Take a fresh look at your lifestyle.

ଆଜିର ଦିନରେ ଜନ୍ମ ନେଇଥିବା ମୋବାଇଲ, ଜାଣିଛନ୍ତି କି ବିଶ୍ୱର ପ୍ରଥମ ମୋବାଇଲର ଦାମ କେତେ ଥିଲା ?

0 1,060

Get real time updates directly on you device, subscribe now.

Mobile news in odia: ନୂଆଦିଲ୍ଲୀ: ୩ ଏପ୍ରିଲ ୧୯୭୩, ନ୍ୟୁୟର୍କ ସିଟି, ଆମେରିକା। ମୋଟୋରୋଲା କମ୍ପାନୀର କର୍ମଚାରୀ ମାର୍ଟିନ କପୁର୍ ୧ କିଲୋଗ୍ରାମ ଓଜନ ବିଶିଷ୍ଟ ବେତାର ଉପକରଣ ନେଇ ରାସ୍ତାରେ ଠିଆ ହୋଇଥିଲେ। ସେ ଏହାକୁ କାନରେ ରଖି ନ୍ୟୁ ଜର୍ସିର ବେଲ ଲ୍ୟାବ ମୁଖ୍ୟାଳୟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇଞ୍ଜିନିୟର ଜୁଏଲ ଏଙ୍ଗେଲଙ୍କୁ କଲ କରିଥିଲେ। ଏହି ଡିଭାଇସ୍ ଏକ ମୋବାଇଲ୍ ଫୋନ୍ ଥିଲା, ଯେଉଁଠାରୁ ଦୁନିଆର ପ୍ରଥମ କଲ କରାଯାଇଥିଲା।

ଏହି ଘଟଣାକୁ ଆଜକୁ ଠିକ୍ ୫୦ ବର୍ଷ ପୂରଣ କରିଛି। ବର୍ତ୍ତମାନ ମୋବାଇଲ୍ ପ୍ରତ୍ୟେକ ହାତର ଆବଶ୍ୟକତା ପାଲଟିଛି। ସୋମବାର ମେଗା ଷ୍ଟୋରୀରେ, ଆମେ ଏହି ୫୦ ବର୍ଷର ମୋବାଇଲ୍ ବିବର୍ତ୍ତନର କୌତୂହଳପୂର୍ଣ୍ଣ କାହାଣୀ ଜାଣିବା। ନିମ୍ନରେ ଥିବା ସୂଚନାରୁ ଆପଣକୁ ମଧ୍ୟ ଜାଣିପାରିବେ ଯେ ମାର୍ଟିନ ଏବଂ ଜୁଏଲଙ୍କ ମଧ୍ୟରେ ପ୍ରଥମ ମୋବାଇଲ୍ କଲରେ କଥାବାର୍ତ୍ତା କ’ଣ ଥିଲା …

କାରଫୋନରୁ ମିଳିଥିଲା ମୋବାଇଲ ଉପାୟ
୧୯୪୭ ମସିହାର କଥା। ନୋକିଆର ଏକ ସବସିଡାୟରୀ ଆମେରିକାନ କମ୍ପାନୀ ବେଲ ଲ୍ୟାବ୍ସ ଟେଲିଫୋନକୁ ତାରରୁ ମୁକ୍ତି ଦେବାକୁ ଏକ ପ୍ରୟାସ ଆରମ୍ଭ କରିଥିଲା। ଉକ୍ତ କମ୍ପାନୀ କାରରେ ୩୬ କିଲୋର ଏକ ଡିଭାଇସ ଲଗାଇଥିଲା। ଯାହା ଚଳନ୍ତା କାରରେ ସେଲୁଲାର ଟେଲିଫୋନ ଟାଓ୍ୱାର୍ସ ଭଳି କାର୍ଯ୍ୟ କରିବା ସହିତ କଥା ମଧ୍ୟ ହୋଇପାରିବାର ସମ୍ଭାବନା ରହିଥିଲା। ଏହି ଟେଲିଫୋନକୁ ପ୍ରତିପତ୍ତିଶାଳୀ ଲୋକମାନେ ବ୍ୟବହାର କରିବାକୁ ଆରମ୍ଭ କରିଦେଇଥିଲେ। କିନ୍ତୁ ଏହାର ବ୍ୟବହାର ସୀମିତ ସଂଖ୍ୟାରେ ରହିଥିଲା।

