Take a fresh look at your lifestyle.

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

0 462

Get real time updates directly on you device, subscribe now.

ଅନୁଗୋଳ : ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି  ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ଅନୁଗୁଳ ବ୍ଲକର ଉପାଧ୍ୟକ୍ଷ ତଥା ଜିଲା ବିଜେଡିର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆଜି ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଛନ୍ତି ଦୁର୍ଗା ଓ ତାଙ୍କ ସମର୍ଥକ ।
ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁର୍ଗା ଙ୍କ ସମେତ ବିଜେଡି ଛାଡି ବିଜେପି ରେ ଆଜି ସାମିଲ ହୋଇଥିବା ନେତୃମଣ୍ଡଳୀ ଙ୍କୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ , ଆଜି ର ଏହି ମିଶ୍ରଣ ବିଜେପି କୁ ଅଧିକ ସୁଦୃଢ କରିବ ବୋଲି କହିଥବା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଯାଇଛି । ଏହାଛଡା କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳ ରେ ଦଳ ଆଗକୁ ବଢୁଛି । ଏବେ ଟେକ୍ନୋଲୋଜି ମାଧ୍ୟମରେ ଲୋକ ଙ୍କ ସହ ଯୋଡି ହେବା ଏବଂ ମୋଦି ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇବା ଓ ସେମାନଙ୍କ ସମସ୍ୟା ର ସମାଧାନ କୁ କାର୍ଯ୍ୟକର୍ତା ମାନେ ଉଠାଇବା ଦରକାର ।
ପ୍ରଧାନମନ୍ତ୍ରୀ ଙ୍କ ପୂର୍ଵଦୋୟ ମିଶନ ରେ ଓଡିଶା କୁ ଏକବିଂଶ ଶତାଦ୍ଦୀରେ ବିକଶିତ କରିବା ପାଇଁ କରିବା ପାଇଁ କାର୍ଯ୍ୟକର୍ତା ମାନେ ଦ୍ବିଗୁଣିତ ପରିଶ୍ରମ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିବା ପ୍ରକାଶ । ଏହି ମିଶ୍ରଣ ପର୍ବ ରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ , ଅଞ୍ଜଳି ବେହେରା ଓ ରାଜ୍ୟ ଓବିସି ମୋର୍ଚା ର ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.