Take a fresh look at your lifestyle.

ମାନବବାଦ ସଂଗଠନର ମୁଖିଆ ମାନସ ଗିରଫ

0 823

Get real time updates directly on you device, subscribe now.

ଭୁବନେଶ୍ବର: ମାନବବାଦ ସଂଗଠନର (Manababad Sangathan) ମୁଖ୍ୟ ତଥା ଓକିଲ ମାନବ ଦାସ (Manas Das) ଙ୍କୁ ଆଜି ଉଠାଇ ନେଇଛି ପୁଲିସ । ସହିଦନଗରସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଥିବା ସୂଚନା ରହିଛି । ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ପୁଲିସ ମାନସକୁ ଗିରଫ କରିଥିବା ନେଇ ସୂଚନା ରହିଛି । ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ପୁଲିସର ଏକ ସ୍ବତନ୍ତ୍ର ଖୋର୍ଦ୍ଧା SDPOଙ୍କ ନେତୃତ୍ବରେ ଗଠିତ ଏକ ଟିମ ଆଜି ସହିଦ ନଗର ବାସଭବନ ଉପରେ ଚଢାଉ କରିଥିଲା । ତେବେ ପୁଲିସ ମାନସକୁ ପଚରାଉଚୁରା କରୁଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ମାନସ ନାଁରେ ଅତ୍ୟାଚାର, ମାରିବା, ହତ୍ୟା, ହତ୍ୟା ଉଦ୍ୟମ ଭଳି ଏକାଧିକ ଅଭିଯୋଗ ରହିଛି। ରାଜ୍ୟର ବିଭିନ୍ନ ଥାନାରେ ମାନସ ନାଁରେ ଏହି ମାମଲା ରହିଥିବା ସୂଚନା ରହିଛି । ନିକଟରେ ବାପ-ପୁଅଙ୍କୁ ମାଡ଼ ମାରୁଥିବା ନେଇ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ମାନସ ଦାସର ନାଁ ସାମ୍ନାକୁ ଆସିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡ଼ୁ ତାଙ୍କର ଗିରଫ ଦାବି ଜୋର ଧରିଥିଲା। ଆଜି ପୁଲିସ ମାନସ ଓ ତା ପୁଅକୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡ଼ିରହିଛି।

 

Get real time updates directly on you device, subscribe now.

Leave A Reply

Your email address will not be published.