Take a fresh look at your lifestyle.

ରାଜନୀତିରେ ଉଚ୍ଚଶିକ୍ଷିତା: ଦଳବଳ ସହ ଶକ୍ତି ଦେଖାଇଲେ ସୁଚିସ୍ମିତା

0 905

Get real time updates directly on you device, subscribe now.

କଟକ: ପୌର ନିର୍ବାଚନର ପ୍ରଚାରକୁ ହାତରେ ଆଉ ଦିନଟିଏ । ଏଥିପାଇଁ ଭୋଟରଙ୍କ ମନ ଜିଣିବାକୁ ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀମାନେ। ଏହି କ୍ରମରେ କଟକ ମୁନିସିପାଲିଟି କର୍ପୋରେସନର ୫୯ ନମ୍ବର ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ସୁଚିସ୍ମିତା ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି। ଏକ ବିଶାଳ ରାଲିରେ ଯାଇ ସେ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଥିଲେ। ଏହି ରାଲିରେ କଟକର ବିଜେଡ଼ି ମେୟର ପ୍ରାର୍ଥୀ ସୁବାସ ସିଂହ, ତୁଷାରକାନ୍ତି ବେହେରା ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ସୁଚିସ୍ମିତା କୁହନ୍ତି ନବୀନ ବାବୁ ତାଙ୍କ ଭରଷା କରିଥିବାରୁ ତାଙ୍କ ପ୍ରତି ବେଶ କୃତଜ୍ଞ ରହିଛନ୍ତି। ତାଙ୍କ ପ୍ରତି ସ୍ଥାନୀୟ ଭୋଟରଙ୍କ ସମର୍ଥନ ରହିଥିବାରୁ ତାଙ୍କ ଧନ୍ୟବାଦ ଦେଇଛନ୍ତି ସୁଚିସ୍ମିତା ।
ଖୁବ କମ ବୟସରୁ ରାଜନୀତିକୁ ଓହ୍ଲାଇଛନ୍ତି ସୁଚିସ୍ମିତା । ବୟସ ମାତ୍ର ୨୩। ସୁଚିସ୍ମିତା ବର୍ତ୍ତମାନ ମାଇକ୍ରୋ ବାୟୋଲୋଜିରେ ମାଷ୍ଟର ଡିଗ୍ରୀର ଛାତ୍ରୀ। ପାଠ ପଢା ଚାଲିଥିବା ବେଳେ ସୁଚିସ୍ମିତା ରାଜନୀତିକୁ ଓହ୍ଲାଇଛନ୍ତି । କଟକ ମହାନଗର ନିର୍ବାଚନ ପାଇଁ ୫୯ ନମ୍ବର ୱାର୍ଡରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ରାଜନୀତି ମାଧ୍ୟମରେ ସେ ନିଜ ୱାର୍ଡ ଓ କଟକବାସୀଙ୍କ ପାଇଁ ସେବା କରିବେ ବୋଲି ମନସ୍ଥ କରିଛନ୍ତି । ଏହାସହ ଭବିଷ୍ୟତରେ ମଧ୍ୟ ପୁରା ସମୟ ରାଜନୀତିରେ ରହି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ସୁଚିସ୍ମିତା । ସୁଚିସ୍ମିତା ହେଉଛନ୍ତି ୫୯ ନମ୍ବର ୱାର୍ଡ ବିଜେଡିର ପୂର୍ବତନ ୱାର୍ଡ ସଭାପତି ଦିବଂଗତ ଗୁନା ନନାଙ୍କ ଝିଆରି ।
ପୂର୍ବରୁ ସୁଚିସ୍ମିତାଙ୍କ ପରିବାର ରାଜନୀତିରେ ଥିବା ବେଳେ ଏବେ ସେ ମଧ୍ୟ ଲୋକଙ୍କ ସେବା କରିବାକୁ ଆଗେଇ ଆସିଛନ୍ତି। ସୁଚିସ୍ମିତା କୁହନ୍ତି, ରାଜନୀତି ଓ ସେବା ମଧ୍ୟରୁ ସେବାକୁ ଅଗ୍ରାଧିକାର ଦେବେ। ୫୯ ନମ୍ବର ଓ୍ୱାର୍ଡର ମୁଖ୍ୟ ସମସ୍ୟା ଯଥା ଡ୍ରେନେଜ, ପାନୀୟ ଜଳ, ରାସ୍ତା ଭଳି ମୌଳିକ ସମସ୍ୟାଗୁଡ଼ିକୁ ଅଗ୍ରାଧିକାର ଭାବରେ ସମାଧାନ କରିବାକୁ ପ୍ରୟାସ କରିବେ।
ଯେହେତୁ ତାଙ୍କର ବୟସ କମ, ତେଣୁ ତାଙ୍କୁ ବିରୋଧ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ସୁଚିସ୍ମିତା ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ଓ ତାଙ୍କୁ ଲୋକ ଗ୍ରହଣ କରି ଥରୁଟେ ସୁଯୋଗ ଦେବାକୁ ସେ ଓ୍ୱାର୍ଡ ବାସୀଙ୍କୁ ନିବେଦନ କରିଛନ୍ତି। ତାଙ୍କ ମତରେ ଶିକ୍ଷିତ ଓ ଯୁବବର୍ଗମାନେ ରାଜନୀତିକୁ ଆସି ଲୋକଙ୍କ ସେବା କରିବା ନିହାତୀ ଦରକାର, ବିଶେଷ କରି ମହିଳାମାନେ ମଧ୍ୟ ଏହି ରାଜନୀତିରେ ପାଦ ଥାପିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କାରଣ ଏବେ ସମୟ ବଦଳିବା ସହିତ ନାରୀମାନେ ଆଗକୁ ବଢି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ତେଣୁ ରାଜନୀତିକୁ କାହିଁକି ନ କରିପାରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.