Take a fresh look at your lifestyle.

Tokyo Paralympics: ଟୋକିଓ ମାଟିରେ ଓଡ଼ିଶାର ଟେକ ରଖିଲେ ପ୍ରମୋଦ, ଜିତିଲେ ସ୍ବର୍ଣ୍ଣ

0 374

Get real time updates directly on you device, subscribe now.

ଭୁବନେଶ୍ବର: ଟୋକିଓ ମାଟିରେ (Tokyo Olympics2020) ସ୍ବର୍ଣ୍ଣାକ୍ଷରରେ ଇତିହାସ ଲେଖିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ (Pramod Bhagat)। ଟୋକିଓ ପାରା ଅଲମ୍ପିକରେ (Tokyo Paralympics) ବ୍ୟାଡ଼ମିଣ୍ଟନ (Badminton) ଇଭେଣ୍ଟରେ ସ୍ବର୍ଣ୍ଣପଦକ ହାତେଇଛନ୍ତି ପ୍ରମୋଦ । ଆଜିର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବିଶ୍ବର ଦୁଇ ନମ୍ବର ଖେଳାଳି ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ (Daniel Bethel) ହରାଇ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ।

ପୁରୁଷ ସିଙ୍ଗଲ୍ସ ଏସଏଲ୩ ଫାଇନାଲ ମ୍ୟାଚରେ ପ୍ରମୋଦ (Pramod Bhagat) ବେଶ ଦମଦାର ପ୍ରଦର୍ଶନ କରିଥିଲେ। ଡାନିଏଲଙ୍କୁ (Daniel Bethel) ଚାପରେ ରଖି ଖେଳ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲେ ପ୍ରମୋଦ । ଫଳରେ ପ୍ରମୋଦ ମ୍ୟାଚକୁ ୨୧-୧୪, ୨୧-୧୭ ପଏଣ୍ଟରେ ବିଜୟ ହାସଲ କରିଥିଲେ। ଏହି ବିଜୟ ପରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ଅଲିମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ସେହି ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି। ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି।

ପ୍ରମୋଦଙ୍କର ଏହି ପ୍ରଦର୍ଶନରେ ତାଙ୍କୁ ଦେଶର କୋଣଅନୁକୋଣରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ମୋଦି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି କି ପ୍ରମୋଦ ତୁମେ ଦେଶବାସୀଙ୍କ ହୃଦୟ ଜିତିପାରିଛ । ତୁମେ ଜଣେ ଚାମ୍ପିଅନ । ତୁମର ସଫଳତା ଯୁବବର୍ଗଙ୍କୁ ଉତ୍ସାହିତ କରିବ। ତୁମକୁ ଅନେକ ଅନେକ ଶୁଭେଚ୍ଛା ।

ସେହିପରି ଏସଏଲ୩ ବର୍ଗରେ ମନୋଜ ସରକାର ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାତେଇଛନ୍ତି। ଉତ୍ତରାଖଣ୍ଡର ମନୋଜ ବ୍ରୋଞ୍ଜ ପଦକ ମ୍ୟାଚରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ମାତ୍ର ୪୬ ମିନିଟରେ ପରାସ୍ତ କରିଥିଲେ। ଏହା ସହିତ ଭାରତର ପଦକ ସଂଖ୍ୟା ୧୭ରେ ପହଞ୍ଚିଛି । ଏହି ପଦକ ମଧ୍ୟରେ ୪ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଛି । ଏହି ପଦକ ସହିତ ଭାରତର ଅଲମ୍ପିକରେ ସର୍ବକାଳୀନ ଶ୍ରେଷ୍ଟ ପ୍ରଦର୍ଶନ ରହିଛି। ସୂଚନାଯୋଗ୍ୟ ପ୍ରମୋଦ ଦେଶ ପାଇଁ ଚତୁର୍ଥ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଶନିବାର ମନୀଷ ନରଓ୍ୱାଲ ପୁରୁଷ ୫୦ ମିଟର ପିଷ୍ଟଲ ଇଭେଣ୍ଟରେ ତୃତୀୟ ସ୍ବର୍ଣ୍ଣ ପଦକ ହାତେଇଥିବା ବେଲେ ଅବନୀ ଲେଖରା ମହିଳା ୧୦ ମିଟର ରାଇଫଲ ଇଭେଣ୍ଟ ଓ ସୁମିତ ଆନ୍ତିଲ ଜାଭେଲିନ ଥ୍ରୋରେ ପୂର୍ବରୁ ସ୍ବର୍ଣ୍ଣ ପଦକ ଦେଇ ସାରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.