Take a fresh look at your lifestyle.

Taliban in Afghanistan: ଦୁଇ ଭାରତୀୟଙ୍କୁ ଟେକି ନେଲେ ତାଲିବାନୀ

Taliban in Afghanistan: ଜଣେ ଖସିଲେ, ଅନ୍ୟଜଣଙ୍କ ପତ୍ତା ନାହିଁ

0 840

Get real time updates directly on you device, subscribe now.

Taliban in Afghanistan: ନୂଆଦିଲ୍ଲୀ: କାବୁଲରେ (Kabul) ଦୁଇ ଭାରତୀୟଙ୍କୁ (Indian) ଅପହରଣ (Kidnapped) କରିନେଇଛନ୍ତି ତାଲିବାନୀ (Taliban)। ଫଳରେ ତାଲିବାନୀର ଅମାନବୀୟ ତଥା ଅତ୍ୟାଚାରର ଚିତ୍ର ଏବେ ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ମୁତାବକ କାବୁଲରେ ରହୁଥିବା ୫୦ ବର୍ଷୀୟ ବାଂଶୁରୀ ଲାଲ (Bansuri Lal) ଙ୍କୁ ଅପହରଣ କରିଥିବା ବେଲେ ଭାରତୀୟ ଷ୍ଟାଫଙ୍କୁ ମଧ୍ୟ ଉଠାଇ ନେଇଛନ୍ତି। ନେଇ ଇଣ୍ଡିଆନ ଓ୍ୱାର୍ଲଡ ଫୋରମର ସଭାପତି ପୁନୀତ ସିଂହ ଚାଣ୍ଡୋକ ସ୍ପଷ୍ଟ କରିଛନ୍ତି। ବାଂଶୁରୀ ଲାଲଙ୍କ ପରିବାର ହରିଆଣାର (Hariyana) ଫରିଦାବାଦରେ (Faridabad) ରହୁଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ ବାଂଶୁରୀ ଲାଲଙ୍କ (Bansuri Lal) କାବୁଲରେ (kabul) ଏକ ଔଷଧ ଗୋଦାମ ରହିଛି । ସେ କାବୁଲରେ ରହି ଔଷଧ ବ୍ଯବସାୟ ଚଳାଇ ଆସୁଥିଲେ। ମଙ୍ଗଳବାର ବାଂଶୁରୀ ଲାଲ ନିଜ ଗୋଦାମରୁ ଫେରୁଥିବା ବେଳେ ତାଲିବାନୀ ସେନା ବନ୍ଧୁକ ମୂନରେ ତାଙ୍କୁ ଉଠାଇ ନେଇଥିଲେ। ସେହିପରି ଭାରତୀୟ ଷ୍ଟାଫଙ୍କୁ ମଧ୍ଯ ଉଠାଇ ନେଇଥିଲେ। ସେତାଲିବାନୀଙ୍କ କବଳରୁ ଖସି ଆସିବାରେ ସକ୍ଷମ ହୋଇଥିବା ନେଇ ସୂଚନା ରହିଛି। କିନ୍ତୁ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ନେଇ ସୂଚନା ରହିଛି। ତେବେ ଶେଷ ଖବର ସୁଦ୍ଧା ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ।

କୁହାଯାଉଛି ଯେ ବାଂଶୁରୀ ଲାଲଙ୍କୁ କିଛି ଚୋରାଚାଲାଣକାରୀ ଅପହରଣ କରିନେଇଛନ୍ତି। ତେବେ ଅପହର୍ତ୍ତାଙ୍କ କବଳରୁ ପରିବାର ଲୋକଙ୍କ ନିକଟକୁ କୌଣସି ଫୋନ କଲ ଆସିନଥିବା ସୂଚନା ରହିଛି। ବୈଦେଶିକ ମନ୍ତ୍ରଣାଳୟ ନିକଟରୁ ମିଳିଥିବା ସୂଚନା ମୁତାବକ କାବୁଲ ସ୍ଥିତି ଉପରେ ନଜର ରଖାଯାଇଛି। ଏହି ଅପହରଣ ଘଟଣା ଉପରେ ମଧ୍ୟ ନଜର ରଖାଯାଇଥିବା ବେଳେ ସେ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ନେଇ ପ୍ରୟାସ ଜାରି ରହିଛି।

ଏଠାରେ କହି ରଖୁଛୁ କି କାବୁଲ ଉପରେ ତାଲିବାନ ଅକ୍ତିଆର କରିବା ପରେ ଆଫଗାନିସ୍ତାନରୁ ପ୍ରାୟ ୮୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା। ଭାରତର ଏହି ଉଦ୍ଧାର କାର୍ଯ୍ୟକୁ ଅପରେଶନ ଦେବୀ ଶକ୍ତି ନାଁରେ ନାମିତ କରିଥିଲା। ଆଫଗାନିସ୍ତାନରେ ବର୍ତ୍ତମାନ ମଧ୍ୟ ଅନେକ ଭାରତୀୟ ଫସି ରହିଥିବା ସୂଚନା ରହିଛି। ତେବେ ସେମାନଙ୍କୁ ସଫଳତାର ସହ ଉଦ୍ଧାର ପାଇଁ କାବୁଲରେ ରହିଥିବା ତାଲିବାନ ନିକଟରେ ଭାରତୀୟ ରାଜଦୂତ ଦୀପକ ମିତ୍ତଲ ପ୍ରସ୍ତାବ ରଖିଥିଲେ । ଜବାବରେ ଭାରତ ଆମର ବନ୍ଧୁ ରାଷ୍ଟ୍ର। ଭାରତ ଏହି ଚିନ୍ତାକୁ ଦୂର କରି ନିଶ୍ଚିତରେ ରହିବାକୁ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖପାତ୍ର ମହମ୍ମଦ ଷ୍ଟେନକଜାଇ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.