ତେବେ ଏହି କାର ଫୋନରେ କଥା ହେବା ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। କାରଣ ସହଜରେ ଏହି କାର ଫୋନର ଲାଇନ କ୍ଲିୟର ହେଉନଥିଲା। ଏହାସହିତ ଏହାର ସେଟଅପ ବାବଦରେ ମଧ୍ୟ ବହୁଳ ମାତ୍ରାରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା। ଏହି କାରଣରୁ ଏହି କାର ଫୋନ ଆଦୃତି ଲାଭ ପାଇପାରିନଥିଲା। କିନ୍ତୁ ଏହା ଆଗକୁ ଯାଇ ମୋବାଇଲକୁ ଜନ୍ମ ଦେଇଥିଲା।

ମୋଟୋରୋଲା କମ୍ପାନୀ ପ୍ରସ୍ତୁତ କରିଥିଲା ପ୍ରଥମ ମୋବାଇଲ
କାରଫୋନ କନସେପ୍ଟକୁ ନେଇ ମୋଟୋରୋଲା ମାର୍ଟିନ କୁପର ଓ ତାଙ୍କର ଟିମ ୧୯୭୨ ମସିହା ନଭେମ୍ବର ମାସରେ ଏକ ଛୋଟିଆ ପୋର୍ଟେବୁଲ ଫୋନ ଡିଜାଇନ ପ୍ରସ୍ତୁତ କରିଥିଲେ। ୩ ମାସର ପରିଶ୍ରମ ଫଳରେ ଏକ ପ୍ରୋଟୋଟାଇପ ଫୋନ ପ୍ରସ୍ତୁତ ହୋଇଥିଲା। ଯେଉଁ ପ୍ରୋଟୋଟାଇପ ଫୋନ ପ୍ରସ୍ତୁତ ହୋଇଥିଲା ତାହାର ନାମ DYNATAC 800XI ରଖାଯାଇଥିଲା। ଏହି ଫୋନଟି ପାଖାପାଖି ୧.୧ କିଲୋଗ୍ରାମର ରହିଥିଲା ଏବଂ ବିନା ତାରରେ ଏହା ପ୍ରସ୍ତୁତ ହୋଇପାରିଥିଲା। ୩ ଏପ୍ରିଲ ୧୯୭୩ ସମଗ୍ର ବିଶ୍ୱ ଆଗରେ ଏହି ଆବିଷ୍କାରର ପ୍ରଦର୍ଶନ ହେବାର ଥିଲା। ଏହାର ଆବିଷ୍କାରକ ମାର୍ଟିନ କୁମର ଚିନ୍ତା କରିଥିଲେ କି ଏକ ଫୋନକଲ କରି ଏହାକୁ କାହିଁକି ପ୍ରଦର୍ଶନ କରାନଯିବ।

ସେ ନ୍ୟୁୟର୍କର 6th ଆଭେନ୍ୟୁର 53th & 54th ଷ୍ଟ୍ରିଟ ମଧ୍ୟରେ ଛିଡ଼ା ହୋଇ ବେଲ ଲ୍ୟାବ୍ସର ନିଜର ପ୍ରତିଦ୍ୱନ୍ଦ୍ୱ ସହଯୋଗୀ ଇଞ୍ଜିନିୟର ଜୋଏଲ ଆଙ୍ଗେଲଙ୍କୁ ଫୋନକଲ କରିଥିଲେ। ଫୋନ କଲ କରି କୁପର କହିଥିଲେ କି, ହ୍ୟାଲୋ ଜୋଏଲ, ମୁଁ କୁପର କହୁଛି। ଅନ୍ୟପକ୍ଷରୁ ହାୟ ମାର୍ଟିନ କୁପର। ଏହି ଉତ୍ତର ଶୁଣି କୁପର କହିଥିଲେ କି ମୁଁ ତୁମକୁ ଏକ ସେଲଫୋନରୁ କଲ କରିଛି। କିନ୍ତୁ ଏହା ଅସଲି ସେଲଫୋନ। ଯାହା ବ୍ୟକ୍ତିଗତ ହ୍ୟାଣ୍ଡେଲ୍ଡ ଓ ପୋର୍ଟେବୁଲ ରହିଛି। ଏହି କଲ ପରେ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

