Take a fresh look at your lifestyle.

ମାସକରେ ଯାଇଛି ୧୬ ଲକ୍ଷ ଚାକିରି !

0 748

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ଜିଡ଼ିପି (GDP) ରେକର୍ଡ ଭାଙ୍ଗିଛି । ଜିଏସଟି ସଂଗ୍ରହରେ ମଧ୍ୟ ବେଶ ସକରାତ୍ମକ ଫଳାଫଳ ରହିଛି । କିନ୍ତୁ ଏହାରି ମଧ୍ୟରେ ଏକ ଚିନ୍ତା ବଢାଇବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କୋରୋନା (CORONA) କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇ ପଡ଼ୁଥିବା ଖବର ସାମ୍ନାକୁ ଆସିଥିଲା । କେବଳ ଗତ ଅଗଷ୍ଟ ମାସରେ ୧୬ ଲକ୍ଷ ଲୋକ ବେରୋଜଗାର ହୋଇ ପଡ଼ିଛନ୍ତି। ଏନେଇ ସିଏମଆଇଇ(CMIE) ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ସିଏମଆଇଇ(CMIE) ଜାରି କରି ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରେ ବେରୋଜଗାରୀ ଦର ବଢି ୮.୨ ପ୍ରତିଶତରେ ପହଞ୍ଚିଛି । ଏହି ରେଟ ଜୁଲାଇ ମାସରେ ୬.୯୫ ପ୍ରତିଶତ ରହିଥିଲା। ସିଏମଆଇଇ ଅନୁଯାୟୀ ଅଗଷ୍ଟ ମାସରେ ସହରୀ ଅଞ୍ଚଳରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଏହି ରେଟ ୧.୫ ପ୍ରତିଶତ ବଢି ପାଖାପାଖି ୯.୭୮ ପ୍ରତିଶତରେ ପହଞ୍ଚିଛି । ଜୁଲାଇ ମାସରେ ଦେଶରେ ସହରୀ ଅଞ୍ଚଳରେ ବେରୋଜଗାରୀ ଦର ୮.୩ ପ୍ରତିଶତ ରହିଥିଲା । ସେହିପରି ଗ୍ରାମୀଣ ବେରୋଜଗାରୀ ଦର ଅଗଷ୍ଟ ମାସରେ ୧.୩ ପ୍ରତିଶତ ବଢି ୭.୬୪ ପ୍ରତିଶତରେ ପହଞ୍ଚିଛି । ଜୁଲାଇରେ ଏହା ୬.୩୪ ପ୍ରତିଶତ ରହିଥିଲା ।

ସେହିପରି ସିଏମଆଇଇ ଅନୁଯାୟୀ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ଜୁଲାଇ ମାସରେ ୩୯.୯୩ କୋଟିରୁ ଖସି ଆସି ଅଗଷ୍ଟରେ ତାହା ୩୯.୭୭ କୋଟିରେ ପହଞ୍ଚିଛି । ଏହାରି ମଧ୍ୟରେ ଗ୍ରାମାଞ୍ଚଳରେ ପାଖାପାଖି ୧୩ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ସୂଚନାଯୋଗ୍ୟ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଏପ୍ରିଲ ମାସରୁ ଜୁନ ମାସ ମଧ୍ୟରେ ଜିଡ଼ିପିର ଉନ୍ନତି ଦେଖିବାକୁ ମିଳିଥିଲା । ଜିଡ଼ିପିର ଉନ୍ନତି ଦେଖି ଭାରତୀୟ ଅର୍ଥ ବ୍ୟବସ୍ଥା ପୁନର୍ବାର ଟ୍ରାକକୁ ଫେରିଥିଲା । ତେବେ ପ୍ରଥମ ତିନି ମାସରେ ଘରୋଇ ଉତ୍ପାଦରେ ଉନ୍ନତି ହେବାରୁ ଏହି ଗ୍ରୋଥ ରେଟ ରେକର୍ଡ ୨୦.୧ ପ୍ରତିଶତକୁ ଛୁଇଥିଲା । ତେବେ ଏହି ଗ୍ରୋଥ ରେଟ ବଢିବା ସତ୍ତ୍ବେ ବେରୋଜଗାରି ଏଭଳି ଭାବେ ବଢିବା ନିଶ୍ଚିତ ପକ୍ଷେ ଚିନ୍ତା ଜନକ ବିଷୟ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସେପଟେ ଏହାକୁ ନେଇ ରାଜନୀତିକରଣ ମଧ୍ଯ ଆରମ୍ଭ ହୋଇଛି। ବିଜେପିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ବେରୋଜଗାରୀଙ୍କୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏଥିରେ ଔପଚାରିକ ଓ ଅନୌପଚାରିକ ଭାବେ ପାଖାପାଖି ୧୬ ଲକ୍ଷ ଲୋକ ବେରୋଜଗାରୀ ସମ୍ପର୍କିତ ପ୍ରସଂଗକୁ ସ୍ଥାନ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.