Take a fresh look at your lifestyle.

ଆଗାମୀ ୪ ମାସରେ ଆଫଗାନିସ୍ତାନ ଛାଡ଼ିବେ ୫ ଲକ୍ଷ :UNHCR

0 826

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଫଗାନିସ୍ତାନରେ (Afghanistan) ଏବେ ହାହାକାର ସ୍ଥିତି । ତାଲିବାନଙ୍କ (Taliban) କବଜା ପରେ ଦେଶରେ ଏକ ପ୍ରକାର ଭୟର ମାହୋଲ । ଆସନ୍ତା ମଙ୍ଗଳବାର (Tuesday) ସୁଦ୍ଧା ଆମେରିକା (America) ସେନା (USA Army) ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏହା ପୂର୍ବରୁ ଦେଶରୁ ଆମେରିକା (America) ନାଗରିକ, ପ୍ରବାସୀ, ସେନା ଓ ବୈଦେଶିକ ମନ୍ତ୍ରଣାଳୟର ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସମାନ୍ତରାଳ ଭାବେ ବ୍ରିଟେନ ସେନା (Britain Army) ମଧ୍ୟ ଆଫଗାନିସ୍ତାନ ଛାଡ଼ି ସାରିଛି । ତଥାପି ଆଫଗାନବାସୀଙ୍କୁ (Afghanistan) ଆଶ୍ବସ୍ତ ବାଣୀ ଶୁଣାଇଛି । ଯେଉଁମାନେ ଦେଶ ଛାଡ଼ିବାକୁ ଚାହିଁବେ ସରକାର ତାଙ୍କୁ ସହାୟତା କରିବେ ବୋଲି ବ୍ରିଟେନର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହାରି ମଧ୍ୟରେ UNHCR(United Nations High Commissioner for Refugees) ଏକ ଚାଞ୍ଚଲ୍ୟକର ସୂଚନା ପ୍ରଦାନ କରିଛି । UNHCR କହିଛି ଯେ ଆଗାମୀ ୪ ମାସରେ ୫ ଲକ୍ଷ ଆଫଗାନି ଦେଶ ଛାଡ଼ିବାର ସମ୍ଭାବନା ରହିଛି ।

Also Read: କାବୁଲରେ ହଜିଲେ, ଆମେରିକାରେ ମିଳିଲେ

UNHCR କହିଛି ଯେ, ସରକାରଙ୍କ (Gani Government) ବିଫଳତା ଓ ଅପାରଗତା ସହିତ ତାଲିବାନଙ୍କ (Taliban) କବଜା ଏହାର ପ୍ରମୁଖ କାରଣ ହେବ । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ସାମ୍ନାକୁ ଆସିନଥିଲେ ମଧ୍ୟ ଆଗାମୀ ୪ ରୁ ୫ ମାସ ମଧ୍ୟ ବିପୁଳ ସଂଖ୍ୟାରେ ଆଫଗାନୀମାନେ ଦେଶ ଛାଡ଼ିବେ । UNHCR ଡେପୁଟି କମିଶନର କେଲି ଟି କ୍ଲେମେଣ୍ଟସ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ରିଫ୍ୟୁଜିମାନଙ୍କର ସଂଖ୍ୟା ସାମ୍ନାକୁ ଆସିନଥିଲେ ମଧ୍ୟ ସେମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରୁଛି ପରିସ୍ଥିତି । ଫଳରେ ସେମାନଙ୍କ ମଧ୍ୟରେ ଏକ ଦାନା ବାନ୍ଧୁଥିବା ନେଇ ଡେପୁଟି କମିଶନର ସୂଚନା ଦେଇଛନ୍ତି । ଫଳରେ ସେମାନଙ୍କୁ ଶରଣ ଦେବା ପାଇଁ ପଡ଼ୋଶୀ ରାଷ୍ଟ୍ରଙ୍କୁ ନିବେଦନ କରିଛନ୍ତି ସେ । ଏହି ଶରଣାର୍ଥିଙ୍କୁ ଦିନକୁ ଦୁଇ ବେଳା ଖାଦ୍ୟ ଦେବା ପାଇଁ ୟୁନାଇଟେଡ଼ ନେସନକୁ ୧୨ ମିଲିୟନ ଆମେରିକୀୟ ଡଲାର ରାଶି ଯୋଗାଇ ଦେବାକୁ ବିଶ୍ବ ଖାଦ୍ୟ ଯୋଜନା ସଂଗଠନ ପକ୍ଷରୁ କୁହାଯାଇଛି।

