Take a fresh look at your lifestyle.

Rourkela Crime: ଗୋରେ ହତ୍ୟାକାଣ୍ଡ ମାମଲାରେ ଆଉ ଜଣେ ଗିରଫ

0 348

Get real time updates directly on you device, subscribe now.

Rourkela crime: ରାଉରକେଲା: ସ୍ଥାନୀୟ ରେଳବାଇ କଲୋନୀରେ ଗତ ୧୦ ତାରିଖରେ ଘଟିଥିବା ଜିତେନ୍ଦ୍ର କୁମାର ଶାହ ଓରଫ ଗୋରେ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଜି ଆଉ ଜଣେ ଅଭଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହମ୍ମଦ ସାହବାଜ ଓରଫ ଫୁକୁନି ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଛି ପୋଲିସ। ପୂର୍ବରୁ ୧୧ ତାରିଖ ଦିନ ପୋଲିସ ଅମୀର ଖାନ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫଦାରୀ ଦିନ ପୋଲିସ ଅମୀର ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ଏକ ଅଫୁଟା ଗୁଳି ମଧ୍ୟ ଜବତ କରିଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲେ ମଧ୍ୟ ଏହି ହତ୍ୟା ଷଡ଼ଯନ୍ତ୍ରରେ ଅନ୍ୟ କେହି ଅଛନ୍ତି କି ନାହିଁ ତା ପୋଲିସ ତଦନ୍ତ କରୁଛି। ଏଫଆଇଆରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଗତ ୧୦ ସେପ୍ଟେମ୍ବର ସନ୍ଧ୍ୟାରେ ଜିତେନ୍ଦ୍ର ଶାହ ଓରଫ ଗୋରେ ନାମକ ଜଣେ ଯୁବକଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ବୋଲି କହିଛି । ହତ୍ୟାକାଣ୍ଡ ପରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.