Take a fresh look at your lifestyle.

ଜାଗମରାରେ ଫୁଟିଲା ଗୁଳି, କାରଣ ଜାଣିଲେ ଆପଣ ବି …

0 818

Get real time updates directly on you device, subscribe now.

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ବି ହତ୍ୟାକାଣ୍ଡକୁ ସଫଳ ରୂପାୟନ ଦେଉଛନ୍ତି ଅପରାଧୀମାନେ । କମିଶନରେଟ ପୁଲିସ ମଧ୍ୟ ସେମାନଙ୍କୁ ଖୋଜି ଖୋଜି ହାଜତ ଭିତରେ ପୁରାଉଛନ୍ତି । ତେବେ ଆଜି ରାଜଧାନୀର ଛାତି ଉପରେ ଆଉ ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଦେବ।

ଆଜି ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ଜାଗମରା ଅଞ୍ଚଳରେ ପୁଣି ଥରେ ଗୁଳି ଫୁଟିଥିବା ସୂଚନା ମିଳିଛି। ୩ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ତେବେ ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି । ତେବେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ଏହି କାଣ୍ଡ ହୋଇଥିବା କେତେକ କହୁଥିବା ବେଳେ ଆଉ କେତେ ମାରପିଟରୁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି । ତେବେ ଘଟଣା ଘଟିବା ପରେ ଖଣ୍ଡଗିରି ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ରହିଛି।

 

 

Get real time updates directly on you device, subscribe now.

Leave A Reply

Your email address will not be published.