Take a fresh look at your lifestyle.

Tokyo Olympics: ଭାରତ ହାତେଇବ ଆଉ ଏକ ପଦକ, ନିରାଶ କଲେ ଦୂତୀ

0 944

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ପାଇଁ ଆଉ ଏକ ପଦକ ଆଶା ସଞ୍ଚାର ହୋଇଛି । ଭାରତର ମହିଳା ବକ୍ସର ଲଭଲୀନା ବୋର୍ଗାହେନ ୬୯ କେଜି ବର୍ଗରେ କ୍ୱାର୍ଟ ଫାଇନାଲରେ ଚୀନୀ ତାଇପେ ଖେଳାଳି ନିଏନ ଚୀନଚେନଙ୍କୁ ପରାସ୍ତ କରିବା ପରେ ଏହି ପଦକ ଆଶା ସଞ୍ଚାର ହୋଇଛି । ଏହି ବିଜୟ ହାସଲ କରିବା ପରେ ଲଭଲୀନା ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଆସାମର ଏହି ମହିଳା ବକ୍ସର ଭାରତ ପାଇଁ ଆଉ ଏକ ପଦକ ଆଶା ଦେଇଛନ୍ତି ।

ପ୍ରଥମ ରାଉଣ୍ଡରେ ଲଭଲୀନା ୩-୨ ପଏଣ୍ଟରେ ବିଜୟ ହାସଲ କରିଥିଲେ । ଲଭଲୀନା ନିଜର ଶରୀର ଉଚ୍ଚତାର ବେଶ ଫାଇଦା ଉଠାଇଥିଲେ । ସେ ପ୍ରତିପକ୍ଷଙ୍କୁ ଜବରଦସ୍ତ ପଞ୍ଚ ମାରିବା ପାଇଁ ପ୍ରୟାସ କରିବା ସହିତ ଚୀନୀ ଖେଳାଳିଙ୍କ ଉପରେ ଭାରି ପଡ଼ିଥିଲେ । ତେବେ ଏହା ପୂର୍ବରୁ ସେ ୧୬ ରାଉଣ୍ଡ ବିଶିଷ୍ଟ ଏକ ମ୍ୟାଚରେ ଜର୍ମାନର ନେଦିନ ଏପଟଙ୍କୁ ପରାସ୍ତ କରିଥିଲେ । ସେମିଫାଇନାଲରେ ସେ ତୁର୍କୀ ବକ୍ସର ବୁସାନେଜ ସୁରମେନେଲୀଙ୍କୁ ଭେଟିବେ

ସେପଟେ ଦୌଡ଼ରାଣୀ ଦୂତୀଚାନ୍ଦଙ୍କୁ ନିରାଶ ହେବାକୁ ପଡ଼ିଛି । ଆଜି ସକାଳୁ ମହିଳା ୧୦୦ ମିଟର ଦୌଡ଼ରେ ଦୂତୀ ୧୧.୫୪ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଥିଲେ । ଜାମାଇକାର ଏସ ଫ୍ରାଜେର ପ୍ରାଇସ ୧୦.୮୪ ସେକେଣ୍ଡରେ ଦୂରତାକୁ ଅତିକ୍ରମ କରି ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ସ୍ବିଜରଲ୍ୟାଣ୍ଡର ଏ ଜେଲ ପୋଣ୍ଟେ ୧୦.୯୧ ସେକେଣ୍ଡ ସହିତ ଦ୍ବିତୀୟ ଓ ନାଇଜେରିଆର ଏନ. ନୋକୋଚା ୧୧ ସେକେଣ୍ଡ ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.