Take a fresh look at your lifestyle.

Chief Reporter Arindam Das death: OTVର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

0 745

Get real time updates directly on you device, subscribe now.

Chief Reporter Arindam Das death: ଭୁବନେଶ୍ବର: ମୁଣ୍ଡଳୀ ବ୍ୟାରେଜରେ ଆଜି (ଶୁକ୍ରବାର) ଏକ ହାତୀପଲ ଭାସିଯାଇ ଲାଗିଥିବା ନେଇ ଖବର ଆସିଥିଲା। ଏହି ଖବର ସଂଗ୍ରହ କରିବା ସମୟରେ ଯୁବ ଦୁଃସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି। ହାତୀପଲକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମରେ ସାମିଲ ଥିଲେ ଓଟିଭିର ଦୁଇ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନା। ତେବେ ମୁଣ୍ଡଳୀ ଉଚ୍ଛୁଳା ନଦୀ ମଧ୍ୟରେ ବୋଟଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ସାମ୍ବାଦିକ ମଧ୍ୟ ସେହି ନଦୀ ଗର୍ଭରେ ବୋଟରୁ ଖସି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ପଠାଯାଇଥିଲେ ମଧ୍ୟ ସେଠାରେ ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପ୍ରଭାତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେ ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି। ମୃତ୍ୟୁ ବେଳକୁ ଅରିନ୍ଦମଙ୍କୁ ୩୯ ବର୍ଷ ବୟସ ହୋଇଥିଲା।

ତେବେ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସେହି ରବର ବୋଟଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ସମସ୍ତ କର୍ମଚାରୀ ଓ ସାମ୍ବାଦିକମାନେ ପାଣିରେ ବୁଡ଼ି ଯାଇଥିଲେ। ନଦୀର ପ୍ରଖର ସ୍ରୋତରେ ଓଡ୍ରାଫ ଟିମ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ମାତ୍ର ସେଠାରେ ଡାକ୍ତର ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ରିସିଭ ଡେଡ ବା ମୃତ ଘୋଷଣା କରିଥିଲେ। ଅନ୍ୟ ସାମ୍ବାଦିକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ଆଇସିୟୁରେ ରହିଥିବା ନେଇ ଏସସିବିର ଜରୁରୀକାଳୀନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

ସାହାସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ। ତେବେ କ୍ରାଇମରୁ କ୍ୟାରିୟର ଆରମ୍ଭ କରିଥିବା ଅରିନ୍ଦମ ପରେ ଡିଜାଷ୍ଟର ରିପୋର୍ଟିଂ, ପଲିଟିକାଲ ରିପୋର୍ଟିଂ ଆଦିରେ ମଧ୍ୟ ନିଜର ଛାପ ଛାଡ଼ି ଯାଇଛନ୍ତି। ବନ୍ୟା, ବାତ୍ୟା ବେଳେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲେ ସେ। ଜଣେ ଦୁଃସାହସୀ ସାମ୍ବାଦିକ ଭାବେ ସେ ଘରେ ଘରେ ପରିଚିତ ଥିଲେ। ରିସ୍କ ନେଇ ଏକ୍ସଟ୍ରା କରିବାକୁ ସବୁବେଳେ ଆଗକୁ ଆସୁଥିଲେ ଅରିନ୍ଦମ। ବନ୍ୟପ୍ରାଣୀ ସଂପର୍କିତ ରିପୋର୍ଟରେ ମଧ୍ୟ ସେ ଦକ୍ଷ ଥିଲେ। ଏପରିକି ଆଜି ମଧ୍ୟ ମରଣ ମୁହଁରେ ପଡ଼ିବି ସେ ନିଜକୁ ଚାହିଁ ନ ଥିଲେ।

ତାଙ୍କର ଦେହାନ୍ତ ନେଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ ଅନ୍ୟ ଗଣମାଧ୍ୟମ ଜଗତର ବରିଷ୍ଠ ସାମ୍ବାଦିକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କ ଟ୍ବିଟରରେ ଲେଖିଛନ୍ତି କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.