Take a fresh look at your lifestyle.

କାହିଁକି ଆସେ ଭୂମିକମ୍ପ, ଓଡ଼ିଶା ପାଇଁ ରହିଛି କେତେ ବିପଦ ?

0 552

Get real time updates directly on you device, subscribe now.

Earthquake: ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନରେ ଥିଲା ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୬ ରହିଥିଲା। ଏହା ପୂର୍ବରୁ ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଏବେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ଭୟଭୀତ କରାଇ ଦେଇଥିଲା। ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ତେବେ ଭୂମିକମ୍ପ କାହିଁକି ଆସେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା।

କାହିଁକି ଆସେ ଭୂମିକମ୍ପ ?
ପୃଥିବୀ ମୁଖ୍ୟତଃ ଚାରୋଟି ସ୍ତରରେ ଗଠିତ। ଭିତର କୋର, ବାହ୍ୟ କୋର, ମେଣ୍ଟ ଏବଂ କ୍ରଷ୍ଟ। କ୍ରଷ୍ଟ ଏବଂ ଉପର ମେଣ୍ଟାଲ୍ କୋରକୁ ଲିଥୋସ୍ଫିୟର୍ କୁହାଯାଏ। ଏହି ୫୦ କିଲୋମିଟର ମୋଟା ସ୍ତରକୁ ଏକାଧିକ ଭାଗରେ ବିଭକ୍ତ କରାଯାଇଛି। ଯାହାକୁ ଟେକ୍ଟୋନିକ୍ ପ୍ଲେଟ୍ ନାମରେ ନାମିତ କରାଯାଇଛି। ପୃଥିବୀ ଭିତରେ ୭ଟି ପ୍ଲେଟ୍ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରେ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ଅଧିକ ଗତି କରେ, ଏକ ଭୂମିକମ୍ପ ଅନୁଭୂତ ହୁଏ।

କେମିତି ମପା ଯାଇଥାଏ ଭୂକମ୍ପର ମାତ୍ରା
ରିକ୍ଟର ସ୍କେଲ ଦ୍ୱାରା ଭୂକମ୍ପ ମାପ କରାଯାଏ। ଏହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ୍ ଟେଷ୍ଟ ସ୍କେଲ୍ କୁହାଯାଏ। ରିକ୍ଟର ସ୍କେଲରେ ୧ ରୁ ୯ ମଧ୍ୟରେ ଭୂକମ୍ପ ମାପ କରାଯାଏ। ଭୂକମ୍ପର ମାତ୍ରାକୁ ଏହାର କେନ୍ଦ୍ର (Epicenter) ଠାରୁ ମପାଯାଇଥାଏ। ଭୂକମ୍ପ ସମୟରେ ପୃଥିବୀ ଭିତରୁ ବାହାରୁଥିବା ଶକ୍ତିକୁ ଆଧାର କରି ଏହାର ତୀବ୍ରତା ମାପ କରାଯାଏ। ଏହି ତୀବ୍ରତା ଭୂକମ୍ପର ପରିମାଣ ବିଷୟରେ ଏକ ଧାରଣା ଦେଇଥାଏ। ଭୂକମ୍ପର ତୀବ୍ରତା ଭୂକମ୍ପରୁ ଉତ୍ପନ୍ନ ଶକ୍ତି ତରଙ୍ଗ ଦ୍ୱାରା ମପାଯାଇଥାଏ। ଏହି ତରଙ୍ଗଗୁଡ଼ିକ ଶହ ଶହ କିଲୋମିଟର ପର୍ଯ୍ୟନ୍ତ କମ୍ପିତ ହୁଏ ଏବଂ ପୃଥିବୀରେ ଫାଟ ସୃଷ୍ଟି କରେ।

