Take a fresh look at your lifestyle.

pakistani terrorist: ପାକିସ୍ତାନ ବିରୋଧରେ ବିଷ ଓଗାଳିଲା ଗିରଫ ଆତଙ୍କୀ, କହିଲା ଏପରି…

0 1,006

Get real time updates directly on you device, subscribe now.

pakistani terrorist: ଶ୍ରୀନଗର: ଭାରତୀୟ ସେନା ହାତରେ ଧରାପଡ଼ିଥିବା ଆତଙ୍କୀ ପାକିସ୍ତାନର କଳାକାରନାମ ପର୍ଦ୍ଦାଫାଶ କରିଛି। ଭାରତରେ ପାକିସ୍ତାନ କିଭଳି ଭାବରେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ କରୁଛି ସେନେଇ ଆତଙ୍କୀ ତାର ବୟାନରେ କହିଛି। ଉରିରୁ ଧରାଯାଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଲି ବାବର ସାମ୍ବାଦିକଙ୍କ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଅଲି ବାବର ପାକିସ୍ତାନର ଆତଙ୍କବାଦୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ବୟାନ ଦେଇଛି।

ବାବର କହିଛି ଯେ ତାଙ୍କୁ ଉରି ଭଳି ଆକ୍ରମଣ ପାଇଁ ଭାରତକୁ ପଠାଯାଇଛି ଏବଂ ପାକିସ୍ତାନୀ ସେନା ଦ୍ୱାରା ତାଲିମ ଦିଆଯାଇଛି। ବାବର ଆହୁରି ମଧ୍ୟ କହିଛି ଯେ ୯ ଆତଙ୍କବାଦୀ ପାକିସ୍ତାନରେ ୩ ସପ୍ତାହ ପାଇଁ ତାଲିମ ଦେଇଛନ୍ତି। ଲସ୍କର-ଏ-ତୋଏବାରେ ସାମିଲ ହେବା ପରେ ଆଇଏସଆଇ ୨୦ ହଜାର ଟଙ୍କା ଦେଇଛି। ଫ୍ୟାକ୍ଟ୍ରିରେ କାମ କରିବା ସମୟରେ ଲସ୍କର-ଏ-ତୋଏବା ଆତଙ୍କୀମାନଙ୍କ ସହିତ ଭେଟ ହୋଇଥିଲା ବୋଲି ବାବର କହିଛି।

ବାବର ଆହୁରି ମଧ୍ୟ ବେଶ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି। ବାବର କହିଛି ଯେ ଅନାଥ ଓ ଗରିବ ପିଲାଙ୍କୁ ନେଇ ଜିହାଦ ପାଇଁ ପ୍ରସ୍ତୁତ କରିଥାଏ। ଆତଙ୍କୀ ସଂଗଠନ ପକ୍ଷରୁ କୁହାଯାଉଛି ଯେ କାଶ୍ମୀରରେ ମୁସଲମାନଙ୍କ ଉପରେ ଜୁଲୁମ କରାଯାଉଛି। ସେମାନଙ୍କୁ କିଭଳି ଭାବରେ ଖୁସିରେ ରଖାଯାଇ ପାରିବ ସେ ଦାୟିତ୍ବ ଦିଆଯାଉଛି। ଯାହା ମୋତେ ଦିଆଯାଇଥିଲା। ମୁଁ ପାକିସ୍ତାନୀ ସେନା ଓ ଆଇଏସଆଇ ଅନୁରୋଧ କରୁଛି କି ମୋତେ ଫେରାଇ ନିଆଯାଉ। ଭାରତୀୟ ସେନା ମୋ ସହିତ ଭଲ ବ୍ୟବହାର କରୁଛନ୍ତି। ମୋ ଉପରେ କୌଣସି ପ୍ରକାର ଜୁଲୁମ କରୁନାହାନ୍ତି ବୋଲି ବାବର ସୂଚନା ଦେଇଛି।

ସେପଟେ ବାବର ଗିରଫଦାରୀ ପାଇଁ ସେନା ପକ୍ଷରୁ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି କି ପାକିସ୍ତାନର ଆତଙ୍କବାଦୀକୁ ଗିରଫ କରାଯାଇଛି। ତାର ନାଁ ବାବର ପାତ୍ର । ପାଖାପାଖି ୧୯ ବର୍ଷ ବୟସ ହେବ। ଅଲ୍ଲି ବାବର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ସଦସ୍ୟ । ପାକିସ୍ତାନରେ ପାଖାପାଖି ତିନିମାସ ଧରି ଆତଙ୍କୀ ତାଲିମ ନେଇଛି। ଦେଶରେ ଉରି ଭଳି ଏକ ଘଟଣା ଘଟାଇବା ପାଇଁ ଆତଙ୍କୀମାନେ ଦେଶରେ ଅନୁପ୍ରବେଶ କରିଥିଲେ।

ମେଜର ଜେନେରାଲ କହିଛନ୍ତି କି ଏହି ଆତଙ୍କୀ ବିରୋଧରେ ୯ ଦିନ ଧରି ଅପରେସନ ଚାଲିଥିଲା।୧୮ ସେପ୍ଟେମ୍ବରକୁ ଏଲଓସିରେ ଅନୁପ୍ରବେଶ ହୋଇଥିବା ଆରମ୍ଭ ହୋଇଥିଲା, ସେବେଠାରୁ ଏହି ଅପରେସନ ଆରମ୍ଭ କରାଯାଇଥିଲା। ମୋଟ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ନେଇ ସୂଚନା ରହିଥିଲା।ତେବେ ୪ ଜଣ ପାକିସ୍ତାନ ଫେରି ଯାଇଥିବା ବେଳେ ଅବଶିଷ୍ଟ ଦୁଇ ଜଣଙ୍କ ମଧ୍ୟରୁ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ପ୍ରାଣ ହରାଇଥିଲା। ଅନ୍ୟ ଜଣେ ଆତ୍ମସମର୍ପଣ କରିଥିଲା ବୋଲି ମେଜର ଜେନେରାଲ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.