Take a fresh look at your lifestyle.

୧୭ କୋଟିର ସିଗାରେଟ ଜବତ, ସରକାରୀ ଅଧିକାରୀଙ୍କ ମୁଣ୍ଡ ଗୋଲ

0 338

Get real time updates directly on you device, subscribe now.

ଅହମ୍ମଦାବାଦ: ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ଆଜି ବିପୁଳ ପରିମାଣର ବିଦେଶୀ ସିଗାରେଟ ଜବତ ହୋଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ପକ୍ଷରୁ ଚଢାଉ କରାଯାଇ ଏହି ସିଗାରେଟ ସବୁକୁ ଜବତ କରାଯାଇଛି। ଏକ କଣ୍ଟେନରରେ ପାଖାପାଖି ୮୫,୫୦,୦୦୦ ଖଣ୍ଡ ସିଗାରେଟ ଜବତ କରାଯାଇଛି। ଏହି ଜବତ ସିଗାରେଟର ଦାମ ପାଖାପାଖି ୧୭ କୋଟି ହେବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ଗୁଇନ୍ଦା ସୂଚନା ଆଧାରରେ ରେଭିନ୍ୟୁ ନିର୍ଦ୍ଦେଶାଳୟ ପକ୍ଷରୁ ମୁନ୍ଦ୍ରା ପୋର୍ଟରେ ଗତ ୧୧ ତାରିଖରେ ଚଢାଉ କରାଯାଇଥିଲା। ତେବେ ଚଢାଉ କରାଯାଇ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ପ୍ରାୟ ୮୫୦ କାର୍ଟୁନ ମାଞ୍ଚେଷ୍ଟର ସିଗାରେଟ ପେଟି ଜବତ କରାଯାଇଥିଲା। ଏହା ପରେ DRI ପକ୍ଷରୁ କଷ୍ଟମ୍ସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ଏହି ମୁନ୍ଦ୍ରା ବନ୍ଦରରୁ ୪୮ କୋଟି ଟଙ୍କାର ବିଦେଶୀ ସିଗାରେଟକୁ ଜବତ କରିଥିଲା DRI। ସମାନ ଢଙ୍ଗରୁ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ଡିଆରଆଇ ବନ୍ଦର ଉପରେ ଚଢାଉ କରିଥିଲା। ତେବେ ଏହି ସିଗାରେଟ ଗୁଡ଼ିକ ମୁନ୍ଦ୍ରା ବନ୍ଦର ଦେଇ ଦେଶରେ ଚୋରା ଚାଲାଣ କରାଯିବାକୁ ଯୋଜନା କରାଯାଇଥିଲା। ମାତ୍ର ଡିଆରଆଇ ଚଢାଉ ପରେ ଯୋଜନା ଭଣ୍ଡୁର ହୋଇ ଯାଇଥିଲା। ତେବେ ବିଭାଗ ଦ୍ୱାରା ପୂର୍ବରୁ ଭୁଲ ବଶତଃ ଏହା ଏକପ୍ରକାର ଝାଡ଼ୁ ବୋଲି ଘୋଷଣା କରାଯାଇଥିଲା। ମାତ୍ର ତଦନ୍ତ ପରେ ଏଥିରେ ସିଗାରେଟ ଥିବା ନେଇ ଜଣାପଡ଼ିଥିଲା।

ଜାହାଜ ମଧ୍ୟରୁ ପେଟି ଗୁଡ଼ିକ ବାହାରକୁ ଅଣାଯିବା ପରେ ୬୦ ପ୍ରତିଶତ ପେଟି ଖରାପ ହୋଇଯାଇଥିଲା। ଏହି ଚଢାଉ ସମୟରେ ପ୍ରାୟ ୨୫୧ଟି କାର୍ଟୁନ ଜବତ କରାଯାଇଥିଲା। ଏଥିରୁ ପ୍ରାୟ ୨ ଲକ୍ଷ ସିଗାରେଟ ଖଣ୍ଡ ଜବତ ହୋଇଥିଲା। ଏହା ସହିତ ପ୍ରାୟ ୪୦୦ ଖଣ୍ଡ ଇ-ସିଗାରେଟ ମଧ୍ୟ ଜବତ ହୋଇଥିଲା। ତେବେ ଜବତ ସିଗାରେଟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଚୀନରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିଲା। ଏଗୁଡ଼ିକ ମଧ୍ୟରେ କିଛି ୟୋଟୋ ବ୍ରାଣ୍ଡର ରହିଥିବା ଜଣାପଡ଼ିଥିଲା।

