Take a fresh look at your lifestyle.

Health Tips:ଆପଣଙ୍କୁ ସୁସ୍ଥ ରଖିବ ଏହି ଆୟୁର୍ବେଦିକ ପାନୀୟ

0 444

Get real time updates directly on you device, subscribe now.

Health Tips:ଆପଣଙ୍କ ଶରୀରରେ ଯଦି ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ତେବେ ଆପଣ ଖୁବ ଶୀଘ୍ର ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବନା କୋରୋନା କାଳରେ ସବୁଠାରୁ ଅଧିକ ରହିଥାଏ। ଏହା ସହିତ ଋତୁ ପରିବର୍ତ୍ତନ ସମୟରେ ମଧ୍ୟ ଦେଖାଦେଇଥାଏ । ସାଧାରଣତଃ ଭାବେ ଆପଣ ଏହି ସମୟ ଗୁଡ଼ିକରେ ଥଣ୍ଡା, ଜ୍ବର, କାଶ, ଦେହ ଦରଜ ଭଳି ରୋଗର ଶୀକାର ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସବୁ ରୋଗ ବିଶେଷ କରି ସେପ୍ଟେମ୍ବର ମାସରୁ ନଭେମ୍ବର ମାସ ମଧ୍ୟରେ ଦେଖିବାକୁ ମିଳିଥାଏ। ଏହି ସମୟରେ ଡେଙ୍ଗୁ, ମେଲେରିଆ, ଫ୍ଲ୍ୟୁ, କାଶର ଜନିତ ରୋଗ ବହୁ ମାତ୍ରାରେ ବଢିଥାଏ।

ତେବେ ଏହି ସବୁ ରୋଗରୁ ବର୍ତ୍ତିବା ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାର ଆବଶ୍ୟକତା ରହିଛି। ଆଜି ଆପଣଙ୍କୁ ଆମେ କହିବୁ ଆପଣ କିଭଳି ଏହି ସମୟରେ ରୋଗମୁକ୍ତ ରହିବେ। ଆପଣଙ୍କର ରୋଗ ପ୍ରତିଷେଧକ ଶକ୍ତି କିଭଳି ବଢିବ। ଆପଣଙ୍କୁ ୩ ପ୍ରକାର ପାନୀୟ ବିଷୟରେ ଆମେ କହିବୁ ଯାହା ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହି ପାନୀୟ ଗୁଡ଼ିକ ଉପରୋକ୍ତ ରୋଗ ସହିତ ଲଢିବା ପାଇଁ ଆପଣଙ୍କୁ ଶକ୍ତି ଯୋଗାଇବ । ତେବେ ଚାଲନ୍ତୁ ଏହି ପାନୀୟ ବିଷୟରେ ଆମେ ଆଲୋଚନା କରିବା।

ଜୀରା ଓ ଗୁଡର ମିଶ୍ରିତ ପାନୀୟ
ଏହା ଶ୍ୱାସକୁ ହଟାଇବା, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣ ଏହି ପାନୀୟକୁ ବ୍ୟବହାର କରିପାରନ୍ତି। ଜିରା ଏବଂ ଗୁଡ଼ ମିଶ୍ରିତ ଜଳ ଏଥିପାଇଁ ବହୁତ ସାହାଯ୍ୟକାରୀ ବୋଲି ବିବେଚନା କରାଯାଏ। ଗୁଣ୍ଡରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଥାଏ ଯାହା ଫୁସଫୁସରେ ଜମା ହୋଇଥିବା ଶ୍ୱାସକୁ ସଫା କରିବାରେ ସହାୟକ ହୋଇଥାଏ। ଯେଉଁମାନେ ଶୀଘ୍ର ଥକି ପଡ଼ନ୍ତି, ହାଲିଆ ଅନୁଭବ କରନ୍ତି ଏବଂ ଜ୍ୱର କିମ୍ବା ସଂକ୍ରମଣର ଶିକାର ହୁଅନ୍ତି ସେମାନଙ୍କ ପାଇଁ ଗୁଡ଼ ଏବଂ ଜିରା ପାଣି ଅତ୍ୟନ୍ତ ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ଦେଢ଼ ଗ୍ଲାସ୍ ପାଣିକୁ ଗରମ କରନ୍ତୁ। ତା’ପରେ ସେଥିରେ ଏକ ଚାମଚ ଜିରା ଏବଂ କିଛି ଗୁଡ଼ ମିଶାନ୍ତୁ। ଯେତେବେଳେ ଏହା ଭଲ ଭାବରେ ଫୁଟିବା ପରେ ଏହାକୁ ଛାଣନ୍ତୁ ଏବଂ ଚା ପରି ପିଅନ୍ତୁ। ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।
ହଳଦୀ ମିଶା କ୍ଷୀର
ହଳଦୀକୁ ସାଧାରଣତଃ ରୋଷେଇ ଘରର ଗୋଲ୍ଡେନ ମସଲା କୁହାଯାଏ। ହଳଦୀରେ ଆଣ୍ଟିସେପ୍ଟିକ୍, ଆଣ୍ଟିଭାଇରାଲ୍, ଆଣ୍ଟିଫଙ୍ଗଲ୍, ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ରହିଛି। ଯଦି ହଳଦୀ କ୍ଷୀର ପ୍ରତିଦିନ ଶୋଇବା ସମୟରେ ଖିଆଯାଏ, ତେବେ ଏହା ରୋଗ ସଂକ୍ରମଣର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ତୁଳସୀ ଚା
ତୁଳସୀ ପତ୍ର ଓ ଗିଲୋୟ ମିଶ ଚା ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଲାସ ପାଣିରେ ୮ଟି ତୁଳସୀରେ ପତ୍ର ଓ ଗିଲୋୟକୁ ଛେଚି ପକାଇ ଗରମ କରିବାକୁ ହେବ। ଏହା ସହିତ ଅଦା, ଗୋଲମରିଚ ଓ ହଳଦି ପକାଇବା। ଏହି ମିଶ୍ରଣ ସହିତ ପାଣିକୁ ଗରମ କରିବା। ପାଣି ଫୁଟି ଅଧା ହୋଇଗଲେ ତାହାକୁ ଛାଣି ପିଇବା । ଏହି ଛଣା ପାଣିରେ ଦୁଇ ବୁନ୍ଦା ଲେମ୍ବୁ ରସ ପକାଇବା। ପ୍ରତିଦିନ ସକାଳୁ ଏହାକୁ ପାନ କଲେ ଦେଶରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

Get real time updates directly on you device, subscribe now.

Leave A Reply

Your email address will not be published.