ଭୂକମ୍ପର ତୀବ୍ରତା ଓ କେନ୍ଦ୍ର ମଧ୍ୟରେ ତଫାତ କଣ ଜାଣନ୍ତୁ
ଭୂକମ୍ପର କେନ୍ଦ୍ରସ୍ଥଳ ହେଉଛି ସେହି ସ୍ଥାନ ଯେଉଁଠାରେ ପ୍ଲେଟଗୁଡିକର ଗତିବିଧି ଭୌଗୋଳିକ ଶକ୍ତି ମୁକ୍ତ କରିଥାଏ। ଏହି ସ୍ଥାନରେ ଭୂକମ୍ପ କମ୍ପନ ଅଧିକ। କମ୍ପନର ଆବୃତ୍ତି ଦୂର ହେବା ସହିତ ଏହାର ପ୍ରଭାବ କମିଯାଏ। ଯଦି ରିଚ୍ଟର ସ୍କେଲରେ ୭ କିମ୍ବା ଅଧିକ ତୀବ୍ରତା ସହିତ ଭୂକମ୍ପ ହୁଏ, ତେବେ ୪୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ଝଟକା ତୀବ୍ର ହେବ। କିନ୍ତୁ ଏହା ମଧ୍ୟ ନିର୍ଭର କରେ ଯେ ଭୂକମ୍ପ ଫ୍ରିକ୍ୱେନ୍ସି ଅପଟ୍ରେଣ୍ଡ କିମ୍ବା ଡାଉନଟ୍ରେଣ୍ଡ ଉପରେ ଅଛି କି? ଯଦି କମ୍ପନ୍ର ଫ୍ରିକ୍ୱେନ୍ସି ଅଧିକ, କମ୍ କ୍ଷେତ୍ର ପ୍ରଭାବିତ ହେବ।

ଭାରତ ପ୍ରତି କେତେ ରହିଛି ବିପଦ
ବାସ୍ତବରେ ଭାରତୀୟ ପ୍ଲେଟ ହିମାଳୟରୁ ଆଣ୍ଟାର୍କଟିକ୍ ପର୍ଯ୍ୟନ୍ତ ବିସ୍ତାରିତ। ଏହା କେବଳ ପାକିସ୍ତାନ ସୀମାକୁ ସ୍ପର୍ଶ କରେ। ଭୌଗୋଳିକ ଦୃଷ୍ଟିରୁ ଏହା ହିମାଳୟର ଦକ୍ଷିଣରେ ଅଛି। ଯେତେବେଳେ ୟୁରାସିଆନ୍ ପ୍ଲେଟ୍ ହିମାଳୟର ଉତ୍ତରରେ ଅଛି। ଭାରତୀୟ ପ୍ଲେଟ୍ ଉତ୍ତର-ପୂର୍ବ ଦିଗରେ ଇଉରାସିଆନ୍ ପ୍ଲେଟ୍ ଆଡକୁ ଗତି କରୁଛି ଯେଉଁଠାରେ ଚୀନ୍ ଇତ୍ୟାଦି ଅବସ୍ଥିତ। ଯଦି ଏହି ପ୍ଲେଟଗୁଡିକ ଧକ୍କା ହୁଏ, ତେବେ ଭୂକମ୍ପର କେନ୍ଦ୍ର ଭାରତରେ ହେବ।

ଭାରତର କେଉଁ ଅଂଶରେ ରହିଛି ଅଧିକ ବିପଦ
ଭୂକମ୍ପ ହେବାର ଆଶଙ୍କା ଅନୁଯାୟୀ ଭାରତକୁ ଚାରୋଟି ଜୋନରେ ବିଭକ୍ତ କରାଯାଇଛି। ଦ୍ୱିତୀୟ ଜୋନରେ ଦକ୍ଷିଣ ଭାରତୀୟ ଅଞ୍ଚଳ ଯାହା ପ୍ରତି ବିପଦ ସବୁଠାରୁ କମ ରହିଛି। ସେହିପରି ତିନି ନମ୍ବର ଜୋନରେ କେନ୍ଦ୍ର ଭାରତ ରହିଛି। ସେହିପରି ଜୋନ ଚାରିରେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳ ରହିଛି। ସେହିପରି ପାଞ୍ଚ ନମ୍ବର ଜୋନରେ ହିମାଳୟ ଅଞ୍ଚଳ, ଉତ୍ତର ପୂର୍ବ ଅଞ୍ଚଳ ଏବଂ କୁଚ୍ ଅଞ୍ଚଳ ରହିଛି। ତେବେ ପାଞ୍ଚ ନମ୍ବର ଜୋନରେ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି ଜଣାଯାଏ।