୧୦ ବର୍ଷ ପରେ ଆସିଲା ସାଧାରଣ ଲୋକଙ୍କ ପାଇଁ ମୋବାଇଲ
ପ୍ରୋଟୋଟାଇପରୁ ଅସଲି ମୋବାଇଲର ଯାତ୍ରା ପ୍ରାୟ ୧୦ ବର୍ଷ ଲାଗିଯାଇଥିଲା। ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା କମ୍ପାନୀ। ୧୯୮୩ ମସିହାରେ ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରି ବଜାର ପ୍ରବେଶ କରାଇଥିଲା। ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତ କରିଥିବା ମୋବାଇଲର ନାଁ ଥିଲା DAYNATAC। ୧୯୮୩ ସମିହାରେ ଲଞ୍ଚ ହୋଇଥିବା ଏହି ମୋବାଇଲକୁ ୧୦ ଘଣ୍ଟା ଚାର୍ଜ କରିବା ଦ୍ୱାରା ମାତ୍ର ୩୫ ମିନିଟ ବ୍ୟବହାର ଉପଯୋଗୀ ହୋଇଥିଲା। ଏହା ବ୍ୟତୀତ ଏହାର ଦର ମଧ୍ୟ ଢେର ଅଧିକ ରହିଥିଲା। ପାଖାପାଖି ୩୯୯୦ ଡଲାର ଧାର୍ଯ୍ୟ କରିଥିଲା କମ୍ପାନୀ। ଇନଫ୍ଲେସନ ଯଦି ଯୋଡ଼ାଯାଏ ତେବେ ଏହା ପ୍ରାୟ ୧୦ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ତାହା ୮ ଲକ୍ଷ ଟଙ୍କା ରହିଥିଲା।

ଏହାପରେ ମୋବାଇଲ ଇନଫ୍ଲୁଏସନ ଆରମ୍ଭ ହୋଇଥିଲା
Siemencs C1 suitcase: Siemences ମୋବାଇଲ କମ୍ପାନୀ ଏକ ମୋବାଇଲ ସେଟଅପ ବକ୍ସ ପ୍ରସ୍ତୁତ କରିଥିଲା। ଯେଉଁଥିରେ ମୋବାଇଲର ପୂରା ଉପକରଣ ରହିଥିଲା। ଏହା ଥିଲା ୧୯୮୫ ମସିହାର କଥା।

Motorola Micro TAC 9800x: ୧୯୮୯ ମସିହାରେ ମୋଟୋରୋଲା ବିଶ୍ୱର ପ୍ରଥମ କ୍ଲିପଡାଉନ ମୋବାଇଲ ବଜାରକୁ ଛାଡ଼ିଥିଲା। ଏହାର ଆକାର ମଧ୍ୟ ବହୁତ ଛୋଟ ରହିଥିଲା। ଏହାପରେ ବଜାରରେ ନୋକିଆର ପ୍ରବେଶ ହୋଇଥିଲା। ଯାହା କମ ଦାମରେ ଅଧିକ ଫିଚର ରହିଥିବା ଛୋଟ ଆକାରର ମୋବାଇଲ ବଜାରକୁ ଛାଡିଥିଲା। ଯାହା ପୁରା ଦୁନିଆରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥିଲା।

