Take a fresh look at your lifestyle.

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

0 490

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ହାତରେ ଆଉ ଦୁଇଦିନ। ଦୁଇ ଦିନ ପରେ ଥମିବ ପ୍ରଚାର । ତେବେ ଏହି କମ ସମୟକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ। ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀ । ଏହି କ୍ରମରେ ୩୭ ନମ୍ବର ଓ୍ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀ ବନ୍ଦିତା ପାଲ ତାଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ବିଗତ ଦୁଇ ଦିନ ମଧ୍ୟରେ ପଦଯାତ୍ରା, ରାଲି କରିଛନ୍ତି। ଶନିବାର ବନ୍ଦିତା ଏକ ପଦଯାତ୍ରା କରି ଭୋଟରଙ୍କ ନିକଟକୁ ଯାଇଥିଲେ। ସେମାନଙ୍କ ମନ ଜିଣିବାକୁ ପ୍ରୟାସ କରିଥିଲେ। ସେହିପରି ରବିବାର ମଧ୍ୟ ଶତାଧିକ ସମର୍ଥକଙ୍କ ସହିତ ଏକ ବିଶାଳ ରାଲି ବାହାର କରିଥିଲେ। ସମର୍ଥକମାନେ ନିଜ ହାତରେ ସାଇକେଲ ଚିହ୍ନ ଥିବା ଏକ କଟଆଉଟ ଧରି ପ୍ରଚାର କରିଥିଲେ।
ବନ୍ଦିତା ପରିବର୍ତ୍ତନ ଓ ବିକାଶକୁ ଆୟୁଧ କରି ନିର୍ବାଚନ ଲଢୁଛନ୍ତି। ସେ କୁହନ୍ତି ଆମେ କୌଣସି ରାଜନୈତିକ ଦଳ ସହ ପ୍ରତିଯୋଗିତା କରୁନାହୁଁ । ନିର୍ବାଚନ ରଣାଙ୍ଗନରେ ଆମେ ଆମର ଲଢ଼େଇ ଜାରି ରଖିଛୁ । ବିଜୟ କି ପରାୟଜ କ’ଣ ହେବ, ସେନେଇ ଆମେ ଚିନ୍ତିତ ନୋହୁଁ । ୩୭ ନମ୍ବର ୱାର୍ଡର ବାସିନ୍ଦାଙ୍କର ସାମୂହିକା ବିକାଶ, ଜନସାଧାରଣଙ୍କର ମୌଳିକ ସମସ୍ୟାର ସମାଧାନ, ଭାଇଚାରା ସମ୍ପର୍କକୁ ଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ । ଏ ବାବଦରେ ବନ୍ଦିତାଙ୍କ ସ୍ୱାମୀ ଅର୍ଜୁନ କହିଛନ୍ତି ଯେ, ଏହି ୱାର୍ଡର ଆମେ ସ୍ଥାୟୀ ବାସିନ୍ଦା । ଆମେ ଅନ୍ୟ କୌଣସି ରାଜନୈତିକ ଦଳ ସହ ଲଢ଼େଇ କରୁନାହୁଁ । ଜନସାଧାରଣଙ୍କର ବିକାଶ ପାଇଁ ଆମେ ଲଢ଼େଇ କରି ଆସୁଛୁ । ଏହି ୱାର୍ଡଟି ରାଜଧାନୀର ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ଏଠାରେ ଜନସାଧାରଣଙ୍କର ଅନେକ ସମସ୍ୟା ରହିଛି । ତେଣୁ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଆମେ ୱାର୍ଡବାସୀଙ୍କ ବିକାଶ ଲକ୍ଷ୍ୟ ନେଇ ସମସ୍ତଙ୍କଠାରୁ ଆଶିର୍ବାଦ ଭିକ୍ଷା କରୁଛୁ । ଚଳିତ ନିର୍ବାଚନରେ ଆମକୁ ସମସ୍ତେ ସହଯୋଗ କରିବେ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.