Take a fresh look at your lifestyle.

ଭାରତରେ ଆଦିୟୁ ଗୋଦାର୍ଡ଼ର ହେବ ପ୍ରିମିୟର

0 682

Get real time updates directly on you device, subscribe now.

କୋଲକାତା: ଜାତୀୟ ସ୍ତରର ପୁରସ୍କାର ବିଜେତା ତଥା ଅନ୍ତର୍ଜାତୀୟ ସ୍ତରର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ନିର୍ଦ୍ଦେଶିତ ଆଦିୟୁ ଗୋଦାର୍ଡର ପ୍ରିମିୟର ଭାରତରେ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀରେ ଆୟୋଜିତ ହେବାକୁ ଯାଉଥିବା ସମ୍ମାନଜନକ ୨୭ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ (କିଫ) ଏହି ସିନେମାର ପ୍ରିମିୟର ହେବା ନେଇ ସୂଚନା ରହିଛି। ତେବେ ଏହି ଚଳଚ୍ଚିତ୍ରଟିର ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରିମିୟର ହୋଇ ସାରିଛି। ଏହି ଚଳଚ୍ଚିତ୍ରଟିରେ ଚୌଧୁରୀ ବିକାଶ ଦାସଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଛି। ଓଡ଼ିଶାରେ ଅତି ସୁନ୍ଦର ଭାବରେ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି କିମ୍ବଦନ୍ତୀମୂଳକ ଫ୍ରେଞ୍ଚ ଚଳଚ୍ଚିତ୍ର ନିର୍ମାତା ଜାନ-ଲୁକ ଗୋଦାର୍ଡଙ୍କ ପାଇଁ ଏକ ସାମାଜିକ-ସାଂସ୍କୃତିକର ଏକ ମିଶ୍ରଣପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି | ଦିପନ୍ବିତ ଦାଶମହାପାତ୍ର, ସୁଧାଶ୍ରୀ ମଧୁସ୍ମିତା, ସ୍ୱସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବସୁ ମଲ୍ଲିକ, ଅଭିଷେକ ଗିରି, ସ୍ୱେତପଦ୍ମା ସତ୍ୟପାଠୀ ଏବଂ ଡକ୍ଟର ବନିକାନ୍ତ ମିଶ୍ର ଏହି ଚଳଚ୍ଚିତ୍ରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି।

ଏନେଇ ଏହି ଚଳଚ୍ଚିତ୍ରଟିର ଅଭିନେତାମାନେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଯୋଜକ ତଥା ଅଭିନେତା ସ୍ବସ୍ତିକ ଚୌଧୁରୀ କହିଛନ୍ତି କି ଏହି ନିଶ୍ଚିତ ଭାବେ ଆମ ପାଇଁ ସୌଭାଗ୍ୟର କଥା। ସମ୍ମାନଜନକ ପ୍ଲାଟଫର୍ମରେ ଏହି ଚଳଚ୍ଚିତ୍ରର ପ୍ରିମିୟର ହେବାକୁ ଯାଉଛି। ବିଦେଶରେ ଏହି ସିନେମାଟିକୁ ବହୁ ଲୋକପ୍ରିୟତା ତଥା ଭଲପାଇବା ମିଳିଛି ବୋଲି ସେ କହିଛନ୍ତି। ସେହିପରି ଚୌଧୁରୀ ବିକାଶ ଦାଶ କରିଛନ୍ତି କି ମୁଁ ଅତ୍ୟନ୍ତ ଖୁସି। ଏହି ଟିମ ସହିତ କାମ କରି ମୁଁ ବେଶ ଖୁସି। ଟିମର ମେମ୍ବରମାନେ ବହୁତ ଟ୍ୟାଲେଣ୍ଟଡ଼େ। ବହୁ ପ୍ରତିଭାଶାଳୀ। ସିନେମାଟି ବେଶ ଉଚ୍ଚକୋଟିର ହୋଇଛି। ସିନେମାର ନିର୍ଦ୍ଦେଶକ ତଥା ଲେଖକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ କହିଛନ୍ତି କି ମୁଁ କୋଲକାତାରେ ଜନ୍ମ ଏବଂ ସେଠାରେ ବଢିଛି। ମୋ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି କିଫରେ ପ୍ରିମିୟର ହେବାକୁ ଯାଉଛି। ଏହା ମୋ ପାଇଁ ଗର୍ବର ବିଷୟ। କିଫକୁ ମୁଁ ପିଲାବେଳୁ ଦେଖି ଆସୁଛି। କଲେଜରେ ପଢା ସମୟରେ ଏଠାରେ ପ୍ରଦର୍ଶିତ ସିନେମାକୁ ନେଇ ଅନେକ ସ୍ବପ୍ନ ଦେଖିଥିଲି। ଯାହା ଆଜି ସତ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.