Take a fresh look at your lifestyle.

ମହଙ୍ଗା ପଡ଼ିଲା କଂଗ୍ରେସ ଭବନରେ ପଶି ମାଡ଼ ମାରିବା, ବଦଳିଲେ ଏସିପି

କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ଝାଡ଼ିଲେ କଂଗ୍ରେସର ଯୁବନେତା ନିହାର

0 1,932

Get real time updates directly on you device, subscribe now.

ଭୁବନେଶ୍ବର: କମିଶନରେଟ ପୁଲିସ ଆଜି ଜୋନ-୩ ଏସିପି ଭରତ ସାହୁଙ୍କ ବଦଳି କରିଛନ୍ତି। କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କର ବଦଳି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଭରତଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସର ଯୁବନେତା ନିହାର ବେହେରା କହିଛନ୍ତି କି କମିଶନରେଟ ପୁଲିସର ଏହି ପଦକ୍ଷେପ ସନ୍ତୋଷଜନକ ନୁହେଁ। ଘଟଣା ଦିନ ଏସିପିଙ୍କ ସହିତା ଏକାଧିକ ପୁଲିସ କର୍ମୀ କଂଗ୍ରେସ ଭବନ ମଧ୍ୟକୁ ପଶି ଭଙ୍ଗାରୁଜା କରିଥିଲେ। ଏପରିକି କର୍ମୀମାନଙ୍କୁ ନିର୍ଦ୍ଦୋଶରେ ମାଡ଼ ମାରି ମୁଣ୍ଡ ଫଟାଇଥିଲେ। କଂଗ୍ରେସ କର୍ମୀମାନେ ଶାନ୍ତିଶୃଙ୍ଖଳାର ସହିତ ପ୍ରତିବାଦ କରିଆସୁଛନ୍ତି। ମାତ୍ର ଉପର ମହଲର ଇଙ୍ଗିତରେ କମିଶନରେଟ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ମାଡ଼ମାରିଛି। ଆଜି ଏସିପିଙ୍କର ବଦଳି ହୋଇଛି, ମାତ୍ର ସେଦିନ କଂଗ୍ରେସ ଭବନରେ ପଶିଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ । କଣ ପାଇଁ କରାଯାଇ ନାହିଁ ବୋଲି ନିହାର ପ୍ରଶ୍ନ କରିଛନ୍ତି।

କମିଶନରେଟ ପୁଲିସ ଆଜି ଅଦବଳବଦଳ କରିଛନ୍ତି। ୫ ଜଣ ଏସିପି ଓ ଜଣେ ଅତିରିକ୍ତି ଡିସିପି ପାହ୍ୟାର ଅଧିକାରୀଙ୍କର ବଦଳି ହୋଇଛି। ସେପଟେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବା ତଥା କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣା ଜୋନ-୩ର ଏସିପି ଭରତ ସାହୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ଜୋନ-୩ ଭୁବନେଶ୍ୱର ଓପିଡିରୁ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ରହିଛି।

ସେହିପରି କମିଶନରେଟ ପୁଲିସ ୬ ଜଣ ଇନସ୍ପେକ୍ଟର ସ୍ତରରେ ମଧ୍ୟ ବଦଳି କରାଯାଇଛି । ଦୟାନିଧି ନାୟକ (ଧଉଳି ଥାନା), ଚିତ୍ତରଞ୍ଜନ ରାଉତ( ଭୁବନେଶ୍ୱର ୟୁପିଡ଼ି), ବିଶ୍ୱରଞ୍ଜନ ସାହୁ (ଜଟଣୀ ଥାନା), ଜ୍ୟୋତିରଞ୍ଜନ ପତି(ଭରତପୁର ଥାନା) ବନୀତା ମହାରଣା(ମହିଳା ଥାନା) ଓ ସନ୍ତୋଷିନୀ ବେହେରା( ଭୁବନେଶ୍ୱର ୟୁପିଡ଼ି)ଙ୍କର ବଦଳି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.