Take a fresh look at your lifestyle.

Pandora Paper leak:‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌। ୭୦୦ ପାକିସ୍ତାନୀଙ୍କ ପାଇଁ ବଢିବ ଅଡ଼ୁଆ

0 495

Get real time updates directly on you device, subscribe now.

Pandora Paper Leak: ନୂଆଦିଲ୍ଲୀ: ୨୦୧୬ ମସିହାରେ ହୋଇଥିବା ପାନାମ୍ମା ପେପର୍ସ ମାମଲା ଲିକ ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ଅନେକ ଭାରତୀୟ ଧନୀ ବ୍ୟକ୍ତିଙ୍କ କଳା ସମ୍ପତ୍ତି ସମ୍ପର୍କରେ ଜଣାପଡ଼ିଥିଲା। ତେବେ ପାନାମା ପେପର୍ସର ୬ ବର୍ଷ ପରେ ପାଣ୍ଡୋରା ପେପର୍ସ ଲିକ ମାମଲା ସାମ୍ନାକୁ ଆସିଛି। ଫଳରେ ଭାରତ ସହିତ ବିଶ୍ବର ପ୍ରମୁଖ ଗୁଡ଼ିକର ଧନୀ ବ୍ୟକ୍ତିଙ୍କ କଳା ସମ୍ପତି ସମ୍ପର୍କରେ ସାମ୍ନାକୁ ଆସିଛି। ତେବେ ଦୁବାଇ, ମୋନାକୋ, ସ୍ବିଜରଲ୍ୟାଣ୍ଡ ଓ କେମୈନ ଦ୍ବୀପ ଅଞ୍ଚଳର ଥିବା ବିଦେଶୀ କମ୍ପାନୀ ଓ ଟ୍ରଷ୍ଟଙ୍କ ପଛରେ ରହିଥିବା ଲୋକମାନଙ୍କ ସମ୍ପତି ସମ୍ପର୍କରେ ସୂଚନା ପାଇବା ପାଇଁ ଏକ ଅନୁଧ୍ୟାନ କରାଯାଇଥିଲା।

ସମ୍ବାଦ ସରବରାହ ସଂସ୍ଥା ଦ ଗାର୍ଜିଆନ ନ୍ୟୁଜ କହିବା ମୁତାବକ ପାଣ୍ଡୋରା ପେପର୍ସ ଲିକ ମାମଲା ପରେ ବର୍ତ୍ତମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରାଧ୍ୟକ୍ଷ ସହିତ ବିଶ୍ବର ପ୍ରମୁଖ ୩୫ ଜଣ ବିଶିଷ୍ଟ ନେତାଙ୍କ ନାମ ସାମିଲ ରହିଛି। ଏହା ବ୍ୟତୀତ ୯୦ରୁ ଅଧିକ ଦେଶର ୩୦୦ ବିଶିଷ୍ଟ ନାମର ତାଲିକା ରହିଛି, ଯେଉଁଥିରେ ମନ୍ତ୍ରୀ, ଅଧିକାରୀ, ବିଚାରପତି, ମହାପୌର, ସେନା, ଜେନେରାଲ ପ୍ରମୁଖ ସାମିଲ ଅଛି। ତେବେ ସବୁଠାରୁ ଚାଞ୍ଚଲ୍ୟ କର କଥା ହେଉଛି ତାଲିକାରେ ଭାରତର ୩୦୦ ଜଣଙ୍କ ନାମ ରହିଛି। ଏହି ଭାରତୀୟ ତାଲିକାରେ ପୂର୍ବତନ ସାଂସଦଙ୍କ ନାଁ ମଧ୍ଯ ରହିଛି। ସେହିପରି ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନର ୭୦୦ ଜଣଙ୍କ ନାମ ରହିଛି।

