Take a fresh look at your lifestyle.

କୋରୋନା କାଳରେ ଶିକ୍ଷାର ବିକଳ ଚିତ୍ର, ୮୦ ପ୍ରତିଶତ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ

0 969

Get real time updates directly on you device, subscribe now.

ନୂଆଦିଲ୍ଲୀ: କୋରୋନା ମହାମାରୀ (Corona Pandemic) ପାଇଁ ଦୀର୍ଘ ଦେଢ ବର୍ଷ ଧରି ତମାମ ଦେଶରେ ଶିକ୍ଷାଦାନ (Education System) ବାଧାପ୍ରାପ୍ତ ହୋଇ ରହିଛି। ଏପରିକି ଆଜି ପର୍ଯ୍ୟନ୍ତ ସବୁ ସ୍ଥାନରେ ସ୍କୁଲ (School) ଗୁଡ଼ିକ ଖୋଲାଯାଇ ପାରିନାହିଁ । ସ୍ବାଭାବିକ ହୋଇ ପାରିନାହିଁ ଶିକ୍ଷାଦାନ। ତେବେ ଏହାରି ମଧ୍ୟରେ ମୁଣ୍ଡବିନ୍ଧାଇଲା ଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଡିଜିଟାଲ ଯୁଗରେ ବିକଶିତ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ସଂଯୁକ୍ତ ରାଷ୍ଟ୍ର ବାଲ କୋଷ (ୟୁନିସେଫ) ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ କୋରୋନା କାଳରେ ୮୦ ପ୍ରତିଶତ ପିଲାଙ୍କ ଶିକ୍ଷାଦାନରେ ବାଧାପ୍ରାପ୍ତ ହୋଇଛି । ଏପରିକି ଏହି ପିଲାମାନେ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବାରେ ମଧ୍ୟ ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ଅନୁଧ୍ୟାନରେ କୁହାଯାଇଛି ଯେ ସ୍କୁଲ ବନ୍ଦ ହେବା କାରଣରୁ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ୧୪ ରୁ ୧୮ ବର୍ଷ ବୟସ ପିଲାମାନେ ଏହି ସମସ୍ୟାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏପରିକି ପିଲାମାନଙ୍କ ଅଭିଭାବକ ମାନେ ମଧ୍ୟ ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି କି ମହାମାରୀ ପୂର୍ବ ତୁଳନାରେ ପିଲାମାନେ ଖୁବ କମ ଶିଖିଛନ୍ତି ।

ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି କି କୋରୋନା କାଳରେ ଶିକ୍ଷା ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଅନଲାଇନ ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା। ଯେଉଁ ପିଲାମାନଙ୍କ ଅଭିଭାବକମାନେ ସ୍ମାର୍ଟ ମୋବାଇଲର ବ୍ୟବସ୍ଥା କରିଥିଲେ ସେମାନଙ୍କ ପଢାରେ କୌଣସି ସମସ୍ଯା ସୃଷ୍ଟି ହୋଇନଥିବା ଉଲ୍ଲେଖ କରାଯାଇଛି। ମାତ୍ର ଯେଉଁମାନଙ୍କ ସଂସାଧନ କମ ରହିଛି ବା ସ୍ମାର୍ଟ ମୋବାଇଲର ବ୍ୟବସ୍ଥା କରି ପାରିନାହାନ୍ତି ସେମାନଙ୍କ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୟୁନିସେଫ ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ମହତ୍ବପୂର୍ଣ୍ଣ ପ୍ରୟାସ ବ୍ୟତୀତ କମ କନେକ୍ଟିଭିଟି ଓ ଡିଜିଟାଲ ଉପକରଣ ନଥିବା କାରଣରୁ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବାରେ ବାଧା ଆସିଛି ।

ୟୁନିସେଫ ଇଣ୍ଡିଆର ମୁଖ୍ୟ ଡ. ଯସ୍ମିନ ଅଲ୍ଲୀ ଦେଶରେ କୋରୋନା ପରେ ସ୍କୁଲ ଗୁଡ଼ିକୁ ଖୋଲିବା ନେଇ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ନିଶ୍ଚିତ ପକ୍ଷେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ବିଦ୍ୟାଳୟଗୁଡ଼ିକ ପିଲାମାନଙ୍କ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାକୁ ପ୍ରାଥମିକତା ଭିତ୍ତିରେ ଖୋଲିବା ଉଚିତ୍। ସେ କହିଛନ୍ତି, କୋରୋନା ହେତୁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ହେବା ଦ୍ୱାରା ଅନେକ ପିଲା ଶିକ୍ଷା, ସାମାଜିକ ପାରସ୍ପରିକ କଥାବାର୍ତ୍ତା ଏବଂ ଖେଳ ସମୟରୁ ବଞ୍ଚିତ ହୋଇଥିଲେ ଯାହା ସେମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ ଜରୁରୀ ଅଟେ । ଭାରତ ରାଜ୍ୟଗୁଡିକରେ ବିଦ୍ୟାଳୟଗୁଡିକର ନିରାପଦ ଏବଂ ଧୀରେ ଧୀରେ ଖୋଲିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କାରଣ ପିଲାମାନେ ବ୍ୟକ୍ତିଗତ ଭାବରେ ସର୍ବୋତ୍ତମ ଶିକ୍ଷା କରନ୍ତି ଏବଂ ଏହା ପରବର୍ତ୍ତୀ ଶିକ୍ଷାର କ୍ଷତିକୁ ରୋକିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.