୍ଟିକର ଗୁଡ଼ିକୁ ପରବର୍ତ୍ତି ସମୟରେ ହଟାଇ ଦେଇଥିଲେ। ଏ ସମ୍ପର୍କରେ ଉଦୟପୁରର ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପୁଲିସକୁ ସୂଚନା ଦେଇଥିଲା।

ସେପଟେ ଏହି ଭାଇରାଲ ଚିତ୍ରଟି ସମ୍ପର୍କରେ ଅଧିକ ଜାଣିବା ପାଇଁ ନୀଲକମଲ କମ୍ପାନୀ ସହିତ ଯୋଗାଯୋଗ କରାଯାଇଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ସେମାନେ ଏଭଳି ଡଷ୍ଟବିନ ପ୍ରସ୍ତୁତ କରିନାହାନ୍ତି । ଏହି ଡଷ୍ଟବିନରେ କେବଳ କମ୍ପାନୀର ଲୋଗୋକୁ ଲଗାଯାଇଥାଏ । ସମଗ୍ର ଦେଶକୁ ଏଭଳି ଡଷ୍ଟବିନ ସପ୍ଲାଇ କରାଯାଉଥିବା ନେଇ କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । ତେବେ ଏଭଳି ପାକିସ୍ତାନ ମୁର୍ଦ୍ଦାବାଦର ଷ୍ଟିକର କିଏ ଲଗାଇଛି ସେ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି।

 

Get real time updates directly on you device, subscribe now.

Leave A Reply

Your email address will not be published.