Take a fresh look at your lifestyle.

ୟୁରୋପିଆନ ସଂଘରେ ୟୁକ୍ରେନର ଆବେଦନକୁ ମଞ୍ଜୁରୀ, ଘନେଇପାରେ ଯୁଦ୍ଧ’

0 494

Get real time updates directly on you device, subscribe now.

ନୂଆଦିଲ୍ଲୀ: ୟୁରୋପିଆନ ସଂଘରେ ସାମିଲ ହେବାକୁ ୟୁକ୍ରେନ ପକ୍ଷରୁ କରାଯାଇଥିବା ଆବେଦନକୁ ମଞ୍ଜୁରୀ ମିଳିଛି। ଫଳରେ ୟୁରୋପିଆନ ସଂଘରେ ପ୍ରବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଭାରତୀୟ ସମୟ ଅନୁଯାୟୀ ଆଜି ରାତି ୯ଟାରେ ମତଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ୟୁରୋପିଆନ ସଂଘର ସଂସଦକୁ ସମ୍ବୋଧନ କରିଥିଲେ। ସମ୍ବୋଧନ ସମୟରେ ସେ ୟୁରୋପିଆନ ସଂଘର ଅଂଶ ହେବାପାଇଁ ନିଜର ଇଚ୍ଛା ଜାହିର କରିଥିଲେ। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଥିଲେ କି ଆମେ ସମାନ ହେବା ପାଇଁ ଚାହୁଁଛୁ।

ଜେଲେନସ୍କି ଆହୁରି ମଧ୍ୟ କହିଥିଲେ କି ଋଷ ଆକ୍ରମଣକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ୟୁକ୍ରେନବାସୀ ସାମ୍ନା କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ କି ଋଷ ପକ୍ଷରୁ ଆଜି ଦୁଇଟି କ୍ଷେପଣାସ୍ତ୍ର କିଭ ସହରରେ ମାଡ଼ କରାଯାଇଛି। ସେଠାରେ ଅନେକ ବିଶ୍ୱବିଦ୍ୟାଳୟ ରହିଛି। ସେଠାରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରୁ ଛାତ୍ରଛାତ୍ରୀମାନେ ଆସି ଶିକ୍ଷା ଗ୍ରହଣ କରୁଛନ୍ତି। ସେଠାକାର ଯୁବକମାନଙ୍କର ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଆମେ କେବଳ ନିଜ ମାତୃଭୂମୀ ଓ ସ୍ୱାଧୀନତା ପାଇଁ ଲଢୁଛୁ। ଏହା ସହିତ ୟୁରୋପିଆନ ସଂଘର ଏକ ସଦସ୍ୟ ହେବାକୁ ମଧ୍ୟ ଆମେ ଲଢେଇ କରୁଛୁ।

ସେପଟେ ୟୁରୋପିଆନ ସଂସଦର ଅଧ୍ୟକ୍ଷ ରୋବର୍ଟ ମେଟୋସୋଲା କହିଛନ୍ତି କି ୟୁକ୍ରେନ ଗର୍ବ ଓ ସାହସର ସହିତ ପରିସ୍ଥିତିର ସାମ୍ନା କରିବା ସହିତ ଯୁଦ୍ଧକୁ ଜାରି ରଖିଛି। ଏଭଳି ପରିସ୍ଥିତିରେ ଆମେ ୟୁକ୍ରେନକୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ। ସେହିପରି ଋଷ ସହିତ ସବୁପ୍ରକାର ସମ୍ପର୍କ କାଟିବାକୁ ମଧ୍ୟ ପ୍ରୟାସ ଜାରି ରହିଛି। ୟୁରୋପିଆନ ବ୍ୟବସାୟ ଉପରେ ମଧ୍ୟ ଋଷ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। କ୍ରୀଡ଼ ଜଗତ ମଧ୍ୟ ଋଷ ପ୍ରତି କଠୋର ହେବାରେ ଲାଗିଛି ବୋଲି ସେ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.