Take a fresh look at your lifestyle.

Aryan Khan:୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟାନ ଖାନ

0 347

Get real time updates directly on you device, subscribe now.

Aryan Khan: ମୁମ୍ବାଇ: ଜୁନିୟର କିଙ୍ଗ ଖାନ ଆର୍ଯ୍ୟନ ଖାନଙ୍କ ପାଇଁ ବଢୁଛି ସମସ୍ୟା। ଆଜିର ଶୁଣାଣି ପରେ ଆର୍ଯ୍ୟନ ଖାନଙ୍କୁ ନିରାଶ ହେବାକୁ ପଡ଼ିଛି। ବେଲ ମିଳିବା ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ସମ୍ପୂର୍ଣ୍ଣ ଭାବେ ମଉଳି ଯାଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜେଲର ଚାରି କାନ୍ଥ ମଧ୍ୟରେ ରହିବାକୁ ହେବ। ସେପଟେ ଆଜିର ଶୁଣାଣି ପରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ମାନ୍ୟବର କୋର୍ଟ। ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ମୁମ୍ବାଇ ସେସନ କୋର୍ଟରେ ଶୁଣାଣି କରିଥିଲେ। ତେବେ ବର୍ତ୍ତମାନ ଏହା କେବଳ ଆସନ୍ତା ୨୦ ତାରିଖରେ ଆର୍ଯ୍ୟନଙ୍କୁ ବେଲ ମିଳିବା ନେଇ ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡ଼ିବ। ଆର୍ଯ୍ୟଙ୍କୁ ବର୍ତ୍ତମାନ ପାଇଁ ୬ ଦିନ ଜେଲରେ ରହିବାକୁ ପଡିବ। ଏହା ପରେ ହିଁ କୋର୍ଟ ତାଙ୍କ ଜାମିନରେ ଏହି ରାୟ ପ୍ରକାଶ କରିବେ।

Get real time updates directly on you device, subscribe now.

Leave A Reply

Your email address will not be published.