Take a fresh look at your lifestyle.

Crime Breaking: ରାଜଧାନୀରୁ କଟା ହାତ ଗୋଡ଼ ଜବତ, ଛାନଭିନ ଆରମ୍ଭ

0 1,009

Get real time updates directly on you device, subscribe now.

Crime: ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧଜନୀତ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ବ୍ୟସ୍ତବହୁଳ ଖାରବେଳ ନଗର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ରାମ ମନ୍ଦିର (Ram Mandir) ପଛପଟ ଅଳିଆ ଗଦାରୁ କଟା ହାତ ଓ ଗୋଡ଼ ପଡିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ସ୍ଥାନୀୟ କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏହି କଟା ହାତ ଗୋଡ଼ କାହାର, ଏଠାକୁ କିପରି ଆସିଲା ସେନେଇ ମଧ୍ୟ ପୁଲିସ ଛାନଭିନ ଚଳାଇଛି। ଶେଷ ଖବର ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି।

 

 

Get real time updates directly on you device, subscribe now.

Leave A Reply

Your email address will not be published.