ରିପୋର୍ଟରେ କୁହାଯାଇଛି ଯେ ୩୦୦ରୁ ଅଧିକ ଭାରତୀୟ ନାମ ମଧ୍ୟରୁ ପ୍ରାୟ ୬୦ଜଣଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଇ ତଦନ୍ତ କରାଯାଇଥିଲା। ଆଗାମୀ ଦିନରେ ଏଗୁଡିକ ପ୍ରକାଶ ପାଇବ। ଏହି ଲୋକମାନେ ସାମୋଆ, ବେଲିଜ୍, କୁକ୍ ଦ୍ୱୀପପୁଞ୍ଜରୁ ବ୍ରିଟିଶ୍ ଭର୍ଜିନ ଦ୍ୱୀପପୁଞ୍ଜ ଏବଂ ପାନାମା ପର୍ଯ୍ୟନ୍ତ ଟ୍ୟାକ୍ସ ଆଶ୍ରୟସ୍ଥଳ ନିର୍ମାଣ କରିଛନ୍ତି, ଟିକସ ଛାଡିବା ପାଇଁ ଅର୍ଥନୈତିକ ଅପରାଧ ତଥା ଅନୁସନ୍ଧାନର ସମ୍ମୁଖୀନ ହୋଇଛନ୍ତି।କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରୁ ନାମ ଏହି ରିପୋର୍ଟରେ ଅନ୍ତର୍ଭୁକ୍ତ ହୋଇଛି। ଏଥିମଧ୍ୟରେ ଜୋର୍ଡାନର ରାଜା, ୟୁକ୍ରେନ, କେନିଆ ଏବଂ ଇକ୍ୟୁଏଡରର ରାଷ୍ଟ୍ରପତି, ଚେକ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନ ବ୍ଲେୟାର ଅଛନ୍ତି। ଏହି ରିପୋର୍ଟରେ ଭାରତ, ଋଷ, ଆମେରିକା, ମେକ୍ସିକୋ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ଅନୌପଚାରିକ ପ୍ରଚାର ମନ୍ତ୍ରୀ’ ସମେତ ବିଭିନ୍ନ ଦେଶରୁ ୧୩୦ ବିଲିୟୋନେୟାରଙ୍କ ନାମ ମଧ୍ୟ ସାମିଲ ରହିଛି। ଏଥି ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତ୍ରୀଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।

ଏହାପୂର୍ବରୁ ୨୦୧୬ରେ ଟ୍ୟାକ୍ସ ଲିକ୍ ଖେଳ ବିଶ୍ୱରେ ଡାଟା ଲିକ୍ ହୋଇଥିଲା। ଏଥିରେ ବିଦେଶରେ ଥିବା ସେଲ କମ୍ପାନୀଗୁଡିକ ମାଧ୍ୟମରେ ଏହା କିପରି କରାଯାଏ ତାହା କୁହାଯାଇଥିଲା । ଏହି ଲିକ୍ ପାନାମିଆର ଆଇନ ସହାୟତା କମ୍ପାନୀ ମୋସାକ୍ ଫୋନ୍ସେକା ସହିତ ସଂଯୁକ୍ତ ଥିଲା ଏବଂ ଏହା ପାନାମା ଦେଶର ନାମକୁ ମଧ୍ୟ ଅପମାନିତ କରିଥିଲାବେଳେ ଅଧିକାଂଶ କମ୍ପାନୀ ବାହାରେ ଥିଲେ।

ପାଣ୍ଡୋରା ଲିକ ମାମଲାରେ ଇମ୍ରାନଙ୍କ ନାଁ
ଲିକ ହୋଇଥିବା ପାଣ୍ଡୋରା ପେପର ଲିକ ମାମଲାରେ ପାକିସ୍ତାନର ପ୍ରାୟ ୭୦୦ ନାଗରିକଙ୍କ ନାଁ ରହିଛି। ଏହି ତାଲିକାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାଁ ମଧ୍ୟ ସାମିଲ ରହିଛି। ଏପରିକି ଇମ୍ରାନ ଖାନଙ୍କ ସମ୍ପର୍କିୟଙ୍କ ନାଁ ମଧ୍ୟ ସାମିଲ ରହିଛି। ଯେଉଁମାନଙ୍କ ନାଁରେ ବିଦେଶୀ କମ୍ପାନୀ ସହିତ ଜଡ଼ିତ ରହିଛନ୍ତି। ଜିଓ ନ୍ୟୁଜ ମୁତାବକ ପାକିସ୍ତାନର ବିତ୍ତ ମନ୍ତ୍ରୀ ଶୌକତ ତାରିନ, ଜଳ ସଂଶାଧନ ମନ୍ତ୍ରୀ ମୁନିସ ଇଲାହୀ, ସିନେଟର ଫୈଜଲ ଓ୍ୱାବଡ଼ା, ଇଶକ ଡାରର ପୁଅ, ପିପିପିର ଶରଜିଲ ମେମନ, ଉଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରୀ ଖୁସରୋ ବଖତିଆରର ପରିବାର, ପିଟିଆଇ ନେତା ଅବ୍ଦୁଲ ଅଲିମ ଖାନଙ୍କ ନାମ ପ୍ରମୁଖ ସାମିଲ ରହିଛି। ଏମାନଙ୍କ ବ୍ୟତୀତ କିଛି ମିଡ଼ିଆ କମ୍ପାନୀର ମାଲିକଙ୍କ ନାଁ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି।
ତେବେ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଯେଉଁମାନଙ୍କ ନାଁ ସାମ୍ନାକୁ ଆସିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସେମାନଙ୍କ ବିରୋଧରେ ତଦନ୍ତ ମଧ୍ୟ କରାଯିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। ସେ ବିଶ୍ବ ସମୁଦାୟକୁ ଅପିଲ କରିଛନ୍ତି କି ଜଳବାୟୁ ପରିବର୍ତ୍ତନ ଭଳି ଏହାକୁ ମଧ୍ୟ ଗୁରୁତର ଭାବେ ଗ୍ରହଣ କରାଯାଉ।

