Take a fresh look at your lifestyle.

ଭାରତରେ ବ୍ୟବସାୟ ବନ୍ଦ କରିବ ଫୋର୍ଡ !

0 545

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆମେରିକୀୟ ଅଟୋମୋବାଇଲ୍ କମ୍ପାନୀ ଫୋର୍ଡ ଏହାର ଯାନ ଉତ୍ପାଦନ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ବଜାରରେ ଫୋର୍ଡ ଦୀର୍ଘ ସମୟ ଧରି ବ୍ୟବସାୟରେ କ୍ଷତି ସହି ଆସୁଛି। କୋଭିଡ ପରେ କମ୍ପାନୀର ସ୍ଥିତି ଆହୁରି ଖରାପ ହୋଇ ଯାଇଛି। କମ୍ପାନୀର ଗାଡି ବିକ୍ରିରେ ମଧ୍ୟ କ୍ରମାଗତ ହ୍ରାସ ଘଟିଛି। ତଥାପି, କମ୍ପାନୀ ଏହାର ଗ୍ରାହକମାନଙ୍କୁ ସେବା ଯୋଗାଇବା ଜାରି ରଖିବ ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ କମ୍ପାନୀ ପ୍ରାୟ ୨ ବିଲିୟନ ଡଲାର କ୍ଷତି ସହିଛି।

ଫୋର୍ଡର ଏହି ନିଷ୍ପତ୍ତି ଫଳରେ କାର୍ଯ୍ୟ କରୁଥିବା ୪ ହଜାର କର୍ମଚାରୀଙ୍କୁ ସିଧାସଳଖ ପ୍ରଭାବିତ କରିବ। କମ୍ପାନୀର ଟପ୍ ମ୍ୟାନେଜମେଣ୍ଟ କର୍ମଚାରୀମାନଙ୍କୁ କହିଥିଲେ ଯେ ଏହା ଫୋର୍ଡ ଫିଗୋ, ଫୋର୍ଡ ଫ୍ରିଷ୍ଟାଇଲ ଭଳି ଭାରତରେ ନିର୍ମିତ ଲୋକପ୍ରିୟ ମଡେଲଗୁଡିକର ଉତ୍ପାଦନକୁ କମାଇବ । ତେବେ କମ୍ପାନୀ ଗୁଜୁରାଟର ସାଣନ୍ଦରେ ଇଞ୍ଜିନ ପ୍ଲାଣ୍ଟ ଉତ୍ପାଦନ ଚଳାଇବା ଜାରି ରଖିବ। ଏହି କମ୍ପାନୀରେ ଦିଲ୍ଲୀ, ଚେନ୍ନାଇ, ମୁମ୍ବାଇ, ସାଣନ୍ଦ ଏବଂ କୋଲକାତାରେ ପାର୍ଟସ ଡିପୋ ମଧ୍ୟ ରହିଛି।

ଫୋର୍ଡ ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଅନୁରାଗ ମେହେରୋତ୍ରା କହିଛନ୍ତି, ଫୋର୍ଡ ଭାରତରେ ଗ୍ରାହକଙ୍କୁ ସେବା ଏବଂ ୱାରେଣ୍ଟି ଯୋଗାଇବା ଜାରି ରଖିବ। ବିଦ୍ୟମାନ ଡିଲର ଭେଣ୍ଡର ବିକ୍ରୟ ପରେ ଫିଗୋ, ଆସ୍ପାୟାର, ଫ୍ରିଷ୍ଟାଇଲ, ଇକୋ ସ୍ପୋର୍ଟ ଏବଂ ଏଣ୍ଡେଭୋର ଭଳି ଉତ୍ପାଦର ବିକ୍ରୟ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଭାରତରେ ଫୋର୍ଡର ଏକ ଦୀର୍ଘ ଏବଂ ଗୌବରମୟ ଇତିହାସ ରହିଛି। ଆମେ ଆମର ଗ୍ରାହକ ଏବଂ ପୁନଃ ନିର୍ମାଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ କର୍ମଚାରୀ, ୟୁନିଅନ୍, ଡିଲର ଏବଂ ଯୋଗାଣକାରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ବୋଲି ସେ କହିଥିଲେ।

 

Get real time updates directly on you device, subscribe now.

Leave A Reply

Your email address will not be published.