ରିକ୍ଟର ସ୍କେଲର ତୀବ୍ରତା ଅନୁଯାୟୀ ବିପଦର ମାତ୍ରା
୦ ରୁ ୧.୯ ପର୍ଯ୍ୟନ୍ତ ତୀବ୍ରତା : ସାମାନ୍ୟ ଝଟକା ଲାଗିବ। ସାମାନ୍ୟ ଧରଣର ଭୂମିକମ୍ପ ଭାବେ ଗଣାଯାଇଥାଏ।
୨ ରୁ ୨.୯ ପର୍ଯ୍ୟନ୍ତ ତୀବ୍ରତା: ହାଲୁକା କମ୍ପନ ଅନୁଭୂତ ହୁଏ।
୩ ରୁ ୩.୯ ପର୍ଯ୍ୟନ୍ତ ତୀବ୍ରତା: ଆପଣଙ୍କ ଅତି ନିକଟ ଦେଇ କୌଣସି ଏକ ବଡ଼ ଗାଡ଼ି ଦ୍ରୁତ ବେଗରେ ଗଲେ ଯେଉଁଭଳି ଭାବେ ଅନୁଭୂତ ହୁଏ, ଠିକ ସେହିପରି ଅନୁଭୂତ ହେବ।
୪ ରୁ ୪.୯ ପର୍ଯ୍ୟନ୍ତ ତୀବ୍ରତା: ଘରର ଝରକା, କବାଟ ଆଦିରେ କ୍ଷତି ପହଞ୍ଚିବାର ସମ୍ଭାବନା ରହିଛି। ଏପରିକି କାନ୍ଥରେ ଝୁଲୁଥିବା ସାମଗ୍ରୀ ମଧ୍ୟ କାନ୍ଥରୁ ଖସିବା ସମ୍ଭାବନା ରହିଛି।
୫ ରୁ ୫.୯ ପର୍ଯ୍ୟନ୍ତ ତୀବ୍ରତା: ଘରର ଆସବାବପତ୍ର ଦୋହଲିଯିବ।
୬ ରୁ ୬.୯ ପର୍ଯ୍ୟନ୍ତ ତୀବ୍ରତା: ଘରର ମୂଳଦୂଆ ଦୋହଲିଯିବାର ସମ୍ଭାବନା ରହିଛି। ତଳ ମହଳା ଘରକୁ ଛାଡିଲେ ଉପର ମହଲା ଘରେ କ୍ଷତି ହେବାର ସମ୍ଭାବନା ରହିଛି।
୭ ରୁ ୭.୯ ପର୍ଯ୍ୟନ୍ତ ତୀବ୍ରତା: ଘରର ଗୁଡ଼ିକ ଭାଙ୍ଗିଯିବାର ସମ୍ଭାବନା ରହିଛି। ମାଟି ତଳେ ଥିବା ପାଇପ ମଧ୍ୟ ଫାଟି ଯାଇଥାଏ।
୮ ରୁ ୮.୯ ପର୍ଯ୍ୟନ୍ତ ତୀବ୍ରତା: ବଡ଼ ବଡ଼ ଘର ସହିତ ପୋଲ ମଧ୍ୟ ଭାଙ୍ଗିଯାଇଥାଏ। ପୋଲ ଗୁଡ଼ିକ ଭୁଶୁଡ଼ି ପଡ଼ିଥାଏ। ସୁନାମି ଆସିବାର ସମ୍ଭାବନା ବହୁ ମାତ୍ରାରେ ରହିଥାଏ। ସମୂଦ୍ର କୂଳିଆ ସହର ହୋଇଥିଲେ ସୁନାମି ଆସିବା ଏକ ପ୍ରକାର ନିଶ୍ଚିତ ହୋଇଥାଏ।
୯ କିମ୍ବା ତାହାଠାରୁ ଅଧିକ: ସମ୍ପୂର୍ଣ୍ଣ ଭାବେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି ହୁଏ। ଘରଦ୍ୱାର, ପୋଲ, ରାସ୍ତା ଘାଟ ସବୁ ଭାଙ୍ଗିରୁଜି ମାଟିରେ ମିଶିଥାଏ। ଚତୁର୍ଦ୍ଦିଗ କେବଳ ମାଟି ଦୋହଲୁଥିବାର ଦେଖିବାକୁ ମିଳିଥାଏ। ସୁନାମି ମଧ୍ୟ ସହର ମଧ୍ୟକୁ ପଶିଆସିଥାଏ।

