Take a fresh look at your lifestyle.

Tokyo Olympic: ୪ ଦଶନ୍ଧି ପରେ ଇତିହାସ ରଚିଲେ ମହିଳା ହକି ଦଳ, ସେମିରେ ଭାରତ

0 401

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରାୟ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକରେ ଇତିହାସ ରଚିଛି ଭାରତୀୟ ହକି ଦଳ । ଟୋକିଓ ଅଲିମ୍ପିକରେ (Tokyo Olympics) କ୍ବାର୍ଟର ଫାଇନାଲ ମୁକାବିଲାରେ ଐତିହାସିକ ବିଜୟ ହାସଲ କରି ସେମିଫାଇନାରେ ପ୍ରବେଶ କରିଛି ଦଳ (Indian Women Hockey Team)। କ୍ବାର୍ଟର ଫାଇନାଲ ମ୍ୟାଚରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଐତିହାସିକ ବିଜୟ ହାସଲ କରିଛି ।

ଖେଳାଯାଇଥିବା ମ୍ୟାଚରେ ଭାରତର ଗୁରଜିତ କୌର(Gurjit Kaur) ଏକମାତ୍ର ଗୋଲ କରିଥିଲେ । ମାତ୍ର ଭାରତୀୟ ଦଳର ଏହି କଡ଼ା ରଣନୀତି ଆଗରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ବେଶ ଚାପରେ ରହିଥିଲା । ଫଳରେ ଏହି ଗୋଲକୁ ପରିଶୋଧ କରିବାରେ ବିଫଳ ହୋଇଥିଲା କଂଗାରୁ ଦଳ ।

ଖେଳ ଆରମ୍ଭରୁ ହିଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲେ । ଆରମ୍ଭରୁ ଭାରତୀୟ ଦଳର ଆକ୍ରମଣାତ୍ମକ ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆ ଚାପରେ ରହିଥିଲା । ଫଳରେ ଗୋଲ କରିବାକୁ ପ୍ରୟାସ ଜାରି ରଖିଥିବା ଅଷ୍ଟ୍ରେଲିଆ ଦଳ ଖେଳ ଶେଷ ପର୍ଯ୍ୟନ୍ତ ନିରାଶ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.