Take a fresh look at your lifestyle.

Pakistan Security: ପାକିସ୍ତାନର ସୁରକ୍ଷା କର୍ମୀ ଖାଇଗଲେ ୨୭ ଲକ୍ଷର ବିରିଆନୀ, ବିଲ୍କୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧା

0 895

Get real time updates directly on you device, subscribe now.

Pakistan Security: ଲାହୋର: ନିକଟରେ ପାକିସ୍ତାନ ଆସିଥିବା ନ୍ୟୁଜିଲାଣ୍ଡ ଦଳ ସୁରକ୍ଷା କାରଣ ଦେଖାଇ ଗସ୍ତ ବାତିଲ କରିଥିଲା। ଫଳରେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା ପାକିସ୍ତାନ। ତେବେ ସେ ଯାହା ବି ହେଉ, ସ୍ବଳ୍ପ ସମୟ ପାଇଁ ନ୍ୟୁଜିଲାଣ୍ଡର କ୍ରିକେଟ ଖେଳାଳି ପାକିସ୍ତାନରେ ରହିଥିଲା। ଫଳରେ ଏହି ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ସୁରକ୍ଷା ପାଇଁ ପାକିସ୍ତାନ ପ୍ରଶାସନ ପୁଲିସ କର୍ମୀଙ୍କୁ ନିୟୋଜିତ କରିଥିଲା। ଆଉ ଏହି ସୁରକ୍ଷା କର୍ମୀମାନେ ବର୍ତ୍ତମାନ ପାକ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି।

ଘଟଣାଟି ଏହିପରି। ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳିବାକୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟିମକୁ ନିଜ ଦେଶକୁ ଡକାଇ ଏବେ ଚିନ୍ତାରେ ପାକିସ୍ତାନ। ନ୍ୟୁଜିଲାଣ୍ଡ ଟିମକୁ ନିଜ ଦେଶକୁ ନିମନ୍ତ୍ରଣ କରିଥିଲା ମ୍ୟାଚ ଖେଳିବାକୁ। ଆଉ ଏଥିପାଇଁ ଶତାଧିକ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଥିଲା। ତେବେ ପରବର୍ତ୍ତି ସମୟରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ। ଏପରିକି ସୁରକ୍ଷାରେ ଢିଲା ଦର୍ଶାଇ ନ୍ୟୁଜିଲାଣ୍ଡ ମ୍ୟାଚ ଖେଳିବାକୁ ମନା କରିଦେଇଥିଲେ। ତେବେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡର ଗସ୍ତ ବାତିଲ କରିବା ପରେ ପାକିସ୍ତାନ ଭାରତ ବିପକ୍ଷରେ ଲଗାତାର ଭାବେ ବୟାନ ବାଜି କରି ଆସୁଥିବା ଦେଖିବାକୁ ମିଳିଛି।

ତେବେ ତାହା ଭିନ୍ନ ପ୍ରସଙ୍ଗ। ଏବେ ଆସିବା ମୂଳ ପ୍ରସଙ୍ଗକୁ । ନ୍ୟୁଜିଲାଣ୍ଡ ଦଳର ସୁରକ୍ଷା ପାଇଁ ପାକିସ୍ତାନ ଶତାଧିକ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଥିଲା। ୭ ଦିନ ରହିଥିଲେ ନ୍ୟୁଜିଲାଣ୍ଡର ଖେଳାଳିମାନେ। ତେବେ ଏହାରି ମଧ୍ୟରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀମାନେ ପ୍ରତିଦିନ ହୋଟେଲରୁ ବିରିୟାନୀ ଖାଇଥିଲେ। ଯେତେବେଳେ ଏହି ବିରିଆନୀର ବିଲ ପାକିସ୍ତାନର ଅର୍ଥ ମନ୍ତ୍ରାଳୟ ନିକଟକୁ ଆସିଥିଲା, ସେତେବେଳେ ମନ୍ତ୍ରଳାୟର ହୋସ ଉଡ଼ି ଯାଇଥିଲା। ଏହି ୭ ଦିନ ମଧ୍ୟରେ ୨୭ ଲକ୍ଷ ଟଙ୍କାର ବିରିଆନୀ ଖାଇଥିଲେ ସୁରକ୍ଷାକର୍ମୀମାନେ । ଯାହା ବର୍ତ୍ତମାନ ପାକ ପ୍ରଶାସନର ନିଦ ହଜାଇ ଦେଇଛି। ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସରକାର ଏହାକୁ ନେଇ ଏବେ ଚିନ୍ତିତ ହୋଇ ପଡିଛନ୍ତି। ହୋଟେଲ ପକ୍ଷରୁ ଏହି ବିଲ ପାକିସ୍ତାନ ମନ୍ତ୍ରାଳୟ ପାଖକୁ ଯିବା ପରେ ଏହି ଖବର ସାମ୍ନାକୁ ଆସିଥିଲା।

 

 

 

Get real time updates directly on you device, subscribe now.

Leave A Reply

Your email address will not be published.