Take a fresh look at your lifestyle.

ipl 2023: ୩ଟି ଦଳ ଜିତିଛନ୍ତି ସେମାନଙ୍କର ଓପନିଂ ମ୍ୟାଚ୍, ଜାଣନ୍ତୁ କିଏ ଅଛି ଶୀର୍ଷରେ?

0 604

Get real time updates directly on you device, subscribe now.

IPL 2023: ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୩ ଟି ମ୍ୟାଚ୍ ଖେଳାଯାଇଛି । ଗତ ସିଜନରେ ଡେବ୍ୟୁ କରିଥିବା ଉଭୟ ଗୁଜୁରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ଆଇପିଏଲ୍ ୨୦୨୩ ର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ଗୁଜୁରାଟ ଟାଇଟାନ୍ସ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି । ଏଥି ସହିତ ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରିଛି । ଏଥି ସହିତ ପଞ୍ଜାବ କିଙ୍ଗସ ମଧ୍ୟ ପ୍ରଥମ ମ୍ୟାଚ ଜିତିଥିଲା । ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳ ଡାକୱର୍ଥ-ଲୁଇସ୍ ପଦ୍ଧତି ଅନୁଯାୟୀ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ପରାସ୍ତ କରିଛି ।

IPL ୨୦୨୩ ରେ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ୍ ଖେଳିବା ପରେ, ଆସନ୍ତୁ ଜାଣିବା କେଉଁ ଦଳ ଆଇପିଏଲର ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି । ଲକ୍ଷ୍ନୌ ସୁପର ଜଏଣ୍ଟସ୍, ଗୁଜୁରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସଦଳ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । କିନ୍ତୁ, ଲକ୍ଷ୍ନୌ ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି । ରନ୍ ପାର୍ଥକ୍ୟ ଯୋଗୁଁ ଦଳକୁ ନମ୍ବର ୱାନ ସ୍ଥାନ ମିଳିଛି । ଲକ୍ଷ୍ନୌ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା । ଲକ୍ଷ୍ନୌର ନେଟ୍ ରନ୍ ରେଟ୍ (୨.୫୦), ପଞ୍ଜାବ କିଙ୍ଗ୍ସ ନେଟ୍ ରନ୍ ରେଟ୍ (୦.୪୩୮) ଓ ଗୁଜୁରାଟ ଟାଇଟାନ୍ସ ନେଟ୍ ରନ୍ ରେଟ୍ (୦.୫୧୪) ରହିଛି ।

ଅରେଞ୍ଜ​ କ୍ୟାପ୍ ରେସରେ ରିତୁରାଜ ଆଗରେ
ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ରିତୁରାଜ ଗାଇକୱାଡ ୯୨ ରନ୍‌ର ଇନିଂସ ଖେଳିଥିଲେ । ସେ ଏକ ଶତକରୁ ବଂଚିତ ହୋଇଥିଲେ । କିନ୍ତୁ, ଆଇପିଏଲ୍ ୨୦୨୩ ରେ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ଅପେକ୍ଷା ଅଧିକ ରନ୍ ସ୍କୋର କରିନାହାଁନ୍ତି । କାୟଲ ମେସର୍ସ (୭୩) ଓ ଶୁବମନ ଗିଲ (୬୩) ମଧ୍ୟ ରିତୁରାଜଙ୍କ ପଛରେ ଅଛନ୍ତି ।

ପର୍ପଲ କ୍ୟାପ୍ ରେସରେ ଉଡ୍ ଆଗରେ
ଲକ୍ଷ୍ନୌର ଫାଷ୍ଟ ବୋଲର ମାର୍କ ଉଡ୍ ଆଇପିଏଲ ୨୦୨୩ ରେ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୫ ୱିକେଟ୍ ନେଇଥିଲେ । ଦ୍ୱିତୀୟ ସ୍ଥାନରେ ଅର୍ଶଦୀପ ସିଂ ଅଛନ୍ତି । ସେ କେକେଆର ବିପକ୍ଷରେ ୩ ୱିକେଟ୍ ନେଇଥିଲେ । ଚେନ୍ନାଇ ସୁପର କିଙ୍ଗ୍ସର ପେସର୍ ରାଜଭାରନ୍ ହାଙ୍ଗରଗେକର ମଧ୍ୟ ଗୁଜୁରାଟ ବିପକ୍ଷ ମ୍ୟାଚରେ ୨୪ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ, ସେ ବର୍ତ୍ତମାନ ବାଇଗଣୀ କ୍ୟାପ୍ ରେସରେ ତୃତୀୟ ସ୍ଥାନରେ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.