Take a fresh look at your lifestyle.

କଂଗ୍ରେସର ମୂଳଦୁଆ ଦୃଢ ପାଇଁ ଏମିତି ଯୋଜନା କରିଛନ୍ତି ଥରୁର

0 794

Get real time updates directly on you device, subscribe now.

Congress MP Shashi Tharoor: ଦଳର ଅଧ୍ୟକ୍ଷ ନିର୍ବାଚିତ ହେଲେ କ’ଣ କରିବେ ଶଶୀ ଥରୁର। ତାହାର ଜବାବ ରଖିଛନ୍ତି ଦଳର ଲୋକସଭା ସାଂସଦ। ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରଚାର କରିବା ବେଳେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ସେ କଂଗ୍ରେସ ଦେଶକୁ ଭଲ ଭାବେ ପରିଚାଳିତ କରିଛି। ଆମେ ଦଳରେ ଅନୁଭବୀ ଲୋକ ଅଛନ୍ତି। ପୁନର୍ବାର ଜିତିବା ପାଇଁ ମତଦାତଙ୍କ ସାମ୍ନାରେ ଆମର ଶକ୍ତି ପ୍ରଦର୍ଶନ କରିବା ଆବଶ୍ୟକ। ଦଳ ଏଥିପାଇଁ ଆକର୍ଷଣୀୟ ହେବା ଆବଶ୍ୟକ ଯେ, ଆମେ ମତଦାତାଙ୍କୁ ଆତ୍ମବିଶ୍ୱାସ ଦେଇପାରିବୁ।

ଯେଉଁମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଆମ ପରିସ୍ଥିତିକୁ ଦେଖି ବିରୋଧୀ ଶକ୍ତିଶାଳୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେମାନେ କହୁଛନ୍ତି ମଜବୁତ ଦେଖାଯିବା ପାଇଁ ଆମକୁ ପ୍ରସ୍ତୁତ ରହିବା ଆବଶ୍ୟକ।

ଦେଶରେ ବେରୋଜଗାରୀ ଚରମସୀମାରେ ପହଞ୍ଚିଛି। ଆପଣ ଦରଦାମ ବୃଦ୍ଧି ବାବଦରେ ଜାଣିଛନ୍ତି। ଯେତେବେଳେ ଆମେ ବଜାରକୁ ଯାଉ, ଆମେ ଜାଣୁ ଯେ ଖର୍ଚ୍ଚ କିପରି ବଢୁଛି। ଦେଶରେ ଘୃଣାଭାବ ବ୍ୟାପିବାରୁ ଲୋକେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। କାରଣ ଆମ ଦେଶରେ ଏକାଠି ଜୀବନଯାପନ କରିବାର ପଦ୍ଧତି ରହିଛି। ବର୍ତ୍ତମାନ ଯାହାକୁ ବଦଳା ଯାଉଛି।

ଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​​କଂଗ୍ରେସ ମାତ୍ର ୧୯ ପ୍ରତିଶତ ଭୋଟ୍ ପାଇଛି। ଆମେ ଏହି ୧୯ ପ୍ରତିଶତ ଭୋଟ୍ ନେଇ ସରକାରକୁ ଫେରିପାରିବୁ ନାହିଁ। ଏଥିପାଇଁ ଆମକୁ ମତଦାତାଙ୍କୁ ଦଳ ପାଖକୁ ଫେରାଇ ଆଣିବାକୁ ହେବ। ଯେଉଁମାନେ ଗତ ୨ ନିର୍ବାଚନରେ ​​ଆମ ପାଖରୁ ଦୂରେଇ ଯାଇଛନ୍ତି। ହେଲେ ଭୋଟର ୨୦୦୪ ଏବଂ ୨୦୦୯ ନିର୍ବାଚନ କଂଗ୍ରେସ ଦଳକୁ ଭୋଟ୍ ଦେଇଥିଲେ। ଯେଉଁଥି ପାଇଁ ଦଳ ବର୍ତ୍ତମାନ ଆହୁରି ଆକର୍ଷିତ ହେବା ଆବଶ୍ୟକ। ଯାହା ଫଳରେ ମତଦାତା ଆମକୁ ବାଛି ପାରିବେ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶୀ ଥରୁରଙ୍କ ବିପକ୍ଷରେ ଅବତୀର୍ଣ୍ଣ ହୋଇଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ। ଏହି ନିର୍ବାଚନ ଲାଗି ୧୭ ଅକ୍ଟୋବରରେ ହେବାକୁ ଯାଉଛି ମତଦାନ। ଭୋଟ୍ ଗଣନା ୧୯ ଅକ୍ଟୋବରରେ ହେବ। ସେହି ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.