Also Read: କୋରୋନାରେ ୮ ହଜାର ଶିଶୁ ଅନାଥ

ସେପଟେ ଆଫଗାନବାସୀ କହିଛନ୍ତି ତାଲିବାନ ଆସିବା ପରେ ରାଜନୈତିକ ଅସ୍ଥିରତା, ଅସୁରକ୍ଷିତ, ଅପରାଧ, ବେରୋଜଗାର ଦେଶରେ ବଢୁଥିବା କାରଣରୁ ଲୋକମାନେ ଦେଶ ଛାଡ଼ୁଛନ୍ତି । ଏହି ସଂଖ୍ୟା ଭବିଷ୍ୟତରେ ଆହୁରି ବଢିବ ବୋଲି ସେମାନେ କହିଛନ୍ତି । ଏମାନଙ୍କ ମଧ୍ୟରେ ହବିବ୍ବୁଲ୍ଲା ନାମକ ଜଣେ ବ୍ୟକ୍ତି ମଧ୍ୟ ପରିବାର ସହିତ ଦେଶ ଛାଡ଼ୁଥିବା ନେଇ ପ୍ରକାଶ କରିଛନ୍ତି । ହବିବ୍ବୁଲ୍ଲା ମଧ୍ୟ କହିଛନ୍ତି କି ବିଗତ ୪ ବର୍ଷ ଧରି ସେ ବିଦେଶୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ମାତ୍ର ତାଲିବାନ ଆସିବା ପରେ ମୁଁ ମୋ ଚାକିରି ହରାଇଛି ।

Also Read: କଅଁଳ ମୁହଁରେ କଠିନ ପ୍ରଶ୍ନ

ସେ ଆହୁରି ମଧ୍ୟ କହିଛନ୍ତି କି ତାଲିବାନ ମାନେ ଘର ଘର ବୁଲି ସେହିମାନଙ୍କୁ ଖୋଜୁଛନ୍ତି, ଯେଉଁମାନେ ବିଦେଶୀ କମ୍ପାନୀ ବିଦେଶୀ ଲୋକମାନଙ୍କ ସହିତ କାମ କରୁଛନ୍ତି । ସେମାନଙ୍କୁ ଘରୁ ଟାଣି ନେଇ ହତ୍ୟା କରୁଛନ୍ତି । ଏଭଳି ସ୍ଥିତିରୁ ନିଜକୁ ଆଉ ନିଜ ପରିବାରକୁ ବଞ୍ଚାଇବା ପାଇଁ ମୁଁ ଦେଶ ଛାଡ଼ୁଛି ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ତାଙ୍କ ପୁଅ ଇଜ୍ଜାତୁଲ୍ଲା କହିଛନ୍ତି କି ବେରୋଜଗାରୀ ଓ ଅସୁରକ୍ଷିତ ତଥା ଭୟ ଆମକୁ ଦେଶ ଛାଡ଼ିବାକୁ ବାଧ୍ୟ କରୁଛି । ସେହିପରି ଆଫଗାନୀ ମହିଳାମାନେ ମଧ୍ୟ କହିଛନ୍ତି କି ଦେଶରେ ଭବିଷ୍ଯତ ଅନ୍ଧାରକୁ ଠେଲି ହୋଇ ଯାଇଛି । ସେମାନେ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ବିଦେଶୀ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ । ମାତ୍ର ଏହି କମ୍ପାନୀ ଗୁଡ଼ିକୁ ତାଲିବାନ ବନ୍ଦ କରିଦେଇଛି । ଏବେ ଦେଶରେ ରହିବା ଅପେକ୍ଷ ବିଦେଶ ଚାଲିଯିବାକୁ ଶ୍ରେୟସ୍କର ଭାବୁଛନ୍ତି ବୋଲି ଆଫଗାନୀ ମହିଳା ମାନେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.