Take a fresh look at your lifestyle.

ରୁପାଣୀଙ୍କ ପରେ କିଏ ?

0 833

Get real time updates directly on you device, subscribe now.

ଅହମଦାବାଦ: ଗୁଜୁରାଟ (Gujurat) ମୁଖ୍ୟମନ୍ତ୍ରୀ (Chief Minister) ବିଜୟ ରୁପାଣୀଙ୍କ (Vijay Rupani) ଅଚାନକ ଇସ୍ତଫା (Resign) ପରେ ରାଜ୍ୟ ରାଜନୀତିରେ (State Politics) ହଇଚଇ ସୃଷ୍ଟି ହୋଇ ଯାଇଛି। ଶ୍ରୀ ରୁପାଣୀଙ୍କ (Vijay Rupani) ଇସ୍ତଫା ପରେ ଆସନ୍ତାକାଲି ରବିବାର (Sunday) ଦିନ ବିଧାୟକ ଦଳର (MLA) ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ୪ ଜଣଙ୍କ ନାଁ ରହିଥିବା ବେଳେ ଏବେ ନୀତିନ ପଟେଲଙ୍କ (Nitin Patel) ନାଁ ସର୍ବାଗ୍ରେ ରହିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନାଁ ମଧ୍ୟ ରହିଛି। ମନସୁଖ ମାଣ୍ଡଭୀୟ ବର୍ତ୍ତମାନ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି।

Also Read: ଜଗି ବସିଛି ଅନାହାର ମୃତ୍ୟୁ !

ସୂଚନା ଯୋଗ୍ୟ ନୀତିନ ପଟେଲ ୫ ଅଗଷ୍ଟ ୨୧୬ରୁ ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ପଦରେ କାର୍ଯ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ ୨୦୦୧ରେ ନୀତିନ ପଟେଲଙ୍କୁ ଗୁଜୁରାଟ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ତେବେ ନୀତିନ ମୋଟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି। ତିନି ଦଶନ୍ଧି ଧରି ସେ ରାଜନୀତି ସହିତ ଜଡ଼ିତ ରହିଛନ୍ତି। ୧୯୯୦ରେ ପ୍ରଥମ ଥର ପାଇଁ ଗୁଜୁରାଟର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନୀତିନ ପଟେଲ ଉତ୍ତର ଗୁଜୁରାଟର ବାସିନ୍ଦା ଅଟନ୍ତି।

ସୂଚନାଯୋଗ୍ୟ ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଅଚାନକ ନିଜ ପଦରୁ ଇସ୍ତଫା ପ୍ରଦାନ କରିସାରିଛନ୍ତି। ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଏହି ଇସ୍ତଫା ପ୍ରଦାନ ସମୟରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ନୀତିନ ପଟେଲ ମଧ୍ୟ ସାଥିରେ ରହିଥିବା ଦେଖିବାକୁ ମିଳିଥିଲା।

Also Read: କୋରୋନା କାଳରେ ପିଲାଙ୍କ ଶିକ୍ଷା ଗୁରୁତର ଭାବେ ବାଧାପ୍ରାପ୍ତ

ବିଜୟ ରୂପାନି ଗୁଜୁରାଟର ୧୬ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୭ ଅଗଷ୍ଟ ୨୦୧୬ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ଗୁଜୁରାଟର କମାଣ ସମ୍ଭାଳିଥିଲେ। ରୁପାଣୀ ହେଉଛନ୍ତି ପଶ୍ଚିମ ରାଜକୋଟରୁ ବିଧାୟକ। ସେ ୨୦୦୬ ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଆସିଛନ୍ତି। ନଭେମ୍ବର ୨୦୧୪ରେ ରୁପାଣୀ ପରିବହନ ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ଗୁଜରାଟ ବିଜେପିର ରାଜ୍ୟ ସଭାପତି ମଧ୍ୟ ରହିଛନ୍ତି। ୧୯୮୭ରେ ପ୍ରଥମ ଥର ପାଇଁ ସେ ରାଜକୋଟ ମ୍ୟୁନିସିପାଲିଟି କର୍ପୋରେସନର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୬ରେ ରାଜକୋଟର ମେୟର ହୋଇଥିଲେ। ରୁପାନି ABVP ଏବଂ RSS ସହିତ ଜଡିତ । ୨୦୧୪ ମସିହାରେ, ରୁପାଣୀ ପଶ୍ଚିମ ରାଜକୋଟ ବିଧାନସଭା ଆସନରୁ ବିଧାୟକ ହୋଇଥିଲେ।

 

 

 

 

 

Get real time updates directly on you device, subscribe now.

Leave A Reply

Your email address will not be published.