ପାଣ୍ଡୋରାରେ ସଚିନଙ୍କ ନାଁ
କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ସଚିନ ତେନ୍ଦୁଲକର ରାଜ୍ୟସଭାର ଜଣେ ସଦସ୍ୟ ଏବଂ କ୍ରୀଡ଼ା ଜଗତରେ ତାଙ୍କ ନାମକୁ ସମ୍ମାନର ସହ ନିଆଯାଇଥାଏ। ସମ୍ପ୍ରତି ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଜଡିତ ଅଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ସଚିନଙ୍କ ସହ ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର, ଶ୍ୱଶୁର ଆନନ୍ଦ ମେହେଟ୍ଟା ମଧ୍ୟ ଏହି ପାଣ୍ଡୋରା ମାମଲାରେ ସାମିଲ ଥିବା ଜଣାପଡ଼ିଛି।

ଅନୀଲ ଅମ୍ବାନୀ
ଦେଶର ପ୍ରସିଦ୍ଧ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧୀରୁବାଇ ଅମ୍ବାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ନାମ ମଧ୍ୟ ଏହି ପାଣ୍ଡୋରା ପେପର୍ସରେ ରହିଥିବା ଜଣାପଡ଼ିଛି। ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ଅନିଲ ଅମ୍ବାନୀ ଏବଂ ତାଙ୍କ ପ୍ରତିନିଧୀଙ୍କ ଜର୍ସି, ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ ଏବଂ ସାଇପ୍ରସରେ ୧୮ଟି ଅଫଶୋର କମ୍ପାନୀ ଅଛି। ୨୦୦୭ ଏବଂ ୨୦୧୦ ମଧ୍ୟରେ ଏହି ସମସ୍ତ କମ୍ପାନୀ ଗଠନ କରାଯାଇଥିଲା, ସେଥିମଧ୍ୟରୁ ୭ଟି କମ୍ପାନୀ ଋଣ ନେଇ ୧.୩ ବିଲିୟନ ଡ଼ଲାର୍ (୯୬୪୮ କୋଟିରୁ ଅଧିକ) ବିନିଯୋଗ କରିଥିଲେ।

ନିରବ ମୋଦି
ନିରବ ମୋଦିଙ୍କ ସମ୍ପର୍କରେ କିଏ ବା ନ ଜାଣିଛି। ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ଦେଶରୁ ଫେରାର ହୋଇଥିବା ନିରବ ମୋଦିଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ରହିଛି। ଜାନୁଆରୀ ୨୦୧୮ ମସିହାରେ ଦେଶ ଛାଡ଼ିବାର ଏକ ମାସ ପୂର୍ବରୁ ନିରବଙ୍କ ଭଉଣୀ ପୂର୍ବି ମୋଦି ବ୍ରିଟିଶ ଭର୍ଜିନ ଦ୍ବୀପପୁଞ୍ଜରେ ଏକ କମ୍ପାନୀର ଶୁଭାରମ୍ଭ କରିଥିଲେ। ଏହି କମ୍ପାନୀକୁ ଟ୍ରାଇଡେଣ୍ଟ ଟ୍ରଷ୍ଟ କମ୍ପାନୀ, ସିଙ୍ଗାପୁରର ସହାୟତାରେ ସ୍ଥାପନ କରିଥିଲେ। ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ବ୍ରୁକଟୋନ ମ୍ୟାନଜମେଣ୍ଟ ଲିମିଟେଡ଼କୁ ଡିସେମ୍ବର ୨୦୧୭ ମସିହାରେ ସ୍ଥାପନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.