Take a fresh look at your lifestyle.

mamita meher case: ମମିତା ମେହେର ହତ୍ୟା ମାମଲାରେ ବିଜେପିର ‘ଭଦ୍ରକ ବନ୍ଦ’

0 452

Get real time updates directly on you device, subscribe now.

mamita meher case: ଭଦ୍ରକ: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ତାଙ୍କୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ଆଜି ୬ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦେଇଛି। ଫଳରେ ଜିଲ୍ଲାର ସଦରମହକୁମା ସହିତ ୭ଟି ବ୍ଲକ ଅଞ୍ଚଳର ମଧ୍ୟ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ଭଦ୍ରକରେ ବିଜେପି କର୍ମୀମାନେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳକୁ ବନ୍ଦ କରି ଦେଇଛନ୍ତି। ଫଳରେ ଶହ ଶହ ଟ୍ରକ ଜାତୀୟ ରାଜପଥରେ ଅଟକି ରହିଛି। ସେହିପରି ସବୁ ଶିକ୍ଷାନୁଷ୍ଠାନ ସରକାରୀ ଦପ୍ତର ମଧ୍ୟ ବନ୍ଦ ରହିଛି। ଏହି ବନ୍ଦ ଆଜି ସକାଳ ୬ ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ନିର୍ବାଚନ ମଣ୍ଡଳୀ ନେତା ଡ଼ା ପ୍ରଦୀପ ନାୟକ ଓ ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ନାରାବାଜି କରିଛନ୍ତି। ତେବେ ଏହି ବନ୍ଦ ବେଳେ ଯେପରି କୌଣସି ଅପ୍ରିତିକର ଘଟଣା ନ ଘଟେ ସେଥିପାଇଁ ବିଭିନ୍ନ ଛକମାନଙ୍କରେ ପୋଲିସ ମୁତୟନ ହେବା ସହିତ ପୋଲିସ ପାଟ୍ରୋଲିଂ ବ୍ୟବସ୍ତାକୁ ଜୋରଦାର କରାଯାଇଛି । ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ ଓ କୋର୍ଟ ଗେଟରେ ଚାବି ପକାଇ ଦେଇଛନ୍ତି। ଏହି ବନ୍ଦ ପ୍ରଭାବ ଜିଲ୍ଲାବ୍ୟାପି ଦେଖାଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ। ଏହି ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି । ନଚେତ ଆଗକୁ ଆହୁରି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.