୧୯୯୧ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ନୋକିଆର ରାଜୁତି
୧୯୯୨ ମସିହାରେ ନୋକିଆ ପ୍ରଥମ କରି GSM (Global System) ମୋବାଇଲ ବଜାରକୁ ଛାଡ଼ିଥିଲା। ନୋକିଆର ଏହା GSM ଅର୍ଥାତ 2G ଫୋନ ଥିଲା। ଭୋଡ଼ାଫୋନ ଏହି ବର୍ଷ 2G ସେବା ଆରମ୍ଭ କରିଥିଲା। ପ୍ରଥମ ବାର୍ତ୍ତା ଭାବେ Merry Christmas ବିଶ୍ୱକୁ ଛାଡିଥିଲା।

୧୯୯୪ ମସିହାରେ IBM Simonକୁ ବିଶ୍ୱର ପ୍ରଥମ ସ୍ମାର୍ଟ ଫୋନ ଭାବେ ଗଣାଯାଇଥାଏ। ଏହା ଟଚ ସ୍କ୍ରିନ ରହିଥିଲା ଓ କିଛି ଫିଚର ଆପ ସହିତ ଆସିଥିଲା। ସେହିପରି ୧୯୯୭ ମସିହାରେ Nokia 5110 ମଡେଲକୁ ବଜାରରେ ପ୍ରବେଶ କରାଇଥିଲା। ଏହି ମଡେଲରେ ନୋକିଆ କମ୍ପାନୀ ପକ୍ଷରୁ ସ୍ନେକ ଗେମ ଲଞ୍ଚ କରାଯାଇଥିଲା ଯାହା ବେଶ ଆଦୃତ ହୋଇଥିଲା। ସେହିପରି ୧୯୯୮ ମସିହାରେ Siemences S10 ବଜାର ପ୍ରବେଶ କରାଇଥିଲା। ଯାହା ବିଶ୍ୱର ପ୍ରଥମ କଲର ଡିସପ୍ଲେ ବାଲା ମୋବାଇଲ ରହିଥିଲା।

୧୯୯୮ରେ ପ୍ରଥମ 3G ଫୋନର ପ୍ରବେଶ
୧୯୯୯ ମସିହାରେ ନୋକିଆ ୭୧୧୦ ଥିଲା ବିଶ୍ୱର ପ୍ରଥମ ହ୍ୟାଣ୍ଡସେଟ ଯେଉଁଥିରେ WAP ବ୍ରାଉଜର ରହିଥିଲା। ଏଥିରେ ଇଣ୍ଟରନେଟ ବ୍ରାଉଜ କରାଯାଇ ପାରୁଥିଲା। ସେହିପରି ୨୦୦୦ ମସିହାରେ ନୋକିଆ ୩୩୧୦ ମୋବାଇଲ ଲଞ୍ଚ କରିଥିଲା। ଏହାକୁ ନୋକିଆର ସବୁଠାରୁ ଆଇକନିକ ଡିଭାଇସ ଭାବେ ପରିଗଣିତ ହୋଇଥିଲା। ଏହି ଫୋନ ବେଶ ମଜବୁତ ଓ ବ୍ୟାଟେରୀ ଲାଇପ ପାଇଁ ଏହି ଫୋନ ବେଶ ଆଦୃତି ଲାଭ କରିଥିଲା। ସେହିପରି ଏହି ବର୍ଷ ବଜାରକୁ ଆସିଥିବା Sharp J-SH04 ମଡେଲରେ କ୍ୟାମେରା ଥିବା ନେଇ କିଛି ମୋବାଇଲ ଫୋନ ବ୍ୟବହାରକାରୀ ମଧ୍ୟ ଦାବି କରିଥାନ୍ତି। ଯଦିଓ ଏହା ପୂର୍ବରୁ ଜାପାନର ମୋବାଇଲ କମ୍ପାନୀ Kyocera VP-210 ଲଞ୍ଚ ହୋଇଥିଲା ଯେଉଁଥିରେ ଫ୍ରଣ୍ଟ କ୍ୟାମେରା ରହିଥିଲା। କିନ୍ତୁ ଏଥିରେ ମାତ୍ର ୨୦ଟି ଫଟୋ ଷ୍ଟୋର କରିବାର ବ୍ୟବସ୍ଥା ରହିଥିଲା।

