Take a fresh look at your lifestyle.

କାବୁଲ ସ୍ଥିତି: ବିଶ୍ବକୁ କଅଁଳ ମୁହଁରେ ଅନେକ ପ୍ରଶ୍ନ, ଉତ୍ତର କିନ୍ତୁ…

ସମଗ୍ର ବିଶ୍ବକୁ ଆଫଗାନୀ ଶିଶୁଙ୍କ ଅନେକ ପ୍ରଶ୍ନ । କିନ୍ତୁ ଆଜିବି ସେମାନେ ପାଉନାହାନ୍ତି ଉତ୍ତର । କଣ ଥିଲା ସେମାନଙ୍କର ଭୁଲ... କାହିଁକି ସେମାନେ ପରାଧୀନ...

0 675

Get real time updates directly on you device, subscribe now.

କାବୁଲ: ସବୁଦିନ ଭଳି କାବୁଲ (Kabul) ଦେଖିଥିଲା ଆଉ ଏକ ବ୍ୟସ୍ତବହୁଳ ଦିନ, କିନ୍ତୁ ତାହା ଥିଲା ଏକ ପରାଧିନ ସକାଳ (Morning) । କାବୁଲର (Kabul) ଛାତି ଉପରେ ଥିବା ଅନ୍ୟ କାର୍ଯ୍ୟାଳୟ ଭଳି ହୋଟେଲ (Hotel) ଗୁଡିକ ମଧ୍ୟ ବେଶ ଚଳଚଞ୍ଚଳ, ବ୍ୟସ୍ତବହୁଳ ଥିଲା । ସେଠାରେ ଏକ ବୃହତ ସଂଖ୍ୟାରେ ପାକିସ୍ତାନୀ ସାମ୍ବାଦିକଙ୍କର ମଧ୍ୟ ଭିଡ଼ ଲାଗିଥିଲା । ଏପରି ଲାଗୁଥିଲା ମହୁମାଛିଙ୍କ ଭିଡ଼ ଗୋଟିଏ ପେନ୍ଥାରେ ରହିଛି । ଭିଡ଼ ଏତେ ଥିଲା ଯେ, ପାଦ ରଖିବାକୁ ମଧ୍ୟ ଅସମ୍ଭବ ହୋଇ ପଡ଼ିଥିଲା । ହୋଟେଲରେ ଖାଇବା ମଧ୍ୟ ସବୁ ଶେଷ ହୋଇ ସାରିଥିଲା ।

ଅଧିକ ପଢନ୍ତୁ: ପଡ଼ୋଶୀ ରାଷ୍ଟ୍ରର ମୁଣ୍ଡ ବିନ୍ଧାଉଛି ତାଲିବାନ

ତେବେ ସେଠାରେ ଭିଡ଼ ହୋଇଥିବା ଲୋକଙ୍କ ମୁଁହରେ କେବଳ ଗୋଟିଏ କଥା ଥିଲା। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ… ମୁକ୍ତି ଆଉ ସ୍ବାଧୀନତାର ଶବ୍ଦ ଥିଲା । ବିମାନବନ୍ଦରର ଏପଟ ଗେଟ… ସେପଟ ଗେଟ ଖୋଲିବାର ସମୟ… । ଅନେକ ସମସ୍ୟା ଭିତରେ ଜୀବନ ବିତୁଥିବା ଚିତ୍ର ଏବେବି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି… ଆଉ ସମଗ୍ର ବିଶ୍ବ ତାକୁ ନିରବତାରେ ଦେଖୁଛି । ତେବେ ସମସ୍ୟା ଭୟର ଭିଡ଼ ଭିତରେ କିଛି ପରିସ୍ଥିତି ସ୍ବାଭାବିକ ଆଡ଼କୁ ମଧ୍ୟ ଫେରୁଛି । ତାଲିବାନ କାବୁଲ କବଜା କରିବା ପରେ ତାର ସ୍ବଭାବରେ ସୁଧାର ଆଣିବାକୁ ପ୍ରୟାସ ଜାରି ରଖିଛି । କାବୁଲରେ ଏକ ନୂଆ ମେୟର ନିଯୁକ୍ତ କରିଛି ।

