Take a fresh look at your lifestyle.

Biju Swasthya Card: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

0 433

Get real time updates directly on you device, subscribe now.

Biju Swasthya Card: ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ ପରେ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ଆଜି ଜିଲ୍ଲାର ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ବିପିଏଲ ଅନ୍ତର୍ଭୁକ୍ତ ଲୋକମାନଙ୍କୁ କାର୍ଡ ବଣ୍ଟନ କରାଯାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ ଆଜି ବଡଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରିଛନ୍ତି। କୌଣସି ରାଜ୍ୟରେ ଏହିଭଳି ଯୋଜନା ନଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯେଉଁଥିରେ ମହିଳାମାନେ ୧୦ ଲକ୍ଷ ଟଙ୍କା ମାଗଣା ସ୍ଵାସ୍ଥ୍ୟ ସେବା ପାଇପାରିବେ। ଦେଶର ପ୍ରାୟ ୨୦୦ଟି ମେଡିକାଲରେ ମାଗଣାରେ ଚିକିତ୍ସିତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କୌଣସି ଗୁରୁତ୍ତର ରୋଗରେ ଆକ୍ରାନ୍ତ ହେଲେ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେବା ସ୍ଵପ୍ନ ଥିଲା। ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ତାହା ସତ ହୋଇଛି ବୋଲି ସେ କହିଛନ୍ତି।ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଅ।ସି ଏହାର ଶୁଭାରମ୍ଭ କରିଥିବା ବେଳେ ଅ।ଜିଠାରୁ ଜିଲ୍ଲାର 17 ଟିଯାକ ବ୍ଲକରେ ମନ୍ତ୍ରୀ ମାନେ ଏହି କାର୍ଡ ବଣ୍ଟନ କରୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.