Take a fresh look at your lifestyle.

ନିଜ ସହ ନିଜର ଲଢେଇ: ବନ୍ଦିତା

0 783

Get real time updates directly on you device, subscribe now.

ଭୁବନେଶ୍ୱର: ସାମୁହିକ ବିକାଶ, ମୌଳିକ ସମସ୍ୟାର ସୁଚାରୁ ସମାଧାନ ଓ ଭାଇଚାରାକୁ ଦୃଢ କରିବା ଲକ୍ଷ୍ୟରେ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି ୩୭ ନମ୍ବର ଓ୍ୱାର୍ଡର ବାସିନ୍ଦା ଅର୍ଜୁନ ବେହେରାଙ୍କ ସହଧର୍ମିଣୀ ବନ୍ଦିତା ପାଲ। ଏହି ଓ୍ୱାର୍ଡରୁ ବନ୍ଦିତା ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଘରକୁ ଘର ବୁଲି ସ୍ୱାମୀ ଅର୍ଜୁନ ବେହେରାଙ୍କ ସହିତ ଭୋଟ ଭିକ୍ଷା କରୁଛନ୍ତି। ତାଙ୍କ କହିବା କଥା ହେଲା ଆମେ କୌଣସି ରାଜନୈତିକ ଦଳ ସହିତ ପ୍ରତିଯ଼ୋଗିତା କରୁନାହୁଁ। ଲଢେଇରେ କାହାର ବାଜିମାତ ହେବ ସେନେଇ ମଧ୍ୟ ଆମେ ଚିନ୍ତିତ ନାହୁଁ। ରାଜନୈତିକ ମୈଦାନରେ ଆମେ ଆମ ସହ ଲଢେଇ ଜାରି ରଖିଛୁ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଓ୍ୱାର୍ଡ ବାସିନ୍ଦାଙ୍କ ସାମୁହିକ ବିକାଶ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ବେହେରା କୁହନ୍ତି ଆମେ ଏଠାରେ ସ୍ଥାୟୀ ବାସିନ୍ଦା। ଗ୍ରାମର ବିକାଶ ଆମର ମୂଳ ଲକ୍ଷ୍ୟ। କୌଣସି ରାଜନୈତିକ ଦଳ ସହିତ ଆମର ଲଢେଇ ନାହିଁ। କେବଳ ଆମର ବିକାଶ ପାଇଁ ମୁଁ ନିଜ ସହ ନିଜେ ଲଢୁଛି। ରାଜଧାନୀର ଛାତି ଉପରେ ଥିବା ଏହି ଓ୍ୱାର୍ଡ ଏକ ପ୍ରମୁଖ ଅଙ୍ଗ। ଦୀର୍ଘ ବର୍ଷ ଧରି ସମସ୍ୟାର ସମାଧାନ ଦାବି ହୋଇ ଆସୁଛି। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ବିକାଶ କରିବାକୁ ପ୍ରୟାସ କରି ଆସିଛୁ। ଏହା ବର୍ତ୍ତମାନ ମଧ୍ୟ ଜାରି ରହିଛି… କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମେ ଓ୍ୱାର୍ଡ ବାସୀଙ୍କ ଆଶିର୍ବାଦ ଭିକ୍ଷା କରୁଛୁ। ଆଶା ଏହି ନିର୍ବାଚନ ମୈଦାନରେ ଆମକୁ ଓ୍ୱାର୍ଡ ବାସୀ ଆଶିର୍ବାଦ କରିବେ ବୋଲି ଅର୍ଜୁନ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.