Take a fresh look at your lifestyle.

OIL Price Hike: ଅହେତୁକ ତୈଳଦରକୁ ପ୍ରତିବାଦ କରି ଅନୁଗୋଳରେ ବିଜେଡ଼ିର ଅଭିନବ ପ୍ରତିବାଦ

0 348

Get real time updates directly on you device, subscribe now.

ଅନୁଗୋଳ: ଅହେତୁକ ତୈଳ ସହ ଆନୁସାଙ୍ଗିକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ବିଜୁ ମହିଳା ଜନତା ଦଳ ପକ୍ଷରୁ ଅଭିନବ ପ୍ରତିବାଦ । ଶଗଡ଼ରେ ବସି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଁଚିଲେ ନେତୃ ମଣ୍ଡଳୀ । ଏଭଳି କିଛି ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ସଦର ମହକୁମା ଠାରେ ।
ପ୍ରାଥମିକ ପର୍ଯ୍ୟାୟରେ ଶୋଭାଯାତ୍ରା ଅନୁଗୁଳ ଷ୍ଟାଡିୟମ ରୁ ବାହାରିବା ପରେ ସହର ପରିକ୍ରମା କରି ଜିଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଅହେତୁକ ତୈଳ ଦର ବୃଦ୍ଧି କୁ ନେଇ ଜୋରଦାର ପ୍ରତିବାଦ କରିଥିଲେ ବିଜୁ ମହିଳା ଜନତା ଦଳ ର କାର୍ଯ୍ୟକର୍ତା ।
ପରେ ପରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଅନୁଗୁଳ ଜିଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା ।
ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ,ନାରୀ ନେତ୍ରୀ ରିତା ସିଂ , ଯୁବ ନେତା ଅରୁଣାଭ ସିଂ , ବ୍ଲକ ବିଜେଡି ସଭାପତି ସରୋଜ ସାହୁ ଙ୍କ ସମେତ ଅନେକ ନେତା ଓ କର୍ମୀ ଏହି ଅବସରରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.