୨୦୦୧ରୁ ୨୦୧୦ ପର୍ଯ୍ୟନ୍ତ ମୋବାଇଲର ଯାତ୍ରା
Nokia 8310 ବିଶ୍ୱର ପ୍ରଥମ ଫୋନ ଯେଉଁଥିରେ ରେଡ଼ିଓ ଓ କ୍ୟାଲେଣ୍ଡରର ଫିଚର ରହିଥିଲା। ୨୦୦୧ ମସିହାରେ ଲଞ୍ଚ ହୋଇଥିବା ଏହି ଫୋନର ଦାମ ଆରମ୍ଭରୁ ୫୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ତେବେ ୨୦୦୭ ମସିହାରେ ଆପଲ କମ୍ପାନୀ ମୋବାଇଲ ଫୋନ ଜଗତରେ ଏକ ବଡ଼ ବିପ୍ଲବ ଆଣିଥିଲା। iPhone 2G ମୋବାଇଲ ଫୋନ ଇଭୋଲ୍ୟୁସନରେ କ୍ରାନ୍ତିକାରୀ ଫୋନ ରହିଥିଲା। ଏହି ଫୋନ iOS ଅପରେଟିଂ ସିଷ୍ଟମରେ ଚାଲୁଥିଲା। ଏହି ଫୋନରେ ଟଚ ସ୍କ୍ରିନ ସମସ୍ତ ଫିଜିକାଲ କିବୋର୍ଡକୁ ହଟାଇ ଦେଇ କେବଲ ଟଚ ପ୍ୟାଡ଼ ରଖାଯାଇଥିଲା।

ସେହିପରି iOSକୁ ଟକ୍କର ଦେବାକୁ ୨୦୦୮ ମସିହାରେ ପ୍ରଥମ ଆଣ୍ଡ୍ରଏଡ଼ ମୋବାଇଲର ବଜାର ପ୍ରବେଶ ହୋଇଥିଲା। ବିଶ୍ୱର ପ୍ରଥମ ଆଣ୍ଡ୍ରଏଡ଼ ମୋବାଇଲ ଆଣିବା ସହିତ ମୋବାଇଲ ଫୋନ ଦୁନିଆରେ HTC କମ୍ପାନୀ ପାଦ ଥାପିଥିଲା। HTC ଡ୍ରିମ ମଡେଲ ଥିଲା ବିଶ୍ୱର ପ୍ରଥମ ଆଣ୍ଡ୍ରଏଡ଼ ମୋବାଇଲ ଫୋନ। ଏହି ଫୋନ ବଜାରକୁ ଆସିବା ପରେ ନୋକିଆ କମ୍ପାନୀର ଅଧପତନ ଆରମ୍ଭ ହୋଇଯାଇଥିଲା।

୨୦୦୯ ମସିହାରେ 4G ସେବାର ଆରମ୍ଭ
ସାମସଙ୍ଗ GT-I7500: ଏହା ସାମସଙ୍ଗ ମୋବାଇଲ କମ୍ପାନୀର ଗ୍ୟାଲାକ୍ସି ସିରିଜର ପ୍ରଥମ ମୋବାଇଲ ରହିଥିଲା। ଏହି ସିରିଜ ଏପର୍ଯ୍ୟନ୍ତ ଲୋକପ୍ରିୟ ରହିଛି। ୨୦୧୦ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ମୋବାଇଲ କମ୍ପାନୀ ଭିନ୍ନ ଭିନ୍ନ ଫିଚର ଆଣିସାରିଥିଲେ। ଏହି ସମୟ ବେଳକୁ ସାମସଙ୍ଗ ମୋବାଇଲ କମ୍ପାନୀ 4G ଲଞ୍ଚ କରିସାରିଥିଲା। ଏହା ପୂର୍ବରୁ iPhone 4s ପ୍ରଥମ ସ୍ମାର୍ଟଫୋନ ରହିଥିଲା। ଯେଉଁଥିରେ ପର୍ସନାଲ ଡିଜିଟାଲ ଭଏସ ଆସିଷ୍ଟାନ୍ସ ସିରିଜ ରହିଥିଲା।

