Take a fresh look at your lifestyle.

Oscar Fernandes: ବରିଷ୍ଠ ରାଜନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ

0 839

Get real time updates directly on you device, subscribe now.

Oscar Fernandes:ନୂଆଦିଲ୍ଲୀ: କଂଗ୍ରେସର (Congress) ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ (Rajyasabha MP) ଓସ୍କାର ଫର୍ଣ୍ଣାଣ୍ଡିଜଙ୍କର (Oscar Fernandes) ଆଜି ଦେହାନ୍ତ ହୋଇଯାଇଛି। ଗତ ଏକ ମାସ ଧରି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଫଳରେ ମାଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଚିକିତ୍ସାଧିନ ଅବସ୍ତାରେ ମାଙ୍ଗାଲୁରୁ ଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ ଯୋଗ କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ରାଜନୀତି କ୍ଷେତ୍ରରେ ଶ୍ରୀ ଫର୍ଣ୍ଣାଣ୍ଡିଜଙ୍କ ଲମ୍ବା ଅଭିଜ୍ଞତା ରହିଛି। ୫ ଦଶନ୍ଧି ଧରି ସେ ଜାତୀୟ ରାଜନୀତିରେ ବେଶ ସକ୍ରିୟ ରହିଥିଲେ। ଏକାଧିକ ଥର ସେ କେନ୍ଦ୍ରରେ ମନ୍ତ୍ରୀ ପଦ ସମ୍ଭାଳିଥିବା ବେଳେ ସାଂସଦ ଭାବେ ମଧ୍ୟ ଅନେକ ଥର ନିର୍ବାଚିତ ହୋଇଛନ୍ତି।

ଶ୍ରୀ ଫର୍ଣ୍ଣାଣ୍ଡିଜ ଗାନ୍ଧୀ ପରିବାରରଙ୍କ ବେଶ ନିକଟତର ଥିବା କୁହାଯାଏ । ସେ ଦଳରେ ଓ ୟୁପିଏ ସରକାରରେ ଅନେକ ଗୁରୁତ୍ତ୍ବ ପୂର୍ଣ୍ଣ ଦାୟିତ୍ବ ତୁଲାଇ ସାରିଛନ୍ତି। ୟୁପିଏ ସରକାର ସମୟରେ ଫର୍ଣ୍ଣାଣ୍ଡିଜ ସଡ଼କ ପରିବହନ ମନ୍ତ୍ରୀ ରହିଥିଲେ। ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ସଂସଦୀୟ ସଚିବ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି। ଶ୍ରୀ ଫର୍ଣ୍ଣାଣ୍ଡିଜଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

 

Get real time updates directly on you device, subscribe now.

Leave A Reply

Your email address will not be published.