Take a fresh look at your lifestyle.

Mamita Meher Murder case: ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଏସପି କାର୍ଯ୍ୟାଳୟ ଘେରାଉ, ଦେଖନ୍ତୁ ଭିଡ଼ିଓ

0 758

Get real time updates directly on you device, subscribe now.

Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଅନୁଗୋଳ ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇ ଘଟଣାର ସତ୍ୟତା ପାଁ ସିବିଆଇ ତଦନ୍ତ କରାଯିବା ଦାବିରେ ଆଜି ଅନୁଗୋଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଯୁବମୋର୍ଚ୍ଚା ସଭାପତିଙ୍କ ନେତୃତ୍ବରେ ଶତାଧିକ ସଂଖ୍ୟାରେ ବିଜେପି ଯୁବମୋର୍ଚ୍ଚା ସମେତ ବିଜେପିର ବିଭିନ୍ନ ଶାଖାର ନେତା ଓ କର୍ମୀମାନେ ଏସପି କାର୍ଯ୍ୟାଳୟଠାରେ ପହଞ୍ଚି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇ ଘଟଣାର ସତ୍ୟତା ପାଇଁ ସିବିଆଇ ତଦନ୍ତ କରାଯାଉ। ଏହି ଘଟଣାରେ ଯଦି କୌଣସି ନ୍ୟାୟ ନ ମିଳେ, ତେବେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଥିଲେ। ଏପରିକି କର୍ମକର୍ତ୍ତା ଏସପି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

ଦେଖନ୍ତୁ ଭିଡ଼ିଓ:

Get real time updates directly on you device, subscribe now.

Leave A Reply

Your email address will not be published.