Take a fresh look at your lifestyle.

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ରାଜ୍ୟ

0 773

Get real time updates directly on you device, subscribe now.

କୋଲକାତା: ଦେଶରେ ଓମିକ୍ରନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ରାଜ୍ୟର ଗୃହ ସଚିବ ବିପି ଗୌପାଳିକାଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସୂଚନାରେ କୁହାଯାଇଛି କି ଆସନ୍ତା ୩ ତାରିଖରୁ ବ୍ରିଟେନରୁ ଆସୁଥିବା ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଫଳରେ ବ୍ରିଟେନରୁ ଆସୁଥିବା ବିମାନ ଗୁଡ଼ିକୁ କୋଲକାତାସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଦିଆଯିବ ନାହିଁ। ପଶ୍ଚିମବଙ୍ଗରେ ଦିନକୁ ଦିନ କୋରୋନାର ନୂଆ ଭାରିଆଣ୍ଟ ବୃଦ୍ଧି ପାଉଥିବାର କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନାରାୟଣ ସ୍ୱରୂପ ନିଗମଙ୍କୁ ଚିଠି ଲେଖି ସଂକ୍ରମଣ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମ ମମତା କହିଛନ୍ତି ଯେ ବ୍ରିଟେନରୁ ବିମାନ ଯୋଗେ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଓମିକ୍ରନର ଅଧିକାଂଶ ମାମଲା ବାହାରକୁ ଆସୁଛି। ଏହା ସତ୍ୟ ଯେ କେବଳ ଅନ୍ତର୍ଜାତୀୟ ବିମାନରୁ ଆସୁଥିବା ଲୋକମାନେ ସଂକ୍ରମଣ ଆଣୁଛନ୍ତି | ସେହି ଦେଶରୁ ଆସୁଥିବା ବିମାନକୁ ସରକାର ନିଷିଦ୍ଧ କରିବା ଉଚିତ ଯେଉଁଠାରେ ଏହି ପ୍ରକାରର ମାମଲା ବହୁତ ଅଧିକ।

Get real time updates directly on you device, subscribe now.

Leave A Reply

Your email address will not be published.