ଏଠାରେ କହି ରଖୁ କି ରିକ୍ଟର ସ୍କେଲର ତୀବ୍ରତା ୫ ପର୍ଯ୍ୟନ୍ତ ଭୂମିକମ୍ପକୁ କମ ବିପଦ ପୂର୍ଣ୍ଣ ଭାବେ ପରିଗଣିତ ହୋଇଥାଏ। ବର୍ଷକୁ ପ୍ରାୟ ଏଭଳି ତୀବ୍ରତାର ଭୂମିକମ୍ପ ୬ ହଜାରରୁ ଅଧିକ ଥର ଆସିଥାଏ। ଏହି ଭୂମିକମ୍ପରେ ତଳ ମହଲା କିମ୍ବା ଏକ ମହଲା ବିଶିଷ୍ଟ ଘର ପ୍ରତି ବିପଦ ରହିନଥାଏ। କିନ୍ତୁ ଏହା ଠାରୁ ଅଧିକ ମହଲାର ଘର ଭାଙ୍ଗିଯିବାର ସମ୍ଭାବନା ରହିଥାଏ। ସେହିପରି ୨ ତୀବ୍ରତା କିମ୍ବା ଏହାଠାରୁ କମ ତୀବ୍ରତାର ଭୂମିକମ୍ପ ଏହାଠାରୁ ବହୁ ଅଧିକ ଗୁଣରେ ଆସିଥାଏ। ଯାହାର ଗଣନା କରିବା ଅସମ୍ଭବ ହୋଇଥାଏ।

ଭୂକମ୍ପରୁ ବର୍ତ୍ତିବେ କିପରି
ଯଦି ଆପଣ ନୂଆ ଘର ତିଆରି କରୁଛନ୍ତି ତେବେ ଆପଣ ଭୂକମ୍ପ ବିରୋଧି ଘର ପ୍ରସ୍ତୁତ କରନ୍ତୁ। ଯେଉଁ ସ୍ଥାନରେ ଘର ନିର୍ମାଣ କରୁଛନ୍ତି ସେଠାକାର ମାଟିକୁ ଯାଞ୍ଚ କରନ୍ତୁ। ଉକ୍ତ ମାଟି ଭୂମିକମ୍ପ ବିରୋଧି କି ନୁହେଁ ପରୀକ୍ଷା କରିନିଅନ୍ତୁ। ସେହିପରି ହଠାତ ଭୂମିକମ୍ପ ଆସିଲେ ଘରୁ ବାହାରକୁ ଚାଲି ଆସନ୍ତୁ। ଯଦି ଆପଣ ଘରେ ରହିଯାଉଛନ୍ତି ତେବେ ଖଟ ତଳେ କିମ୍ବା ମଜବୁତ ଟେବୁଲ ତଳେ ଲୁଚି ରୁହନ୍ତୁ। ଘରର କୌଣସି ଏକ କୋଣରେ ଛିଡ଼ା ହୋଇ ରୁହନ୍ତୁ। ଯଦି କିଛି ଉପାୟ ନ ମିଳୁଛି ତେବେ ଆପଣ ଘରର ଛାତ ଉପରକୁ ଯାଇପାରିବେ।

ଭୂମିକମ୍ପର ଭବିଷ୍ୟବାଣୀ ସମ୍ଭବ କି
ନାଁ, ଭୂମିକମ୍ପର ଭବିଷ୍ୟବାଣି ସମ୍ପୂର୍ଣ୍ଣ ଭାବେ ଅସମ୍ଭବ। ଆଜି ପର୍ଯ୍ୟନ୍ତ ଅନେକ ବୈଜ୍ଞାନିକ ଗବେଷଣା କରି ବିଫଳ ହୋଇଛନ୍ତି। କେବଳ ଏତିକି କୁହାଯାଇ ପାରିବ କି କେଉଁ ଅଞ୍ଚଳ ଭୁମିକମ୍ପ ପାଇଁ ବିପଦପୂର୍ଣ୍ଣ କିମ୍ବା ସମ୍ବେଦନଶୀଳ ଅଞ୍ଚଳ। ତେବେ ଭୂମିକମ୍ପର ଭବିଷ୍ୟବାଣୀ ଭବିଷ୍ୟତରେ ସଫଳ କରିବା ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।

ଛୋଟ ଭୂମିକମ୍ପ ବଡ଼ ଭୂମିକମ୍ପର ପୂର୍ବ ସଂକେତ
ଏହା ଜରୁରୀ ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଭୂକମ୍ପର ଛୋଟ ଛୋଟ ଝଟକା ଲାଗିବା ପରେ ବଡ଼ ଭୂମିକମ୍ପ ଆସିଥାଏ। ଏପରି ମଧ୍ୟ ହୋଇଥାଏ କି ପ୍ରଥମେ ବଡ଼ଧରଣର ଭୂମିକମ୍ପ ଆସିବା ପରେ ଛୋଟ ଛୋଟ ଭୂମିକମ୍ପ ଆସିଥାଏ। ତେବେ ଗୋଟିଏ ଭୂମିକମ୍ପ ଆସିବାର ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଭୂମିକମ୍ପ ଆସିବାର ସମ୍ଭାବନା ରହିଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.