Take a fresh look at your lifestyle.

consenting sex age: ଏହି ବୟସରୁ ସହମତିରେ ରଖିପାରିବେ ଶାରିରୀକ ସମ୍ପର୍କ, ଲାଗିବନି ଏହି ସବୁ ଧାରା

0 367

Get real time updates directly on you device, subscribe now.

consenting sex age: ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର (Supreme Court) ମୁଖ୍ୟ ବିଚାରପତି (Chief Justice) ଡିଓ୍ୱାଇ ଚନ୍ଦ୍ରଚୁଡ଼ (DY Chandrachud) ଗତ ୧୦ ତାରିଖରେ ଏକ ମାମଲା ଶୁଣାଣୀ କରିଥିଲେ। ଏହି ଶୁଣାଣୀ ସମୟରେ ପୋକ୍ସୋ ଆକ୍ଟ (Pocso Act) ଅନୁଯାୟୀ ସହମତିରେ ଶାରିରୀକ ସମ୍ପର୍କ (Physical Relation) ରଖିବା ବୟସ ଉପରେ ସଂସଦରେ (Parliament) ଆଲୋଚନା କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କ (Chief Justice) କହିବା ଅନୁଯାୟୀ ଦୁଷ୍କର୍ମ ମାମଲାରେ ଯୁବକମାନଙ୍କ ସମ୍ପୃକ୍ତି ଥିବା ନେଇ ଆସୁଛି। ତେବେ ସେହି ଘଟଣାରେ ସହମତିରେ ସମ୍ପର୍କ ସ୍ଥାପନ ହୋଇଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇ ପଡ଼ୁଛି। ଏଭଳି ସ୍ଥିତିରେ ଶୁଣାଣୀ କରିବା କଷ୍ଟକର ହୋଇ ପଡ଼ୁଥିବା ନେଇ ସେ କହିଛନ୍ତି। ସହମତିରେ ଶାରିରୀକ ସମ୍ପର୍କ ରଖିବା ପାଇଁ ବୟସ ସୀମା କେତେ ହେବା ଜରୁରୀ ବୋଲି ସେ ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ପୂର୍ବରୁ ରହିଥିଲା ୧୬ ବର୍ଷ
ସ୍ୱାଧୀନତା ପରେ ଅର୍ଥା ୧୯୪୭ରୁ ୨୦୧୨ ପର୍ଯ୍ୟନ୍ତ ସହମତିରେ ଶାରିରୀକ ସମ୍ପର୍କ ପାଇଁ ବୟସ ସୀମା ୧୬ ରହିଥିଲା। ୨୦୧୨ ମସିହାରେ ପୋକ୍ସ ଆଇନରେ ପରିବର୍ତ୍ତନ ହେବା ସହିତ ଏହା ୧୮ ବର୍ଷକୁ ବଢାଇ ଦିଆଯାଇଥିଲା।

କଣ କହୁଛି ସଂଖ୍ୟା
ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ଯୁବାବର୍ଗଙ୍କ ସଂଖ୍ୟା ପ୍ରାୟ ୨୫ କୋଟି ରହିଛି। ଭାରତରେ ସମଗ୍ର ବିଶ୍ୱର ଅଧିକ ଯୁବାବର୍ଗଙ୍କ ସଂଖ୍ୟା ଅଧିକ। ଏଠାକାର ସମାଜରେ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅପରାଧ ଭାବେ ପରିଗଣିତ କରାଯାଇଥାଏ। କିନ୍ତୁ ହୋଇଥିବା ସର୍ଭେ ରିପୋର୍ଟ କିଛି ଭିନ୍ନ କାହାଣୀ କହିଥାଏ। ନିକଟରେ ସାମ୍ନାକୁ ଆସିଥିବା ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ ୩୯ ପ୍ରତିଶତ ମହିଳା ସ୍ୱିକାର କରିଛନ୍ତି କି ସେ ୧୮ ବର୍ଷରେ ପାଦ ଦେବା ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିସାରିଥିଲେ। ଏପରିକି ୨୫ ରୁ ୪୯ ବୟସର ମହିଳା ବର୍ଗଙ୍କ ମଧ୍ୟରୁ ୧୦ ପ୍ରତିଶତ ମହିଳା ଏହା ମଧ୍ୟ ସ୍ୱିକାର କରିଛନ୍ତି କି ୧୫ ବର୍ଷ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିସାରିଥିଲେ।

