Take a fresh look at your lifestyle.

ମୁଲ୍ଲା ହେବତୁଲ୍ଲା ଆଖୁନଜାଦା ହେବେ ଶୀର୍ଷ ନେତା, ବଦଳିବ ଆଫଗାନିସ୍ତାନର ନାଁ

0 463

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ (Afghanistna) ଉପରେ ତାଲିବାନ (Talinban) ନିଜର ଆଧିପତ୍ୟ ଜାହିର କରିଛି । ଆଫଗାନିସ୍ତାନର ତାଲିବାନର ସଦସ୍ୟ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା (Mullah Haibatullah Akhunzada) ହେବେ ସର୍ବୋଚ୍ଚ ନେତା । ଏହା ସହିତ ଆଫଗାନିସ୍ତାନର (Afghanistna) ନାମ ପରିବର୍ତ୍ତନ କରିବାକୁ ମଧ୍ୟ ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି । ଆଫଗାନିସ୍ତାନର ନାମ ପରିବର୍ତ୍ତନ କରି ତାଲିବାନ ଇସଲାମି ଏମିରେଟସ ଅଫ ଆଫଗାନିସ୍ତାନ ହେବ ବୋଲି ତାଲିବାନ ସୂଚନା ଦେଇଛି । ଏନେଇ ଟୋଲୋ ନ୍ୟୁଜ ସୂଚନା ଦେଇଛି ।

ତାଲିବାନର ସାଂସ୍କୃତିକ ଆୟୋଗ ସଦସ୍ୟ ଅନାମୁଲ୍ଲା ସମାଗାନୀ କହିଛନ୍ତି କି ନବଗଠିତ ସରକାରକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏନେଇ ଖୁବ ଶୀଘ୍ର ସରକାର ଗଠନ ହେବା ନେଇ ଘୋଷଣା କରାଯିବ । ନୂଆ ସରକାରର ମୁଖିଆ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା ହେବେ ବୋଲି ସେ ସୂଚନା ଦେଇଛନ୍ତି । ଅନାମୁଲ୍ଲା ସମାଗାନୀ ଆହୁରି ମଧ୍ୟ କହିଛନ୍ତି କି ନୂଆ ସରକାର ଉପରେ ବିଚାରବିମର୍ଶ ପ୍ରାୟ ଶେଷ ହୋଇଛି । ଏପରିକି କ୍ୟାବିନେଟ ଉପରେ ମଧ୍ୟ ଆଲୋଚନା ଶେଷ ହୋଇଛି । ଏହି ସରକାର ସାଧାରଣ ଲୋକଙ୍କ ପାଇଁ ଏକ ମଡେଲ ଭାବେ ଉଭା ହେବ । ଭରସାଯୋଗ୍ୟ ନେତାଙ୍କ ନେତୃତ୍ବରେ ଆଫଗାନିସ୍ତାନରେ ସରକାର ଗଠନ ହେବ । ଏହା ନିଶ୍ଚିତ ପକ୍ଷେ ସମସ୍ତଙ୍କ ପାଇଁ ବେଶ ଲାଭଦାୟକ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି ଟୋଲୋ ନ୍ୟୁଜ ଅନୁଯାୟୀ ପ୍ରତି ରାଜ୍ୟରୁ ଏଭଳି ଜଣେ ବ୍ୟକ୍ତି ରହିବେ, ଯିଏ ପ୍ରଧାନମନ୍ତ୍ରୀଙ୍କ ଭୁମିକା ଗ୍ରହଣ କରିବେ । ସମାଗାନୀ ଆଫଗାନି ଟିଭି ଚ୍ୟାନେଲକୁ ସୂଚନା ଦେଇ କହିଛନ୍ତି କି ନୂଆ ବ୍ୟବସ୍ଥାର ନାଁ ନାଁ ଗଣତନ୍ତ୍ର ନା ଏମିରେଟ ହେବ । ଏହା ଏକ ଇସଲାମ ଭଳି ସରକାର ଗଠନ ହେବ । ତେବେ ହେବତୁ୍ଲା ସରକାରର ଶୀର୍ଷ ନେତା ହେବେ । ତାଙ୍କ ଅଧିନରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ରହିବେ । ଶୀର୍ଷ ନେତାଙ୍କ ନିର୍ଦ୍ଦେଶ ତଥା ନେତୃତ୍ବରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.