Take a fresh look at your lifestyle.

WB Bypoll: ବୃହତ ବ୍ୟବଧାନରେ ଜିତିଲେ ଦିଦି, ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ

0 735

Get real time updates directly on you device, subscribe now.

WB Bypoll: କୋଲକାତା: ଦକ୍ଷିଣ କୋଲକାତାର ଭବାନୀପୁର ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ମମତା ବାନାର୍ଜୀ ପୁଣି ଥରେ ବିପୁଳ ବିଜୟ ହାସଲ କରିଛନ୍ତି। ପାଖାପାଖି ୫୮ ହଜାର ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରିୟଙ୍କା ଟିବରଓ୍ୱାଲେଙ୍କୁ ପରାସ୍ତ କରିଛନ୍ତି। ତେବେ ଏହି ବିଜୟ ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନନ୍ତି କି ଏହି ବିଜୟ ପାଇଁ ମୁଁ ଭବାନୀପୁରବାସୀଙ୍କୁ ଧନ୍ୟବାଦ ଦେଉଛି। ମୋତେ ୧ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ ମିଳିଛି। ମୋତେ ଏହି ଅଞ୍ଚଳର କୌଣସି ଓ୍ୱାର୍ଡରେ ପରାଜୟ ମିଳି ନାହିଁ।

ସେ ଆହୁରି ମଧ୍ୟ କହିଥିଲେ ଭବାନୀପୁରରେ ୪୬ ପ୍ରତିଶତ ଲୋକ ହେଉଛି ଅଣବଙ୍ଗୀୟ। ସେମାନେ ସମସ୍ତେ ମୋତେ ସମର୍ଥନ ଜଣାଇଛନ୍ତି। ଆଜି ପୁରା ବଙ୍ଗର ନଜର ଭବାନୀପୁର ଉପରେ ରହିଛି। ଭବାନୀପୁର ଜିତ ପରେ ମମତା ବାନାର୍ଡୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ କି ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମୋର ଦଳ ବିରୋଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ରଚିଥିଲେ। ବିଧାନସଭା ନିର୍ବାଚନ ସମୟରେ ଗୋଡରେ ଆଘାତ ଲାଗିଥିଲା। କିନ୍ତୁ ଆପଣମାନେ ବଙ୍ଗବାସୀମାନେ ମୋତେ ବେଶ ସହଯୋଗ କରିଥିଲେ।

ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନରେ ମୋତେ ବିଜୟ ମିଳିଥିବାରୁ ଟିଏମସି ସମର୍ଥକଙ୍କ ମଧ୍ୟରେ ଏକ ଖୁସିର ମାହୋଲ ରହିଛି। ଟିଏମସି ସମର୍ଥକମାନେ ବାଜା ବଜାଇ ଗୀତ ଗାଇ ନାଚଗୀତର ଆସରରେ ବେଶ ଖୁସି ରହିଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ତିଷ୍ଠି ରହିବା ପାଇଁ ମମତା ବାନାର୍ଜୀଙ୍କୁ ଏହି ନିର୍ବାଚନରେ ବିଜୟ ଅତ୍ୟନ୍ତ ଜରୁରୀ ରହିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.