Take a fresh look at your lifestyle.

୩୭ ନମ୍ବର ଓ୍ୱାର୍ଡରେ ପାଳନ ହେଲା ଜାଗର, ପ୍ରସାଦ ବାଣ୍ଟିଲେ ବନ୍ଦିତା

0 509

Get real time updates directly on you device, subscribe now.

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମନ୍ଦିର ମାଳିନୀ ନଗରରେ ବିଭିନ୍ନ ଶିବାଳୟରେ ଭକ୍ତମାନେ ଖୁସିର ସହ ଜାଗର ପାଳନ କରିଛନ୍ତି। ଭକ୍ତିର ସହ ଶିବଙ୍କ ଉପାସନା କରିଛନ୍ତି। ଏହି କ୍ରମରେ ନୟାପଲ୍ଲୀ ବେହେରାସାହିସ୍ଥିତ ଶିବ ମନ୍ଦିରରେ ମହାଆଡ଼ମ୍ବରରେ ଜାଗର ପର୍ବ ପାଳନ ହୋଇଛି। ମନ୍ଦିରରେ ବରିଷ୍ଠ ସମାଜସେବୀ ତଥା ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ଅର୍ଜୁନ ବେହେରା ଓ ସମାଜସେବୀ ବନ୍ଦିତା ପାଲ ଭକ୍ତଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ। ଭକ୍ତମାନେ କିପରି ସୁବିଧାର ସହିତ ମନ୍ଦିର ପ୍ରାଙ୍ଗଣରେ ଜାଗର ପାଳନ କରିବେ ତାହାର ସମସ୍ତ ବ୍ୟବସ୍ଥା କରିଥିଲେ ଉଭୟ ଅର୍ଜୁନ ଓ ବନ୍ଦିତା। ଏପରିକି ମହାଦୀପ ଉଠିବା ପରେ ଭକ୍ତମାନଙ୍କୁ ଉଭୟ ଅର୍ଜୁନ ଓ ବନ୍ଦିତା ପ୍ରସାଦ ମଧ୍ୟ ବାଣ୍ଙିଥିଲେ।
ସୂଚନାଯ଼ୋଗ୍ୟ ଅର୍ଜୁନ ଓ ବନ୍ଦିତା ଦୀର୍ଘଦିନ ଧରି ନିଜକୁ ସାମାଜିକ କାର୍ଯ଼୍ୟରେ ନିୟୋଜିତ କରିଆସିଛନ୍ତି। ସେପଟେ ୩୭ ନମ୍ବର ଓ୍ୱାର୍ଡର କର୍ପୋରେଟର ଆଶାୟୀ ବନ୍ଦିତା ବିଗତ ଦିନରେ ଓ୍ୱାର୍ଡର ଉନ୍ନତି ପାଇଁ ଅନେକ କାର୍ଯ଼୍ୟ କରିଆସିଛନ୍ତି । ଓ୍ୱାର୍ଡର ମୌଳିକ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ବିଗତ ଦିନ ଗୁ଼ଡ଼ିକରେ ଓ୍ୱାର୍ଡବାସିନ୍ଦାଙ୍କ ମୌଳିକ ସମସ୍ୟାକୁ ବ୍ୟକ୍ତିଗତ ଭାବେ ବୁଝିବା ସହିତ ତାହାର ସମାଧାନ ପାଇଁ କାର୍ଯ଼୍ୟ କରିଆସିଛନ୍ତି। ଏଥିପାଇଁ ତାଙ୍କର ସ୍ୱାମୀ ଅର୍ଜୁନ ବେହେରା ଓ ପରିବାରର ବିପୁଳ ସମର୍ଥନ ରହିଥିବା ନେଇ ସେ ଆଜି ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.