ସେପଟେ ଆଜି ମୁମ୍ବାଇ ବିମାନବନ୍ଦରର କଷ୍ଟମ ବିଭାଗର ଅଧିକାରୀମାନେ ଚୋରା ଚାଲାଣକାରୀଙ୍କ ଠାରୁ ପ୍ରାୟ ୫.୨୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛନ୍ତି। କୁହାଯାଉଛି ଯେ ଏହି ସୁନାକୁ ଆଣିଥିବା ଅଭିଯୁକ୍ତର ଅଣ୍ଟାରେ ଲାଗିଥିବା ଏକ ସ୍ୱତନ୍ତ୍ର ବେଲ୍ଟରେ ଲୁଚାଇ ସୁନା ଆଣିଥିଲା। ଅନ୍ୟପକ୍ଷରେ ଗୁଇନ୍ଦା ସୂଚନା ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ୍ସ ଟିମ୍ ସଜାଗ ରହିଥିଲା। ଗୁଇନ୍ଦା ସୂଚନା ମିଳିବା ପରେ କଷ୍ଟମ ବିଭାଗ ଛାନଭିନ ଆରମ୍ଭ କରିଥିଲା। ଏହା ସହିତ ଉକ୍ତ ଅଭିଯୁକ୍ତକୁ ତଲାଶୀ କରାଯାଇଥିଲା। ସେହି ସମୟରେ ଅଭିଯୁକ୍ତ ନିକଟରୁ ପ୍ରାୟ ୫.୨୦ କୋଟି ଟଙ୍କାର ସୁନା ଜବତ କରାଯାଇଥିଲା। ତେବେ ଏହି ସୁନା ଅଣାଯାଇଥିବା ବ୍ୟବସ୍ଥାକୁ ଦେଖି କଷ୍ଟମ ବିଭାଗ ମଧ୍ୟ ଚକିତ ହୋଇ ପଡ଼ିଥିଲା।

ମିଳିଥିବା ସୂଚନା ମୁତାବକ କଷ୍ଟମ ଡିପାର୍ଟମେଣ୍ଟକୁ ଗୁଇନ୍ଦା ସୂତ୍ରରୁ ଦୁବାରୁ ଏକ ବଡ଼ ରକମର ସୁନା ଭାରତ ଆସୁଥିବା କଥା ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ କଷ୍ଟମ ବିଭାଗ ସକ୍ରିୟ ହୋଇ ପଡ଼ିଥିଲା। ସଦଳବଳେ ଛାନଭିନ ଆରମ୍ଭ କରିଥିଲା କଷ୍ଟମ ବିଭାଗ। ଦୁବାଇରୁ ଆସୁଥିବା ବିମାନରେ ପ୍ରତିଟି ଯାତ୍ରୀଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରିଥିଲେ। ଏହି ତଲାଶୀ ସମୟରେ ଟିମକୁ ଏକ ବଡ଼ଧରଣର ସଫଳତା ମିଳିଥିଲା। ଏହା ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କ ନିକଟରୁ ୫.୨୦ କୋଟି ଟଙ୍କାର ସୁନା ଜବତ କରିଥିଲା। ତେବେ ଏହି ସୁନା ଅଭିଯୁକ୍ତଙ୍କ ନିକଟରୁ ସ୍ୱତନ୍ତ୍ର ବେଲ୍ଟରେ ଲୁଚାଇ ଆଣିଥିଲେ। କିନ୍ତୁ ସେମାନଙ୍କର ଏହି ଉଦ୍ଦେଶ୍ୟ ପୁରଣ ହୋଇ ପାରିନଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.