Take a fresh look at your lifestyle.

New LPG Gas Cylinder:ଆସିଲା ନୂଆ ସିଲିଣ୍ଡର: ଯାହା ସୁରକ୍ଷିତ, ଦେବ ଅବଶିଷ୍ଟ ଗ୍ୟାସ ସମ୍ପର୍କରେ ସୂଚନା

0 2,469

Get real time updates directly on you device, subscribe now.

New LPG Gas Cylinder:ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଏକ ନୂତନ ସ୍ମାର୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଲଞ୍ଚ କରିଛି। ଯାହାର ନାମ କମ୍ପୋଜିଟ୍ ସିଲିଣ୍ଡର । ସୂଚନା ଅନୁଯାୟୀ, ଏହି ସ୍ମାର୍ଟ ଏଲପିଜି ସିଲିଣ୍ଡର ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟାଙ୍କି ମଧ୍ୟରେ କେତେ ଗ୍ୟାସ୍ ବାକି ଅଛି ଏବଂ କେତେ ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ସୂଚନା ପ୍ରଦାନ କରିବ।

ସେହିପରି କମ୍ପୋଜିଟ ସିଲିଣ୍ଡର ତିନି ପରସ୍ତରେ ପ୍ରସ୍ତୁତ ହୋଇଛି। ଏହା ଏକ ବ୍ଲୋ-ମୋଲ୍ଡ ହାଇ ଡେନସିଟି ପଲି ଇଥାଇଲିନ(HDPI) ଇନର ଲାଇନରରେ ପ୍ରସ୍ତୁତ ହୋଇଛି। ଏହା ପଲିମର ଘୋଡା ଯାଇଥିବା ଫାଇବର ଗ୍ଲାସରେ ଏକ ମିଶ୍ରଣ ଦ୍ବାରା ଢଙ୍କା ଯାଇଛି। ଏହା ସହିତ HDPI ଜ୍ୟାକେଟ ମଧ୍ୟ ଘୋଡା ଯାଇଥିବା ଜଣାପଡ଼ିଛି।

ସିଲିଣ୍ଡରର ଓଜନ
ଯଦି ଏହାର ଓଜନ ସମ୍ପର୍କରେ ଆଲୋଚନା କରାଯାଏ ତେବେ ସାଧାରଣତଃ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ଓଜନ ଠାରୁ ଏହା ୫୦ ପ୍ରତିଶତ ହାଲୁକା ବୋଲି ସୂଚନା ଦେଇଛି କମ୍ପାନୀ। ମିଳିଥିବା ସୂଚନା ମୁତାବକ ଖାଲି କମ୍ପୋଜିଟ ଏଲପିଜି ସିଲିଣ୍ଡରର ଓଜନ ୫ କିଲୋ ହୋଇଥିବା ବେଳେ ଗ୍ୟାସ ଭର୍ତ୍ତି ଟାଙ୍କିର ଓଜନ ୧୫ କିଲୋ ଗ୍ରାମ ରହିଥିବା ସୂଚନା ଦିଆଯାଇଛି। ତେବେ ସାଧାରଣତଃ ଭାବେ ଘରୋଇ ସିଲିଣ୍ଡର ଗୁଡ଼ିକର ଓଜନ ୧୪ ରୁ ୧୫ କିଲୋଗ୍ରାମ ହୋଇଥିବା ବେଳେ ଗ୍ୟାସ ଭର୍ତ୍ତି ଗ୍ୟାସ ଗୁଡ଼ିକର ଓଜନ ପାଖାପାଖି ୩୧ କେଜି ହୋଇଥାଏ।

ଫାଟିବନି ନୂଆ ଗ୍ୟାସ
ତେବେ ଏହି ନୂଆ କମ୍ପୋଜିଟ ଟାଙ୍କର ବିଶେଷତ୍ବ ହେଉଛି ଏହି ଟାଙ୍କ କେବେ ହେଲେ ଫାଟିବ ନାହିଁ। ସମୟେ ସମୟେ ସିଲିଣ୍ଡିର ବିଭିନ୍ନ ସମୟରେ ଫାଟିବାର ଦେଖାଯାଇଥାଏ । ମାତ୍ର ଏହି ଟାଙ୍କି ଫାଟିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ଜୋର ଦେଇ କୁହାଯାଇଛି। ଯଦି କୌଣସି ପରିସ୍ଥିତିରେ ନିଆଁ ଲାଗିବାର ସମ୍ଭାବନା ରହୁଛି ତେବେ ଟାଙ୍କିଟି ତରଳି ଯିବ କିନ୍ତୁ ଏହି ଟାଙ୍କି ବିସ୍ଫୋରଣ ହେବ ନାହିଁ । ଏହି ଟାଙ୍କି ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ପକୃତିର। ଯାହା ଟାଙ୍କିରେ କେତେ ଗ୍ୟାସ ରହିଛି ବ୍ୟବହାରକାରୀ ଦେଖିପାରିବେ। ଟାଙ୍କି ମଧ୍ୟରେ ରହିଥିବା ଗ୍ୟାସର ସ୍ତର ଜଣେ ଦେଖି ପାରିବ। ଏହା ଦ୍ବାରା ବ୍ୟବହାରକାରୀ ଜାଣି ପାରିବେ ଟାଙ୍କିରେ କେତେ ଗ୍ୟାସ ରହିଛି।

ନୂଆ ଟାଙ୍କିର ଦର
ତେବେ ଏହି କମ୍ପୋଜିଟ ଟାଙ୍କିର ଦର ସମ୍ପର୍କରେ ଯଦି ଆଲୋଚନା କରାଯାଏ ତେବେ ଏହାର ଦାମ ବଜାର ଦର ଆଧାରରେ ଦର ଧାର୍ଯ୍ୟ କରାଯିବ। ଏହି ସିଲିଣ୍ଡର ୧୦ ଓ ୫ କିଲୋଗ୍ରାମ ବର୍ଗରେ ଉପଲବ୍ଧ ହେବ। କମ୍ପୋଜିଟ ଏଲପିଜି ସିଲିଣ୍ଡର ନେଉଥିବା ଗ୍ରାହକ ମାନେ ୧୦ କେଜି ଟାଙ୍କିକୁ ୩୩୫୦ ଟଙ୍କା ଦେବାକୁ ହେବ। ସେହିପରି ୫ କିଲିଆ ଟାଙ୍କିକୁ ୨୧୫୦ ଟଙ୍କା ଦେବାକୁ ହେବ।

ଏହି ଟାଙ୍କ ବିଶେଷ କରି ଅହମଦାବାଦ, ଅଜମେର, ଆଲ୍ଲାହବାଦ, ବେଙ୍ଗାଲୁରୁ, ଭୁବନେଶ୍ବର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦାର୍ଜିଲିଂ, ଦିଲ୍ଲୀ, ଫରିଦାବାଦ, ଗୁରୁଗ୍ରାମ, ହାଇଦ୍ରାବାଦ, ଜୟପୁର, ଜଳନ୍ଧର, ଜାମସେଦପୁର, ଲୁଧିଆନା, ମହିସୁର, ପାଟନା, ରାୟପୁର, ରାଞ୍ଚି, ସାଙ୍ଗରୁର, ସୁରଟ, ତିରୁଚିରାପଲ୍ଲି, ତିରୁଓ୍ବଲୁର, ତୁମକୁର, ବାରଣାସୀ ଓ ବିଶାଖାପାଟଣାରେ ଉପଲବ୍ଧ ହେବା ନେଇ ସୂଚନା ରହିଛି। ଖୁବଶୀଘ୍ର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବା ନେଇ ସୂଚନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.