Take a fresh look at your lifestyle.

Jajpur Accident: ଗ୍ୟାସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

ଜାତୀୟ ରାଜପଥରେ ଗ୍ୟାସ ଲିକ

0 613

Get real time updates directly on you device, subscribe now.

Jajpur Accident: ଯାଜପୁର: ଜାତୀୟ ରାଜପଥ ୧୬ କଡେଇ ଛକ ନିକଟରେ ଗ୍ୟାସ ଗାଡି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି। ଏକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ହୋଇ ଚିିକିତ୍ସାଧିନ ଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଜାତୀୟ ରାଜପଥରେ ଗ୍ୟାସ ଲିକ ହେଉଥିବା ସୂଚନା ରହିଛି।

ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡିଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ନିକଟରେ ବାଇକ ସହ ଧକା ଦେଇଥିଲା। ବାଇକଟି ଗାଡି ତଳେ ପଶିଯିବା ଫଳରେ ଗ୍ୟାସ ଗାଡିର ଟାୟାର ଫାଟି ଯାଇଥିଲା। ଯାହା ଫଳରେ ବାଇକରେ ଥିବା ଦୁଇ ଜଣକୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତି କରାଯାଇଛି। ଦୁର୍ଘଟଣା ପରେ ଗ୍ୟାସ ଗାଡିରୁ ଗ୍ୟାସ ଲିକ ହେବାରେ ଲାଗିଛି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଜାତୀୟ ରାଜପଥରେ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ହେଉଥିବା ବେଳେ ଅନ୍ୟ ପାର୍ଶ୍ଵରେ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.