Take a fresh look at your lifestyle.

ସେନା ଗୁଳିରେ ଦୁଇ ଆତଙ୍କୀ ନିହତ

ସେନା ଗୁଳିରେ ଦୁଇ ଆତଙ୍କୀ ନିହତ

0 895

Get real time updates directly on you device, subscribe now.

ପୁଲଓ୍ୱାମା: ଜମ୍ମୁ କାଶ୍ମୀରର ପୁଲଓ୍ୱାମା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏହି ଘଟଣାରେ ସୁରକ୍ଷାକର୍ମୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଶେଷ ଖବର ସୁଦ୍ଧା ସେଠାରେ ସୁରକ୍ଷାକର୍ମୀର ସର୍ଚ୍ଚ ଅପରେସନ ଜାରି ରହିଛି ।

ଦୁଇ ଆତଙ୍କୀବାଦୀଙ୍କ ମୃତ୍ୟୁ ସମ୍ପର୍କରେ କାଶ୍ମୀର ପୁଲିସ ସ୍ପଷ୍ଟ କରିଛି । ତେବେ ସେମାନଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହି ଅଞ୍ଚଳରେ ବର୍ତ୍ତମାନ କାଶ୍ମୀର ପୁଲିସ ଓ ସୁରକ୍ଷାକର୍ମୀର ମିଳିତ ସହଯୋଗରେ ସର୍ଚ୍ଚ ଅପରେସନକୁ ଡାଚିଗାମ ଜଙ୍ଗଲ ନିକଟରେ ଜୋରଦାର କରାଯାଇଛି ।

ସୂଚନାଯୋଗ୍ୟ ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଏଠାରେ ପହଞ୍ଚିଥିଲେ । ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ସୁରକ୍ଷାକର୍ମୀ, ପୋଲିସ ଉପରକୁ ଆତଙ୍କୀମାନେ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.