୨୦୧୧ ରୁ ୨୦୨୩ ପର୍ଯ୍ୟନ୍ତ ମୋବାଇଲର ଯାତ୍ରା
Xiaomi Mi 1: ଚାଇନିଜ ମୋବାଇଲ କମ୍ପାନୀ ଶାଓମୀର ପ୍ରଥମ ମୋବାଇଲ ଫୋନ ଥିଲା। ଏହା କେବଳ ଏସିୟ ମାର୍କେଟରେ ଉପଲବ୍ଧ ହେଉଥିଲା।
iPhone 5s: ଆପଲର ଏହି ମଡେଲରେ ପ୍ରଥମଥର ପାଇଁ ଫିଙ୍ଗରପ୍ରିଣ୍ଟ ସେନସର ଦିଆଯାଇଥିଲା। ୨୦୧୩ ମସିହାରେ ଏହି ମଡେଲର ବଜାର ପ୍ରବେଶ ହୋଇଥିଲା।
Huawei P9: ପ୍ରଥମ ଥର ପାଇଁ ଏହି ମଡେଲରେ ଡୁଆଲ ଲେନସ କ୍ୟାମେର ଉପଲବ୍ଧ ହୋଇଥିଲା ଏହି ମୋବାଇଲରେ। ହୁଓ୍ୱାଓ୍ୱେ ୨୦୧୮ ମସିହାରେ ଟ୍ରିପଲ ଲେନ୍ସ କ୍ୟାମେରା ବିଶିଷ୍ଟ ଫୋନ P20 Pro ବଜାର ପ୍ରବେଶ କରାଇଥିଲେ।

୨୦୧୯ରେ ବିଶ୍ୱରେ 5Gର ପ୍ରବେଶ
Samsung Galaxy Fold: ସ୍ୟାମସଙ୍ଗ ପ୍ରଥମ ଥର ପାଇଁ ୨୦୧୯ ମସିହାରେ ଫୋଲ୍ଡ ହେଉଥିବା ଫୋନକୁ ବଜାର ପ୍ରବେଶ କରାଇଥିଲା।

ମୋବାଇଲର ଫୋନର ୫୦ ବର୍ଷର ଯାତ୍ରା ଲଗାତାର ଭାବେ ଟେକ୍ନୋଲୋଜି, ଡିଜାଇନ ଓ ଫିଚର୍ସ ସହିତ ବୈପ୍ଳବିକ ପରିବର୍ତ୍ତନର ଯାତ୍ରା ରହିଛି। ଆଗକୁ ଆସୁଥିବା ସମୟରେ ଅନେକ ଆଧୁନିକ ଫିଚରର ମୋବାଇଲ ଦେଖିବାକୁ ମିଳିବ।

ଭାରତରେ ମୋବାଇଲର ଯାତ୍ରା
୧୯୯୫ ମସିହା, ଜୁଲାଇ ୩୧ ତାରିଖରେ ଦିଲ୍ଲୀର ଟେଲି କମ୍ମ୍ୟୁନିକେସନ ବିଭାଗର ସେହି ସମୟରେ ସଂଚାର ମନ୍ତ୍ରୀ ସୁଖରାମ ଜ୍ୟୋତି ବସୁଙ୍କୁ ପ୍ରଥମ ଥର ପାଇଁ ମୋବାଇଲରେ କଲ କରି କଥା ହୋଇଥିଲା। ଏହି ଫୋନ କଲରେ ବସୁଙ୍କୁ ସୁଖରାମ କହିଥିଲେ କି ଓ୍ୱାୟାରଲେସ ଟେକନିକ ଆଧାରିତ ଟେଲିଫୋନର ଏହି ପ୍ରଣାଳୀ ସମଗ୍ର ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ଫୋନକଲ ମିନିଟ ପ୍ରତି ୧୬ ଟଙ୍କା ଦର ରହିଥିଲା।