କଣ ରହିଛି ତୃଣମୂଳସ୍ତରର ସ୍ଥିତି
ଚାଇଡ଼ ରାଇଟ ଚ୍ୟାରିଟି ସଂସ୍ଥା ଏନଫୋଲ୍ଡ ପ୍ରୋଆକ୍ଟିଭ ହେଲ୍ଥ ଟ୍ରଷ୍ଟ ୨୦୧୬ ରୁ ୨୦୨୦ ମଧ୍ୟରେ ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ରରେ ପୋକ୍ସୋ କୋର୍ଟରେ ୭୦୬୪ଟି ମାମଲା ଉପରେ ଗବେଷଣା କରିଥିଲା। ଏଥିରୁ ସେ ଅଧାରୁ ଅଧିକ ମାମଲାରେ ୧୬ ରୁ ୧୮ ବର୍ଷ ବୟସର ଝିଅଙ୍କ ସମ୍ପୃକ୍ତି ରହିଥିବା ନେଇ ଜାଣିବାକୁ ପାଇଥିଲା। ବିବିସି ଏହି ସଂସ୍ଥାର ରିପୋର୍ଟକୁ ଆଧାର କହି ଏକ ଆଲେଖ୍ୟ ମଧ୍ୟ ପ୍ରସ୍ତୁତ କରିଥିଲା। ଏହି ରିପୋର୍ଟରେ ମୋଟ ୭୦୬୪ ମାମଲାରୁ ୧୭୧୫ ମାମଲାରେ ପ୍ରେମ ଜନିତ ସମ୍ପର୍କ ବର୍ଗରେ ରଖାଯାଇଥିଲା। ଯଦି ଏହି ସଂଖ୍ୟାକୁ ପୁରା ଭାରତୀୟ ସନ୍ଦର୍ଭରେ ଦେଖାଯାଏ ତାହା ହେଲେ ଏହି ସଂଖ୍ୟା ଢେର ଅଧିକ ରହିବ। କାରଣର ପ୍ରତିବର୍ଷ ଦେଶରେ ଲକ୍ଷାଧିକ ସଂଖ୍ୟାରେ ପୋକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ ହୋଇଥାଏ।

କଣ କହୁଛି ସମଗ୍ର ବିଶ୍ୱରେ ଏହି ସଂଖ୍ୟା

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆନ ଇନଷ୍ଟିଚ୍ୟୁଅ ଅଫ ଫାମିଲି ଷ୍ଟଡ଼ିର ରିପୋର୍ଟ ଅନୁଯାୟୀ କିଛି ଅଞ୍ଚଳକୁ ଛାଡ଼ିଦେଲେ ଦେଶରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୧୬ ରହିଛି।

ଫ୍ରାନ୍ସ: ବିଶ୍ୱର ସବୁଠାରୁ ଅଧିକ ବିକଶିତ ରାଷ୍ଟ୍ର ମଧ୍ୟରେ ଫ୍ରାନ୍ସ ହେଉଛି ଅନ୍ୟତମ। ଏଠାରେ ୧୫ ବର୍ଷ ବୟସରେ ଯୌନ ସମ୍ପର୍କ ସ୍ଥାପନ କରିପାରିବେ।

ଆମେରିକା: ଏଠାରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ନିୟମ ରହିଛି। ତେବେ ମୋଟାମୋଟି ଦେଖିବାକୁ ଗଲେ ୧୬ ରୁ ୧୮ ବର୍ଷ ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିପାରିବେ।

ଦକ୍ଷିଣ ଆମେରିକା: ଆମେରିକା ଭଳି ଏଠାରେ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ନିୟମ ରହିଛି। ଏଠାରେ ୧୨ ରୁ ୧୮ ବର୍ଷ ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ରଖିପାରିବେ। ୟୁନିସେଫ ଅନୁଯାୟୀ ଏଠାରେ ଶାରିରୀକ ସମ୍ପର୍କ ରଖୁଥିବା ଯୁବପୀଢୀଙ୍କ ବୟସ ୧୫ ରହିଛି।

ବ୍ରାଜିଲ: ଏଠାରେ ସହମତିରେ ଯୌନ ସମ୍ପର୍କ ସ୍ଥାପନର ବୟସ ୧୪ ରହିଛି।

ଜର୍ମାନୀ: ୟୁରୋପର ତମାମ ଦେଶରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ ରହିଛି। ଜର୍ମାନୀରେ ସର୍ବନିମ୍ନ ବୟସ ୧୪ ରହିଥିବା ବେଳେ ମାନିଲାରେ ଏହା ୧୮ ରହିଛି।

ଇଂଲଣ୍ଡ ଓ ଓ୍ୱେଲ୍ସ: ବିବିସି ଅନୁଯାୟୀ ଇଂଲଣ୍ଡ ଓ ଓ୍ୱେଲ୍ସରେ ୧୮୮୫ ମସିହାରୁ ସହମତିରେ ସେକ୍ସ କରିବାର ବୟସ ୧୬ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.