ନୂଆ ମେୟର ଓ ଆଫଗାନ ସରକାରଙ୍କ ମେୟର ଏବେ ମିଳିମିଶି କାମ କରୁଛନ୍ତି । କାବୁଲରେ ପୁଣି ସ୍ବଭାବିକ ସ୍ଥିତି ଫେରାଇ ଆଣିବାକୁ ପ୍ରୟାସ ଜୋରଦାର କରିଛି ତାଲିବାନ। ତେବେ ସେ ଯାହା ବି ହେଉ, ତାଲିବାନି ଭୟରେ ଏବେ ବି ଲୋକମାନେ ଦେଶ ଛାଡ଼ିବାକୁ ପ୍ରୟାସ ଜାରି ରଖିଛନ୍ତି । ବିମାନ ବନ୍ଦରରେ ଲୋକମାନଙ୍କ ଭିଡ଼ ପୂର୍ବଭଳି ଜାରି ରହିଛି । ବିମାନ ବନ୍ଦରରେ କିଲୋମିଟର କିଲୋମିଟର ଧରି ଲୋକମାନେ ଧାଡ଼ିରେ ଆସୁଥିବା ଦେଖିବାକୁ ମିଳିଛି । ବିମାନ ବନ୍ଦରରେ ଆଜି ବି ଗୁଳିର ଶବ୍ଦ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ତାଲିବାନ ପାଣ୍ଠି ଆଣେ କେଉଁଠୁ

ବିମାନ ବନ୍ଦରରେ ତାଲିବାନ ସେନା ଆଜି ବି ମୁତୟନ ରହିଛନ୍ତି । ସେମାନଙ୍କ ମୁହଁରେ ରାଗ ଆକ୍ରୋଶରେ ଭରି ରହିଛି । ସେପଟେ ମଙ୍ଗଳବାର ଏକାଧିକ ବିମାନ ନିଜ ଦେଶକୁ ଉଡାଣ ଭରିଛି । ମାତ୍ର ପାକିସ୍ତାନର ବିମାନ ଗୁଡ଼ିକ ବାତିଲ ହୋଇଛି । ତେବେ ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପାକିସ୍ତାନ ଯିବାକୁ ଥିବା ଯାତ୍ରୀମାନଙ୍କୁ ନିରାଶା ଚେହେରାରେ ଦେଖିବାକୁ ମିଳିଥିଲା । ଯେପରି କେହି ସେମାନଙ୍କୁ ନିଜ ଦେଶରୁ ଜବରଦସ୍ତ ଘଉଡାଉଛନ୍ତି ଏବଂ ସେମାନଙ୍କର କୌଣସି ବାଟ ବାକି ନାହିଁ । ଜଣେ ସାମ୍ବାଦିକ କହିଛନ୍ତି କୋଠରୀରୁ ବାହାରିବା ପୂର୍ବରୁ ମୁଁ ହୋଟେଲ ଲବିରେ ଥିବା ଦଶହଜାର ତାଲିବାନଙ୍କ ସହ କଥା ହୋଇଥିଲି। ଯେତେବେଳେ ମୁଁ ତାଙ୍କୁ କହିଥିଲି ଯେ ମୁଁ ପାକିସ୍ତାନର, ସେ କ୍ରୋଧିତ ଭାବରେ ମୋତେ ପଚାରିଲେ, ତୁମେ କାହିଁକି ଏତେ ସଂଖ୍ୟକ ପାକିସ୍ତାନୀ ଆଫଗାନିସ୍ତାନକୁ ଆସୁଛ?

Get real time updates directly on you device, subscribe now.

Leave A Reply

Your email address will not be published.