ତେବେ ଭାରତରେ ମୋବାଇଲର ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ମୂଖ୍ୟ ଶ୍ରେୟ ଉଦ୍ୟୋଗପତି ବିକେ ମୋଦିଙ୍କୁ ଯାଇଥାଏ। ସେ ଅଷ୍ଟ୍ରେଲିଆ କମ୍ପାନୀ ଟେଲଷ୍ଟ୍ରାଙ୍କ ବ୍ୟତୀତ ନୋକିଆ ସହିତ ସମ୍ପର୍କ କରି ଓ ତାଙ୍କ ସହାୟତାରେ ଭାରତରେ ପ୍ରଥମ ସେଲୁଲାର ସେବା ଆରମ୍ଭ କରିଥିଲେ। ୨୦୦୦ ମସିହା ଆରମ୍ଭରେ ଭାରତରେ ନୋକିଆ ମୋବାଇଲର ଚାହିଦା ବହୁ ମାତ୍ରାରେ ରହିଥିଲା। ଅଧିକାଂଶ ଲୋକଙ୍କ ହାତରେ ନୋକିଆ ମୋବାଇଲ ରହିଥିବା ନେଇ ଦେଖିବାକୁ ମିଳିଥିଲା। ତେବେ ୨୦୧୦ ମସିହା ବେଳକୁ ଭାରତରେ ସ୍ମାର୍ଟ ଫୋନର ବ୍ୟବହାର ବଢିଥିଲା। ଭାରତୀୟ ବଜାରରେ ସ୍ୱଦେଶୀ ମୋବାଇଲ କମ୍ପାନୀ ମାଇକ୍ରୋମାକ୍ସ ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଥିଲା। କିନ୍ତୁ କିଛି ସମୟ ପାଇଁ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ହେଁ ଉନ୍ନତମାନର ସେବା ଯୋଗାଇ ପାରୁନଥିବାରୁ ଆଗକୁ ବଢିପାରିନଥିଲା ଏହି ମୋବାଇଲ କମ୍ପାନୀ। ପରବର୍ତ୍ତି ସମୟରେ ସାମସଙ୍ଗ, ଆପଲ ଓ ଶାଓମୀ ଭଳି ବ୍ରାଣ୍ଡର କମ୍ପାନୀ ଗୁଡ଼ିକ ଲୋକପ୍ରିୟତା ହାସଲ କରିଥିଲା।

୨୦୧୬ରେ ରିଲାଏନ୍ସ ଜିଓ ୪ଜି ସେବା ଆରମ୍ଭ କରିଦେଇଥିଲା। ଏହି ମୋବାଇଲ ଜଗତ ପାଇଁ ଆଶିର୍ବାଦ ସଦୃଶ ସାବ୍ୟସ୍ତ ହୋଇଥିଲା। ଦେଶର ଅଧିକାଂଶ ଲୋକଙ୍କ ନିକଟରେ ସ୍ମାର୍ଟ ଫୋନ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଦ୍ରୁତ ବେଗରେ ଇଣ୍ଟରନେଟା ସେବା ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଡିଜିଟାଲ ଜଗତରେ ମଧ୍ୟ ଏକ ବୃହତ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥିଲା। ଗତବର୍ଷ ୨୦୨୨ରେ ଦେଶରେ ୫ଜି ସେବାର ମଧ୍ୟ ଲଞ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୩୦ ସୁଦ୍ଧା ୬ଜି ଲଞ୍ଚ କରିବାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଏଥିପାଇଁ ଦସ୍ତାବିଜ ମଧ୍ୟ ଜାରି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.