Take a fresh look at your lifestyle.

ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, ମୁହଁ ପୋଛିଦେଲେ ପୁରୀ ମାଉସୀ

0 448

Get real time updates directly on you device, subscribe now.

5t Secretary VK Pandian ପୁରୀ: ପୁରୀ ଗସ୍ତ ସମୟରେ ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳୀ ମାଡ କରାଯାଇଛି । ସଚୀବଙ୍କ ମୁହଁ ସମେତ ଡ୍ରେସରେ ମଧ୍ୟ କାଳୀ (ink) ଛିଟା ଲାଗିଥିବା ଦେଖିବାକୁ ମିଳିଛି । ପୁରୀ ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପାଖରେ ଥିବା ଏକ ପଡିଆ ନିକଟରେ ଏପରି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ ୫ଟି ସଚୀବଙ୍କୁ କାଳୀ ମାଡ କରିଛି । କାଳୀମାଡ କରିବା ପରେ ପୋଲିସ ପକ୍ଷରୁ ତୁରନ୍ତ ସେ ଯୁବକ ଜଣକଙ୍କୁ କାବୁ କରାଯାଇଛି । କାଳୀ ମାଡ ପରେ କିଛି ମହିଳା ନିଜ ପଣତରେ ୫ଟି ସଚୀବଙ୍କ ମୁହଁରୁ କାଳୀ ଦାଗ ପୋଛିବା ଦେଖିବାକୁ ମିଳିଛି । କାଳୀ ମାଡ ପରେ ମଧ୍ୟ ୫ଟି ସଚୀବ ନିଜ କାର୍ଯ୍ୟ ବଜାୟ ରଖିଥିବା ଦେଖିବାକୁ ମିଳିଥିଲା । କାଳୀ ମାଡ ଅବସ୍ଥାରେ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ ।

୫ଟି ସଚୀବଙ୍କ ସମେତ କାଳୀ ମାଡର ଶିକାର ହୋଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା (puri collector samarth verma)। ଜିଲ୍ଲାପାଳଙ୍କ ମୁହଁ ସମେତ ଡ୍ରେସରେ କାଳୀ ଦାଗର ଛିଟା ଲାଗିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ସମେତ ୫ଟି ସଚୀବଙ୍କୁ କାଳୀ ମାଡ ଖୁବ ବର୍ତ୍ତମାନ ସବୁଠି ଚର୍ଚ୍ଚାର ଖବର ପାଲଟିଛି । କେଉଁ କାରଣରୁ ଯୁବକ ଏପରି କାଣ୍ଡ ଘଟାଇଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୋଲିସ ଯୁବକଙ୍କୁ ପଚରାଉଚରା ଜାରି ରଖିଛି । ତେବେ ୫ ଟି ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣୀରେ ଯୋଗ ଦେବା ପରେ ସତ୍ୟବାଦୀ ଯାଇଥିଲେ । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣ ପ୍ରସାଦରେ ଜନ ଶୁଣାଣିରେ ୫ଟି ସଚୀବ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଗତ କଲି ଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଅଛନ୍ତି।

୨୦୦୦ ମସିହାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହିଦିନ ଠାରୁ ମହିଳା ସଶକ୍ତି କରଣର କଥା ଚିନ୍ତା କରିଥିଲେ। ଆଉ ୨୦୦୧ରେ ପ୍ରଥମେ ଆରମ୍ଭ କରିଥିଲେ ମିଶନଶକ୍ତି ଯୋଜନା । ସେହିଦିନ ଠାରୁ ଆଉ ପଛକୁ ଫେରି ନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ମାନଙ୍କର ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରି ଚାଲିଛନ୍ତି। ଏସଏଚଜି ମହିଳାମାନେ ୧୧୩୦୦ କୋଟିର ଋଣ ନେଇଛନ୍ତି। ପୁରୀ ଜିଲ୍ଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଗୋଟିଏ ବର୍ଷରେ ୬୮୦କୋଟି ଟଙ୍କାର ରୂଣ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ମାଆ ମାନଙ୍କ ପଛରେ ଅଛନ୍ତି ବୋଲି ପୁରୀ ତାଳବଣିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଶନଶକ୍ତି ମହିଳା ମାନଙ୍କୁ ଉଦବୋଧନ ଦେଇ ସୂଚନା ଦେଇଛନ୍ତି ୫ଟି ସଚିବ। ତେବେ ଏହି ଯୋଜନା ଦ୍ୱାରା ମହିଳା ମାନଙ୍କୁ ଘରୁ ବାହାରକୁ ଆଣିବାକୁ ଏହି ବ୍ୟବସ୍ଥା । ୧,୬୦ ହଜାର କୋଟି ବ୍ୟାଙ୍କରେ ରହିଛି।ପ୍ରତି କ୍ଷେତ୍ରରେ ମିଶନ ଶକ୍ତି ମହିଳାଙ୍କୁ ନିୟୋଜିତ କରାଯାଇଛି। କୋଭିଦ୍ ମହାମାରୀ ସମୟରେ ମିଶନ ଶକ୍ତିର ଭୂମିକା ପ୍ରଶଂସନୀୟ । ଜିଲ୍ଲା ମହାସଂଘର ନିଜସ୍ଵ ବିଲଡିଂ ହେବ। ଏକମାସ ଭିତରେ କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବ୍ଲକ୍ ମହାସଂଘ ୧୨ଟି ବ୍ଲକରୁ ୭ ଟି ହୋଇଛି। ପ୍ରତିବର୍ଷ ୫୦ ଲକ୍ଷ ଏଥିପାଇଁ ଦିଆଯାଉଛି। ମିଶନ ଶକ୍ତି ଫେଡରେଶନକୁ ଗାଡ଼ି ଦିଆଯିବ। ୩୬୦ଟି ବ୍ଯୁଲଡିଂରୁ ୨୬୮ ସଂପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୭୦ ଏକ ମାସ ଭିତରେ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକ୍ ,ପଞ୍ଚାୟତ ,ଜିଲ୍ଲା ଓ ଗୋଷ୍ଠୀ ଫେଡରେଶନକୁ ମିଶିକି କାର୍ଯ୍ୟ କରିବାକୁ ଅପିଲ କଲେ ୫ଟି ସଚିବ। ସେପଟେ ଆଜି ପ୍ରଥମେ ଅସ୍ତରଙ୍ଗ ଓ କାକଟପୁର ଓ ପରେ ନିମାପଡା ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆରେ ପହଞ୍ଚିଥିଲେ। ଏଠାରେ ମିଶନଶକ୍ତି ମହିଳାଙ୍କ ପକ୍ଷରୁ ତାଙ୍କୁ ଭବ୍ଯ ସ୍ୱାଗତ କରାଯାଇଥିଲା। ମହିଳା ମାନେ ୫ଟି ସଚିବଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ତେବେ ଶେଷରେ ସତ୍ଯବାଦୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରତ୍ୟକ ଜିଲ୍ଲାକୁ ବିଭିନ୍ନ ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ଓ ତଦାରଖ ପାଇଁ ଗସ୍ତ କରୁଛନ୍ତି ୫ଟି ସଚୀବ ଭିକେ ପାଣ୍ଡିଆନ । କିଛି ଦିନ ତଳେ ସୋନପୁର ଗସ୍ତ ସମୟରେ ୫ଟି ସଚୀବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡା ମାଡ କରାଯାଇଥିବା ଖବର ଆସିଥିଲା । ଅଣ୍ଡାମାଡ ପରେ ସଚୀବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିରୋଧୀ ଦଳର କିଛି ନେତା ମଧ୍ୟ ଏ ପ୍ରସଙ୍ଗରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.