Take a fresh look at your lifestyle.

NCB Raid: କ୍ରୁଜ ପାର୍ଟିରେ ଏନସିବି ଚଢାଉ, ଶାହାରୁଖଙ୍କ ପୁଅ ଗିରଫ

0 806

Get real time updates directly on you device, subscribe now.

NCB Raid: ମୁମ୍ବାଇ: କିଛି ଦିନର ନିରବତା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପୁଣି ଥରେ ସକ୍ରିୟ ହୋଇ ପଡିଛି। ଚାଲିଥିବା ଏକ କ୍ରୁଜ ପାର୍ଟିରେ ଚଢାଉ କରି ଏକାଧିକ ବ୍ୟକ୍ତିବିଶେଷଙ୍କୁ ଅଟକ ରଖିଛି। ତେବେ ଏହା ମଧ୍ୟରେ ଶାହରୁଖଙ୍କ ପୁଅ ଆର୍ଯ୍ୟାନ ଖାନଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି। ଏନସିବି ଅଧିକାରୀଙ୍କ ମୁତାବକ ଆର୍ଯ୍ୟାନ ରଖିଥିବା ଏକ ଡବା ମଧ୍ୟରୁ ଡ୍ରଗ୍ସ ମିଳିଥିଲା। ଏହା ପରେ ଏନସିବି ଗିରଫଦାରୀ ପ୍ରକ୍ରିୟା ଜାରି ରଖିଛି ବୋଲି ଅଧିକାରୀଙ୍କ ନିକଟରୁ ସୂଚନା ରହିଛି। ଆର୍ଯ୍ୟାନଙ୍କ ସହିତ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉତ୍ତରାଧିକାରୀମାନେ ମଧ୍ୟ ରହିଥିବା ସୂଚନା ରହିଛି।

ତେବେ ଅଟକ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅରବାଜ ମର୍ଚ୍ଚାଣ୍ଟ, ମୁନମୁନ ଧନିଚା, ନୁପୁର ସାଗରିକା, ଇସ୍ମିତ ସିଂହ, ବିକ୍ରାନ୍ତ ଚୋକର, ଗୋମିତ ଚୋପଡ଼ା ଓ ମୋହକ ଜୟସ୍ବାଲ ରହିଛନ୍ତି। ଏମାନଙ୍କ ମଧ୍ୟରେ ତିନି ଜଣ ଯୁବତୀ ରହିଥିବା ସୂଚନା ରହିଛି। ସେମାନେ ଦିଲ୍ଲୀର ବିଭିନ୍ନ ବ୍ୟବସାୟୀଙ୍କ ପିଲା ବୋଲି ସୂଚନା ରହିଛି। ତେବେ ଚାଲିଥିବା ପାର୍ଟିଟି ବିଦେଶୀ କମ୍ପାନୀ ଓ ଏକ ଚ୍ୟାନେଲର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ପାର୍ଟି ୧୦୦ ନଟିକାଲ ମାଇଲ ଦୂରରେ ମଝି ସମୁଦ୍ରରେ ପାର୍ଟିଟି ହେବାର ଯୋଜନା ରହିଥିଲା। ତେବେ ଏହି ପାର୍ଟିରେ ଜଣେ ବିଦେଶୀ କଳାକାର ଓ ଅନ୍ୟ ଜଣେ କଳାକାରଙ୍କ ପୁଅ ସାମିଲ ରହିଥିଲେ। ତେବେ ଏହି ଚଢାଉ ସମ୍ପର୍କରେ ସୂଚନା ପାଇବା ପରେ ସେଠାରେ ଚାଲିଯାଇଥିଲେ।

ସେପଟେ ଏହି ଚଢାଉରେ ଏନସିବିର ଏକ ୨୫ ଜଣିଆ ଟିମ ଜାହାଜରେ ପ୍ରବେଶ କରିଥିଲା। ସମୁଦ୍ର ମଧ୍ୟକୁ ଯିବା ପୂର୍ବରୁ ହିଁ ଯାହାଜକୁ ଅଟକାଇ ଦିଆଯାଇଥିଲା। ଏନସିବି ଚଢାଉ କରିବା ବେଳେ ଜାହାଜରେ ପ୍ରାୟ ୧୮୦୦ ଲୋକ ଉପସ୍ଥିତ ରହିଥିଲେ। ଏହି ଚଢାଉ କରି ଜାହାଜରୁ ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକେନ, ୨୫ ଗ୍ରାମ ଏମଡିଏମଏ ଡ୍ରଗ୍ସ ବଟିକା ଓ ୧୦ ଗ୍ରାମ ଏମଡି ଡଗ୍ସ ଜବତ କରିଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅଟକ ଥିବା ସମସ୍ତ ଲୋକମାନଙ୍କ ଡାକ୍ତରୀ ଟେଷ୍ଟ କରିବାକୁ ନେବ। ତେବେ ଏମାନେ ଡ୍ରଗ୍ସ ନେଇଛନ୍ତି କି ନା ସେହି ପରୀକ୍ଷାରୁ ଏନସିବି ସ୍ପଷ୍ଟ ହେବ।
ଆର୍ଯ୍ୟାନଙ୍କ ଜାମିନ ପାଇଁ ଦୁଇ ଓକିଲ
ତେବେ ଗିରଫଦାରୀ ଆଶଙ୍କା ଥିବାରୁ ଆର୍ଯ୍ୟାନଙ୍କ ଜାମିନ ପାଇଁ ଦୁଇ ଜଣ ଓକିଲଙ୍କୁ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତେବେ ବର୍ତ୍ତମାନ ସମୟରେ ଆଇପିଏଲ ପାଇଁ ଶାହାରୁଖ ଖାନ ଦୁବାଇରେ ବ୍ୟସ୍ତ ରହିଛନ୍ତି। ଆର୍ଯ୍ୟାନଙ୍କ ଜାମିନ ପାଇଁ ଏହି ଦୁଇ ଓକିଲ ପହଞ୍ଚିଥିବା ସୂଚନା ରହିଛି। ଓକିଲଙ୍କ ସହିତ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି।
ଡ୍ରଗ୍ନ ପାର୍ଟିରେ ବ୍ୟବହାର ହେଉଥିଲା କୋର୍ଡ ଓ୍ବାର୍ଡ
ଏନସିବି ଅଧିକାରୀମାନେ ଚଢାଉ ପରେ ଡ୍ରଗ୍ନ କାରବାରକୁ ନେଇ ଏକ ଖୁଲାସା କରିଛନ୍ତି। ଅଧିକାରୀମାନେ କହିଛନ୍ତି କି ଡ୍ରଗ୍ସ କାରବାର ପାଇଁ କ୍ରୁଜରେ ଏକ କୋର୍ଡ ଓ୍ବାର୍ଡର ବ୍ୟବହାର କରାଯାଉଥିଲା। ଏହି କୋଡଓ୍ୱାର୍ଡ ବିଶେଷ କରି କୋରୋନା ଟେଷ୍ଟିଂ ସହିତ ଜଡ଼ିତ ରହିଥିଲା। RTPCR କୋର୍ଡର ବ୍ୟବହାର କରାଯାଉଥିବା ନେଇ ଏନସିବି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.