Take a fresh look at your lifestyle.

ସୀମାରେ ଆଫଗାନ ନାଗରିକ-ପାକିସ୍ତାନ ସେନା ମୁହାଁମୁହିଁ

0 826

Get real time updates directly on you device, subscribe now.

କାବୁଲ: ଆଫଗାନିସ୍ତାନର (Afghanistan) ଅଧିକାଂଶ ଅଞ୍ଚଳ ଏବେ ତାଲିବାନି (Taliban Army) ସେନା କବଳରେ । ଫଳରେ ତାଲିବାନ ଅକ୍ତିଆର କରିଚାଲିଥିବା ଅଞ୍ଚଳରୁ ଆଫଗାନ ନାଗରିକମାନେ (Afghanistan Civilian)  ଦେଶ ଛାଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ପାକିସ୍ତାନ (Pakistan) ସୀମାରୁ ଆସିଥିବା ଦେଖିବାକୁ ମିଳିଛି। ପାକିସ୍ତାନ ଆଫଗାନ ଶରଣାର୍ଥୀଙ୍କ ପାଇଁ ପ୍ରବେଶ ଦ୍ବାର ନ ଖୋଲିବାରୁ ଉଭୟ ପାକିସ୍ତାନୀ ସେନା ଓ ଆଫଗାନ ନାଗରିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।

ଘଟଣାଟି ଏହିପରି । ତାଲିବାନି ଅତ୍ୟାଚାରରୁ ବର୍ତ୍ତିବା ପାଇଁ କିଛି ଆଫଗାନ ନାଗରିକ ଦେଶ ଛାଡ଼ି ଚାଲି ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ପାକିସ୍ତାନୀ ସୀମା ଚମନ-ସ୍ପିନ ନିକଟରେ ଅଟକି ରହିଥିଲେ । ତେବେ ସେହି ଆଫଗାନ ନାଗରିକଙ୍କ ମଧ୍ୟରେ ଜଣେ ବୟସ୍କଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣା ପାଇଁ ସେହି ନାଗରିକଙ୍କ ମଧ୍ୟରେ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା । ପରେ ସେମାନେ ଉକ୍ତ ମୃତଦେହକୁ ପାକିସ୍ତାନ ସେନାଙ୍କ ନିକଟକୁ ଯାଇଥିଲେ । ଏହା ସହିତ ସୀମାର ପ୍ରବେଶ ଦ୍ବାର ଖୋଲିବାକୁ ଦାବି କରିଥିଲେ ।

ମାତ୍ର ପାକିସ୍ତାନୀ ସେନା ଏହା ନ କରିବାରୁ ଆଫଗାନ ନାଗରିକ ପାକିସ୍ତାନୀ ସେନା ଉପରକୁ ଢେଲା ପଥର ମାଡ଼ କରିଥିଲେ। ଜବାବରେ ପାକିସ୍ତାନୀ ସେନା ଉକ୍ତ ଆଫଗାନ ନାଗରିକଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିବା ସହିତ ଲାଠିମାଡ଼ କରିଥିଲା । ଏଠାରେ କହି ରଖୁ କି ଏହି ଚମନ-ସ୍ପିନ ଦ୍ବାର ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନକୁ ଯୋଗାଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତା । ଏହି ରାସ୍ତା ଦେଇ ଏବେ ଶତାଧିକ ଆଫଗାନିସ୍ତାନ ନାଗରିକ ପାକିସ୍ତାନର ଶରଣ ପଶିବାକୁ ଚାହୁଁଛନ୍ତି ।

ସେପଟେ କିନ୍ତୁ ଗତ ୬ ତାରିଖରେ ପାକିସ୍ତାନ ମାଗଣା ଭିସା ପ୍ରବେଶ ସେବା ବନ୍ଦ କରିଦେବା ପରେ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଛି । ତେବେ ଆଫଗାନ ନାଗରିକ ଓ ଶରଣାର୍ଥୀଙ୍କୁ ମିଳିଥିବା ପରିଚୟ ପତ୍ର ଯଥା ପାସପୋର୍ଟ ଓ ଶରଣାର୍ଥୀ କାର୍ଡ ମାଧ୍ୟମରେ ପାକିସ୍ତାନ ଏମାନଙ୍କୁ ସ୍ଥାନ ଦେବା ପାଇଁ ତାଲିବାନ ଇଚ୍ଛା ପ୍ରକାଶ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.