Take a fresh look at your lifestyle.

ଧର୍ମଶାଳା BJD ମହିଳା ଦଳର ପଞ୍ଚାୟତ ସଭାନେତ୍ରୀଙ୍କ ନାମ ଘୋଷଣା

0 759

Get real time updates directly on you device, subscribe now.

ଯାଜପୁର: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିଜୁ ମହିଳା ଜନତା ଦଳ ୪୫ଟି ପଞ୍ଚାୟତର ସଭାନେତ୍ରୀଙ୍କ ନାମ ଘୋଷଣା କରିଛି । ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା ପଞ୍ଚାୟତ ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ଏଥିସହ ବିଭିନ୍ନ ପଞ୍ଚାୟତରେ ମହିଳାଙ୍କୁ ସୋସିଆଲ ମଡିଆର ଦାୟିତ୍ୱ ମଧ୍ୟ ଦିଆଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରାମର୍ଶକ୍ରମେ ଆଗାମୀ ଦିନରେ ମହିଳାମାନେ ପଞ୍ଚାୟତସ୍ତରରେ ଅଧିକ ସକ୍ରିୟ ରହି ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରୟାସ କରିବେ। ଏହି କାର୍ଯ୍ୟକ୍ରମରେ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.